ହେଡଲାଇନସ୍:

ନ୍ୟାୟପାଳିକାରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ସପକ୍ଷରେ ପ୍ରଧାନ ବିଚାରପତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Justice N.V. Ramana set to take over as 48th Chief Justice of India - The  Hindu

ନୂଆଦିଲ୍ଲୀ (ଶାସକ ପ୍ରଶାସକ ) ପ୍ରଧାନ ବିଚାରପତି ଏନ.ଭି ରାମନା ରବିବାର ଦିନ ନ୍ୟାୟପାଳିକାରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ସପକ୍ଷରେ ମତ ରଖିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରାମନା | ଏହାସହିତ ଦେଶର ଆଇନ କଲେଜଗୁଡ଼ିକରେ ମଧ୍ୟ ଅନୁରୂପ ସଂରକ୍ଷଣ ଦାବିକୁ ବି ସମର୍ଥନ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ରାମନା।
ସୁପ୍ରିମକୋର୍ଟର ମହିଳା ଓକିଲମାନଙ୍କ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାକୁ ସମ୍ବୋଧିତ କରି ପ୍ରଧାନ ବିଚାରପତି କହିଛନ୍ତି "ଏହା ଆପଣଙ୍କର ଅଧିକାର | ନ୍ୟାୟପାଳିକାରେ ଓ ଆଇନ ମହାବିଦ୍ୟାଳୟ ଗୁଡିକରେ ସଂରକ୍ଷଣ ପାଇଁ ଦାବି କରିବାର ଅଧିକାର ଆପଣଙ୍କ ରହିଛି |
ନ୍ୟାୟପାଳିକାରେ ମହିଳାଙ୍କ ପାଇଁ ଆମକୁ ୫୦ ପ୍ରତିଶତ ସଂରକ୍ଷଣ ଆବଶ୍ୟକ | ଏହା ହଜାର ହଜାର ବର୍ଷର ମାନସିକତାର ଏକ ପ୍ରସଙ୍ଗ। ନିମ୍ନ ସ୍ତରରେ ନ୍ୟାୟପାଳିକାର ୩୦ ପ୍ରତିଶତରୁ କମ୍ ବିଚାରପତି ମହିଳା ଅଟନ୍ତି | ହାଇକୋର୍ଟରେ ଏହା ୧୧.୫ ପ୍ରତିଶତ ଥିବ ବେଳେ ସୁପ୍ରିମକୋର୍ଟରେ କେବଳ ୧୧-୧୨ ପ୍ରତିଶତ ମହିଳା ବିଚାରପତି ଅଛନ୍ତି ସେ କହିଛନ୍ତି।

0
0
0
s2sdefault