ହେଡଲାଇନସ୍:

ବlତ୍ୟା ମୁକାବିଲା ନିମନ୍ତେ ରାୟଗଡ ଜିଲ୍ଲlପ୍ରଶାନର ବ୍ୟାପକ ପ୍ରସ୍ତୁତି l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତଳିଆଞ୍ଚଳ ବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରି ସରକାର ନୀୟମ ଅନୁଯାୟୀ ରନ୍ଧା ଖାଦ୍ୟ ଦିଆଯାଉଛି

ରାୟଗଡରୁ ସରୋଜ କୁମାର ସାହୁ: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁଁ ସମ୍ବାବ୍ୟ ବାତ୍ୟା "ଗୁଲାବ"କୁ ମୁକାବିଲା ନିମନ୍ତେ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱlବଧାନରେ ବ୍ୟାପକ ପ୍ରସ୍ତୁତି ଚାଲିଛି l ସମ୍ବାବ୍ୟ ବାତ୍ୟା ଜନିତ ବନ୍ୟା ପରସ୍ଥିତି, ପାହାଡ଼ରୁ ମାଟି ଅତଡା ଖସିବା ଆଶଙ୍କା କରି ଏହାର ମୁକାବିଲା ପାଇଁ ପ୍ରସ୍ତୁତି ରହିବାକୁ ଜିଲ୍ଲାପାଳ ଦୁଇଦୁଇଥର ଜରୁରୀ ବୈଠକ ଭର୍ଚୁଆଲ ମଧ୍ୟମରେ ଅଧିକାରୀ ମାନଙ୍କୁ ନେଇ କରିଛନ୍ତି l ଜିଲାପାଳଙ୍କ ନିର୍ଦେଶ କ୍ରମେ ଉଭୟ ଉପଜିଲ୍ଲାପାଳ, ରାୟଗଡ ଓ ଗୁଣପୁର ନିଜ ନିଜ ଅଞ୍ଚଳ ରେ ଗୋଷ୍ଠିଉନ୍ନୟ ଅଧିକାରୀ, ତହସିଲଦାର ମାନେ ପାହାଡ଼ ତଳିଅଞ୍ଚଳ, ବନ୍ୟାପ୍ଲବୀତ ହେବା ଅଞ୍ଚଳ ଚିନ୍ନଟ କରିଛନ୍ତି l ଆଜି ସେହି ଅଂଚଳର ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି l ବିଶେଷ କରି ରାୟଗଡ ବ୍ଲକର ଶେଷଖଲ ଥାନା ଅନ୍ତର୍ଗତ ଗଙ୍ଗାପେଟl ଗ୍ରାମର ଲୋକମାନଙ୍କୁ ଖିଲମିଶ ବହୁମୁଖୀ ବତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି l ଜନସାଧାରଣଙ୍କୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଉଛି l ଆଜି ସନ୍ଧ୍ୟା ୬.୦୦ଟା ସୁଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୦୧୧ ଜଣକୁ ସ୍ଥାନାନ୍ତର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି l ବତ୍ୟା ମୁକାବିଲା ନିମନ୍ତେ ଜିଲ୍ଲାରୁ ବ୍ଲକ ପର୍ଯ୍ୟନ୍ତ ନିୟନ୍ତ୍ରଣ କକ୍ଷ ଖୋଲାଯlଇ କାର୍ଯ୍ୟକାରୀ କରାଯlଇ ଗେଜେଟେଡ଼ ଅଫିସରଙ୍କୁ ନିୟୋଜିତ କରାଯାଇଛି l ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ଔଷଧ ପତ୍ର ମହଜୁଦ ରଖାଯାଇଛି l ଦୁର୍ଗମ ଅଞ୍ଚଳରେ ଯୋଗାଣ ବିଭାଗ ତରଫରୁ ଅତ୍ୟାଵଶ୍ୟକ ସାମଗ୍ରୀ ବିଶେଷ କରି ଚୁଡା, ଚାଉଳ, କିରସିନ, ଦିଆସିଲ ପ୍ରଭୃତି ମହଜୁଦ ରଖିlଯାଇଛି l ଆସନ୍ନ ପ୍ରସବl ମହିଳା ଓ ବୃଦ୍ଧବୃଦ୍ଧା ମାନଙ୍କୁ ନିକଟସ୍ଥ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି l ଜିଲ୍ଲାର ରାସ୍ତଘlଟରେ ଗାଡି ଚଳାଚଳ ଉପରେ ନଜର ରଖିବାକୁ ଅlଞ୍ଚଲିକ ପରିବହନ ଅଧିକାରୀଙ୍କୁ କୁହାଯାଇଛି l ଜିଲ୍ଲାକୁ ବତ୍ୟା ମୁକାବିଲା ନିମନ୍ତେ ୬ ଗୋଟି ଓଡ୍ରାଫ ଟିମ ଓ ୨ ଗୋଟି ଏଣ୍ଡିଆରଏଫ ଟିମ ଆସି ପହଞ୍ଚିଛନ୍ତି l ଗୋଟିଏ ଓଡ୍ରାଫ ଟିମକୁ କଲ୍ୟାଣସିଂପୁର ପଠାଇଯାଇଥିବା ବେଳେ ଗୋଟିଏ ଟିମ ରାୟଗଡରେ ମହଜୁଦ ଅଛି ବାକି ଓଡ୍ରାଫ ଟିମ ରାମନାଗୁଡ଼ାର ଭମିନି ଠାରେ ଅଛନ୍ତି l ସେହିପରି ଏଣ୍ଡିଆରଏଫର ୨ ଗୋଟି ଟିମ ଗୁଣପୁରରେ ଅଛନ୍ତି l ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ମାନଙ୍କ ଛୁଟି ବାତିଲ କରାଯାଇଛି l

0
0
0
s2sdefault