ହେଡଲାଇନସ୍:

ସମ୍ଭାବ୍ୟ ବାତ୍ୟା ଗୁଲାବକୁ ନେଇ ପୁରୀ ପ୍ରଶାସନ ପ୍ରସ୍ତୁତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ/ ଅନିମେଷ ପଟ୍ଟନାୟକ : ଆସୁଛି ବାତ୍ୟା ଗୁଲାବ । ସେଥିପାଇଁ ଆଗରୁ ପ୍ରସ୍ତୁତ ପୁରୀ ପ୍ରଶାସନ । ଶନିବାର sa ବାତ୍ୟାକୁ ନେଇ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଭର୍ଚ୍ୟୁଆଲ ମିଟିଙ୍ଗ୍ କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳ ଗୁଡ଼ିକୁ ପ୍ରସ୍ତୁତ କରାଯାଇଥିବା ବେଳେ ଶୁଖିଲା ଖାଦ୍ୟ, ପାନୀୟଜଳ, ଔଷଧ ଆଦିକୁ ପର୍ଯ୍ଯାପ୍ତ ପରିମାଣର ମହଜୁଦ ରଖାଯାଇଥିବା ବୈଠକରେ ଜିଲ୍ଲାପାଳ କହିଛନ୍ତି ।
ଅନ୍ୟପଟେ ଆବଶ୍ୟକସ୍ଥଳେ ତ୍ରୁଟିବିହିନ ଯୋଗାଯୋଗ ନିମନ୍ତେ ଅଗ୍ନିଶମ, ବିଦ୍ୟୁତ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଓ ଡାକ୍ତରୀ ଦଳ ପ୍ରସ୍ତୁତ ହୋଇ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ପ୍ରତି ବ୍ଲକରେ ନିୟନ୍ତ୍ରଣ କକ୍ଷ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଆସନ୍ତାକାଲି ଅପରାହ୍ନରେ ପବନର ସମ୍ଭାବ୍ୟ ବେଗ ଘଣ୍ଟାପ୍ରତି ୫୫ରୁ ୬୦ କିମି ବହିପାରେ । ସେଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ବାରଣ କରାଯାଇଛି ।
ଏହି ଭର୍ଚ୍ୟୁଆଲ ମିଟିଙ୍ଗ୍ ରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଜରୁରୀକାଳୀନ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର, ଯୋଗ‍ାଣ ଅଧିକାରୀ ଶ୍ରୀ ସୁବୋଧ ହୋତା, ବିଡିଓ ଓ ତହସିଲଦାର, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault