ଯାଜପୁର ରୁ ସୁବାଷ ଚନ୍ଦ୍ର ନାୟକ -ଯାଜପୁର କେନ୍ଦୁଝର ରେଳଷ୍ଟେସନ ସାମ୍ମା ରେ ନିୟମିତ ରେଳ ଯାତ୍ରୀ ସଂଘ ପକ୍ଷରୁ ଆଜିସକାଳ ୧୦ ଘଟିକା ଠାରୁ ଦିବା ୧ ଘଟିକା ପର୍ଯ୍ୟନ୍ତ ଆବାହକ ପୁର୍ଣ୍ଣଚନ୍ଦ୍ର ଦାଶଙ୍କ ନେତୃତ୍ଵରେ ତିନିଦଫା ଦାବୀ ଯଥା:- ବନ୍ଦ ରହିଥିବା ସବୁତକ ପାସେଞର ରେଳ ଓ ମେମୁ ପ୍ରଚଳନ .ପାସେଞ୍ଜରରେଳ ଚଳାଚଳରେ ଏକ୍ସପ୍ରେସ ଭଡା ନ ନେଇ ପାସେଞର ଭଡା ନେବା ସହ ମାସିକ ସିଜିନ ଟିକେଟ ବିକ୍ରୟ ପୁର୍ବଭଳି ଆରମ୍ଭ କରିବା .ସମସ୍ତ ରେଳ ଟିକେଟ ଅନଲାଇନ ବୁକିଙ୍ଗ ସହ ପ୍ରତ୍ୟେକ ଷ୍ଟେସନ କାଉଁଟରରେ ପୁର୍ବପରି ବିକ୍ରୟ କରିବାର ଦାବୀକୁ ନେଇ ଗଣଧାରଣା ଦିଆଯାଇଥିଲା | ଉକ୍ତ ଗଣଧାରଣାରେ ଅମୀୟ ରଂଜନ ବେହେରା. ଶଶୀଭୁଷଣ ଦାଶ .ସହିଦ ଭଗତ ସିଂହ ଯୁବକ ସଂଘର ସଭାପତି ରାଜେନ୍ଦ୍ର କୁମାର ବିଶ୍ଵାଳ . ମାନବଅଧିକାରକର୍ମୀ ଭୁବନ ମୋହନ ମହାନ୍ତି ପ୍ରମୁଖ ଗଣଧାରଣାରେ ସାମିଲ ହୋଇଥିଲେ | ପାଗର ପ୍ରତିକୁଳ ସ୍ୱତେ ଦିନ ୧ଘଟିକାରେ ଷ୍ଟେସନ ପରିସରକୁ ଯାଇ ଷ୍ଟେସନ ସୁପରିଟେଣ୍ଟ ଙ୍କୁ ତିନିଦଫା ସମ୍ମଳିତ ଦାବୀପତ୍ର ପ୍ରଦାନ କରିଥିଲେ | ଉକ୍ତ ଧାରଣାଟି କୋଭିଦ ନିୟମ ଅନୁଯାୟୀ ଶୃଂଖଳାର ସହ କରାଯାଇଥିଲା, ଏଥିରେ ଶାନ୍ତି ଶୃଙ୍ଖଳା ନିମନ୍ତେ ଯାଜପୁରରୋଡଥାନା ର ପୋଲିସ ସ୍ଥାନୀୟ ଷ୍ଟେସନର ଜି.ଆର.ପି.ଓ ଆର.ପି.ଏଫ. ପୋଲିସ ସଂପୁର୍ଣ୍ଣ ରୁପେ ସହଯୋଗ କରିଥିଲେ .
ରାଜ୍ୟ
ନିୟମିତ ରେଳଯାତ୍ରୀ ସଂଘ ପକ୍ଷରୁ ଗଣଧାରଣା
- Hits: 359