ଭଦ୍ରକ ବ୍ଲକ(ସୀତାକାନ୍ତ ପାଢ଼ୀ):-ଭଦ୍ରକ ଜିଲ୍ଲା ବଙ୍କସାହି ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାର ବରିଷ୍ଠ ଆଇନଜୀବୀ ସ୍ବର୍ଗତ ବିବେକାନନ୍ଦ ମହାନ୍ତି ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଆଜି ତାଙ୍କ ବଙ୍କସାହି ସ୍ଥିତ ବାସଭନରେ , ବଙ୍କସାହି ଯୁବକ ସଂଘ ତରଫରୁ କୋରୋନା କଟକଣା ନିୟମକୁ ମାନି ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ତାଙ୍କ ପୁତ୍ର ଶିବ ନାରାୟଣ ମହାନ୍ତିଙ୍କ କହିବା ଅନୁଯାୟି " ବାପାଙ୍କ ଦେହାନ୍ତ ପରେ ଗରିବ ଲୋକ ମାନଙ୍କ ପାଇଁ ରକ୍ତ ଦାନ କରି କିପରି ଜିବନ ବଞ୍ଚିପାରିବ ତାହା ଲକ୍ଷ ରଖି ଏହି ରକ୍ତଦାନ କାର୍ଯ୍ୟକ୍ରମ କରାଯାଇଛି" । ଏହି ରକ୍ତଦାନ ରେ ୫୦ ୟୁନିଟ ରକ୍ତ ସଂଗ୍ରହ ପାଇଁ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଗଠନ ର ସଦସ୍ୟ ଦେବାଂଶୁ ରାଉତ, ପ୍ରିୟବତ ଭୂୟାଁ, ସଂଚିନ ଜେନା, ତ୍ରିଥ ପ୍ରସାଦ, ରଞ୍ଜିତ ଲାଲା, ହେମନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
ରାଜ୍ୟ
ଶ୍ରାଦ୍ଧବାର୍ଷିକୀରେ ରକ୍ତ ଦାନ ଶିବିର ଅନୁଷ୍ଠିତ।
- Hits: 400











