ହେଡଲାଇନସ୍:

ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରଘୁନାଥ ଆୟାର ଗଜପତି ଜିଲ୍ଲା ଗସ୍ତରେ ଆସି ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ।
ବିଦ୍ୟାଳୟରେ ଚାଲିଥିବା ୫ଟି ଅନ୍ତର୍ଗତ ହାଇସ୍କୁଲ ରୂପାନ୍ତରିକରଣ କାର୍ଯ୍ୟ ଗୁଡିକୁ ବୁଲି ଦେଖିଥିଲେ।
୩ ଗୋଟି ସ୍ମାର୍ଟ କ୍ଳାସରୁମ , ଇ-ଲାଇବ୍ରେରୀ , ଅତ୍ୟାଧୁନିକ ବିଜ୍ଞାନାଗାର କାର୍ଯ୍ୟ ତଦାରଖ କରିବା ସହ ନୀତି ଆୟୋଗର ଆର୍ଥିକ ସହାୟତାରେ ନିର୍ମାଣ ହେବାକୁ ଥିବା ଅଟଳ ଟିଙ୍କ୍ ରିଂଗ ଲେବ୍ କାର୍ଯ୍ୟର ସମୀକ୍ଷା କରିଥିଲେ।
ବିଦ୍ୟାଳୟ ଶିକ୍ଷକ ବିଶ୍ରାମାଗାରରେ ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ମାନଙ୍କ ସହ ଶିକ୍ଷାଦାନ କାର୍ଯ୍ୟକ୍ରମ ଇ-ଲାଇବ୍ରେରୀ , କେରିଅର୍ ପୋର୍ଟାଲ ସମ୍ପର୍କରେ ଆଲୋଚନା କରି ପରାମର୍ଶ ଦେଇଥିଲେ।
ଉକ୍ତ ଆଲୋଚନାରେ ପ୍ରଧାନ ଶିକ୍ଷକ ଡ଼.ବୃଷକେତୁ ଦାଶ ସଂପ୍ରତି ଚାଲିଥିବା ମୂଲ୍ୟାୟନ ପଦ୍ଧତି ଓ ମେନଟର୍ ଦାୟୁତ୍ୱ ସମ୍ପର୍କରେ ନିର୍ଦ୍ଦେଶକଙ୍କୁ ଅବଗତ କରାଇଥିଲେ।
ନିର୍ଦ୍ଦେଶକ ବିଦ୍ୟାଳୟର ଶୈକ୍ଷିକ ଓ ରୂପାନ୍ତରିକରଣ କାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କରିଥିଲେ।
ନିର୍ଦ୍ଦେଶକଙ୍କ ଗସ୍ତ କାଳରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରଦୀପ କୁମାର ନାଗ ଓ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ସଞ୍ଜୟ କୁମାର ଉପସ୍ଥିତ ଥିଲେ।

0
0
0
s2sdefault