ହେଡଲାଇନସ୍:

"ବିଧାୟିକା କରୁଛନ୍ତି ମନମାନି, ଲୋକ ଓ ଟ୍ରକ ମାଲିକଙ୍କ ସ୍ୱାର୍ଥକୁ ଦେଉଛନ୍ତି ଜଳାଞ୍ଜଳି"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଚମ୍ପୁଆ ବିଧାୟିକାଙ୍କ ବିରୋଧରେ ବିଷ ଓଗାଳିଲା ଯୋଡ଼ା ବିଜେପି

ଯୋଡ଼ା/ଶାସକ ପ୍ରଶାସକ: ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଙ୍କ ଏକଚାଟିଆ ମନୋବୃତ୍ତି ଆଉ ନିଜ କ୍ଷମତାକୁ ଅପବ୍ୟବହାର କରୁଥିବା ଅଭିଯୋଗ କରି ଆଜି ଯୋଡ଼ା ନଗର ବିଜେପି ସଭାପତି ସୁଶାନ୍ତ କୁମାର ବେବର୍ତ୍ତା ଏକ ସାମ୍ବାଦିକ ସମ୍ମିଳନୀରେ କ୍ଷୋଭ ବ୍ୟକ୍ତ କରିଛନ୍ତି। ଶ୍ରୀ ବେବର୍ତ୍ତା ଆଜି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ ବିଧାୟିକା କେବଳ ସ୍ବାର୍ଥ ସାଧନ ପାଇଁ ନିଜ ଆଖିରେ ଅନ୍ଧପୁଟୁଳି ବାନ୍ଧି ନିଜ ସ୍ଵାମୀ ଓ ସମ୍ପର୍କୀୟଙ୍କ ସ୍ବାର୍ଥ ପାଇଁ ନିଜ କର୍ତ୍ତବ୍ୟ ଭୁଲି ଓ ଉତ୍ତରଦାୟିତ୍ୱ ଭୁଲିଯାଇଛନ୍ତି | ଗର୍ବ କ୍ଷମତା ଲାଳସା ରେ ଅନ୍ଧ ହେଇ ଲୋକଙ୍କ ଗାଡ଼ି ମାଲିକଙ୍କ ସ୍ବାର୍ଥ କୁ ଜଳାଞ୍ଜଳି ଦେଇ ପ୍ରତ୍ୟକ୍ଷ ପରୋକ୍ଷ ଭାବେ ଲାଭବାନ ହେଇ ଯିବା ଆଶା ରେ ଜନପ୍ରତିନିଧି ହବାର ଯୋଉ ଶପଥ ପାଠକୁ ଭୁଲି ଯାଇ ସ୍ୱର୍ଥ।ନ୍ଧ ରାଜନୀତିରେ ଲିପ୍ତ ଅଛନ୍ତି । ନିଜ ଗୁରୁ ପୂର୍ବତନ ବାହୁବଳୀ ବିଧାୟକ ସନାତନ ମହାକୁଡ଼ଙ୍କୁ ଦୂରେଇ ଦେଇ କେବଳ ନିଜର ଆଉ ନିଜ ପରିବାର ଅନୁଗାମୀ ଙ୍କ ସ୍ବାର୍ଥ ସାଧନ ହିଁ କରୁଛନ୍ତି। ଏଭଳି କଳୁଷିତ ରାଜନୀତି ପାଇଁ ଆଜି ଅଞ୍ଚଳ ବାସୀ ଗାଡି ମାଲିକ ଦିନ ମଜୁରିଆ ଆଉ ଅବହେଳିତ ନିଷ୍ପେସିତ ଓ ଆଦିବାସୀ ମାନେ ଦୁଃଖରେ କାଳାତିପାତ କରୁଛନ୍ତି । ଯୋଡ଼ା ବିଜେପି ସଭାପତି ସୁଶାନ୍ତ କୁମାର ବେବର୍ତ୍ତା ଙ୍କ କହିବା ମୁତାବକ ଆଜି ଯୋଡ଼ା ବିଜେପି ର ସାମ୍ବାଦିକ ସମ୍ମିଳନୀ କରିବାର ଅର୍ଥ ହେଲା ଯେ ଯୋଉ ହିସାବ ରେ ଶାସକ ଦଳ ଓ ବିଧାୟିକା ମନମାନି କରୁଛନ୍ତି ପ୍ରଶାସନ କୁ ଅପବ୍ୟବହାର କରୁଛନ୍ତି ଏଭଳି କାମ କୁ ଆଉ ବରଦାସ୍ତ କରା ଯିବନି । ଯଦି ଏମିତି ଚାଲୁ ରହେ ବିଜେପି ଲୋକଙ୍କୁ ମିଳିତ କରି ରାଜ ରାସ୍ତାକୁ ଓହ୍ଲେଇ ଆନ୍ଦୋଳନ କରିବ। ଭବିଷ୍ୟତରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ଶାସକ ଦଳ ,ପ୍ରଶାସନ , ବିଧାୟିକା ଦାୟୀ ରହିବେ ବୋଲି ଶ୍ରୀ ବେବର୍ତ୍ତା ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ରେ ସଭାପତିଙ୍କ ସହ ଉପସଭାପତି ପାର୍ଥ ସାରଥି ଷଡ଼ଙ୍ଗୀ , ବିଚିତ୍ରାନନ୍ଦ ଦାଶ, ସମ୍ପାଦକ ଅନନ୍ତ ପ୍ରକାଶ ଟୁଡୁ ଉପସ୍ଥିତ ଥିଲେ |

0
0
0
s2sdefault