ଭୁବନେଶ୍ୱର : ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ମାସେବ୍ୟାପୀ ସଚେତନତା ଯାତ୍ରା ବଦଳରେ ଶ୍ରମଦାନ ଓ ସ୍ୱଚ୍ଛତା ଦିଗରେ କାର୍ଯ୍ୟ କରିବା ପାଇଁ ଆହ୍ବାନ ଦେଇଛନ୍ତି ବିଜେଡି ସଭାପତି ନବୀନ ନବୀନ ପଟ୍ଟନାୟକ । ଆଜି ଦଳର ନେତା ଓ କର୍ମୀଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଖୋଲା ଚିଠିରେ ବିଜେଡି ସଭାପତ ମହାମାରୀ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଦଳ ଏଭଳି ନିଷ୍ପତ୍ତି ନେଇଥିବା ଉଲ୍ଲେଖ କରିଛନ୍ତି |
ତାଙ୍କ ଖୋଲା ଚିଠିରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଉଲ୍ଲେଖ କରିଛନ୍ତି ଯେ , ସାଢ଼େ ଚାରିକୋଟି ଓଡ଼ିଶାବାସୀ ଆମର ପରିବାର । ବିଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଆମେ ସେମାନଙ୍କ ସେବାରେ ନିୟୋଜିତ ରହିବା ସହ ପରିବାରର ସଦସ୍ୟ ଭଳି ସୁଖଦୁଃଖର ସାଥୀ ହୋଇ ଆସିଛେ । କୋଭିଡ୍ ମହାମାରୀର ଭୟାବହତା ସମୟରେ ଆପଣମାନେ ଅସୀମ ଦୃଢ଼ତା ପ୍ରଦର୍ଶନ କରି ପ୍ରତ୍ୟେକ ଘରର ସଦସ୍ୟମାନଙ୍କ ନିକଟରେ ଠିଆ ହୋଇ ଧୈର୍ଯ୍ୟ ଓ ତ୍ୟାଗର ନିଦର୍ଶନ ଦେଖାଇଛନ୍ତି । ସେଥିପାଇଁ ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ସେହି ସାମାଜିକ ପ୍ରତିବଦ୍ଧତାକୁ ଆଉ ପାଦେ ଆଗକୁ ନେଇ ଶ୍ରମଦାନ କରି ବିଦ୍ୟାଳୟ ତଥା ଅନ୍ୟାନ୍ୟା ଶିକ୍ଷାନୁଷ୍ଠାନ ପରିସର, ଶିକ୍ଷାନୁଷ୍ଠାନର ରାସ୍ତାଘାଟ ତଥା ସାଧାରଣ ସୁବିଧା କେନ୍ଦ୍ର ପ୍ରଭୃତି ପ୍ରଭୃତି ସ୍ଥାନକୁ ପରିଷ୍କାର, ପରିଚ୍ଛନ୍ନ ରଖିବା ସହିତ ରକ୍ତଦାନ ଭଳି ମହତ୍ କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ।"
"ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତ୍ରୀ ଏବଂ ୧୧ ତାରିଖରେ ଲୋକନାୟକ ଜୟପ୍ରକାଶ ଜୟନ୍ତୀ ନିରାଡ଼ମ୍ବର ଭାବରେ ପାଳନ କରିବା ସହିତ ଗାନ୍ଧୀ ଜୟନ୍ତୀରୁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳିରେ ଦଳର କର୍ମୀ, ବିଭିନ୍ନ ପ୍ରମୁଖ ଦଳୀୟ ସଂଗଠନର କର୍ମକର୍ତ୍ତାମାନଙ୍କ ସହଯୋଗରେ ଆପଣମାନେ କୋଭିଡ୍ ନିୟମ ପାଳନ ପୂର୍ବକ ଏହିଭଳି ଗୁରୁତ୍ୱପୂର୍ଣ୍ଣ ସମାଜସେବା କାର୍ଯ୍ୟକ୍ରମକୁ ହାତକୁ ନେବେ | ସମାଜସେବା ମାଧ୍ୟ୍ୟମରେ ଶ୍ରମଦାନର ମହତ୍ତ୍ୱ ସହିତ ସ୍ୱଚ୍ଛତାର ବାର୍ତ୍ତା ଆମ ଓଡିଶା ପରିବାରର ପ୍ରତ୍ୟେକ ଘରେ ପହଂଚାଇବା" ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ରାଜ୍ୟ
ଅକ୍ଟୋବର ୨ରୁ ନଭେମ୍ବର ୨ : ସଚେତନତା ଯାତ୍ରା ବଦଳରେ ଶ୍ରମଦାନ ଓ ସ୍ୱଚ୍ଛତା ପାଇଁ ଆହ୍ବାନ ଦେଲେ ନବୀନ
- Hits: 854