ଉଚ୍ଚ ଚିକିତ୍ସା ପାଇଁ ସରକାରଙ୍କୁ ନିବେଦନ କଲେ ପିତା ।
ମାଲକାନଗିରି / ବି ମିନତୀ ପାତ୍ର : ଅଭିଶପ୍ତ ଶୈଶବ ଜନ୍ମ ହେବା ୨ରୁ୩ ବର୍ଷମଧ୍ୟରେ ହେଉଛନ୍ତି ବିକଳାଙ୍ଗ । ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ସଦର ମହକୁମା ଠାରୁ ୨କିମି ଦୂରରେ ଥିବା ତାରିଣୀ ମନ୍ଦିର ପାଖ ତାରିଣୀ ବସ୍ତିରେ । ଏହି ବସ୍ତିରେ ପ୍ରାୟ ୨୦ରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ବେଳେ ଜନସଂଖ୍ୟା ପ୍ରାୟ ୮୦ରୁ ଉର୍ଦ୍ଧ ରହିଛି । ବସ୍ତିରେ ବାସ କରୁଥିବା ଜୟ ସମରଥଙ୍କ ଦୁଃଖ କହିଲେ ନସରେ । ନିଜର କୁଟୁମ୍ବ କହିଲେ ୬ପ୍ରାଣି ଦୁଇଟି ଝିଅ ଓ ଦୁଇଟି ପୁଅ ଙ୍କୁ ନେଇ ସୁରୁଖୁରୁରେ ସଂସାର ଚଳାଉଥିବା ବେଳେ ଏବେ ତାଙ୍କ ଉପରେ ମାଡି ବସିଛି ଦୁଃଖର କଳାବାଦଲ । ତାଙ୍କର ଗୋଟିଏ ଝିଅ ସୁନିତା ସମରଥ ବୟସ ପ୍ରାୟ ୭ବର୍ଷ ଏବଂ ପୁଅ ଉଜଳ ସମରଥ ବୟସ ପ୍ରାୟ ୫ ବର୍ଷ ବେହି ଦୁଇ କୋମଳମତି ବାଳକ ଏବଂ ବାଳିକା ଜନ୍ମ ସମୟରେ ଶାରୀରିକ ଗଠନ ଠିକ ରହିଥିବା ବେଳେ ୨ବର୍ଷ ବୟସରେ ଶାରିରୀକ ଅକର୍ମଣ୍ୟର ଶିକାର ହେଉଥିବା ଦେଖିବାକୁ ମିଳିଛି । ବୟସ ଅନୁପାତରେ ଉଚ୍ଚତା ନ ବଢିବା ସହ,ହାତ ଓ ଗୋଡ଼ ଗୁଡିକ ଭିତରକୁ ମୋଡ଼ିହେଇ ପଞ୍ଜରା ହାଡ଼ଟି ବାହାରକୁ ବଢିବାକୁ ଲାଗୁଛି । ଯା ଦ୍ୱାରା ଦୁଇ ଶିଶୁଙ୍କୁ ଚାଲିବାରେ ଅସୁବିଧା ହେବାସହ ମାତ୍ର କେଇ ମିଟର ଚାଲିବା ପରେ ଧଇଁସଇଁ ହୋଇ ଶ୍ବାସ ରୁଦ୍ଧ ହେଇ ପଡୁଛନ୍ତି । ଏହି ରୋଗ ବାବଦରେ ମାଲକାନଗିରି ଶିଶୁ ବେଶେଷଜ୍ଞ ଙ୍କୁ ଦେଖାଇବା ପରେ ମଧ୍ୟ ସ୍ୱାସ୍ଥ୍ୟ ଅବସ୍ଥା ଉନ୍ନତି ନ ହେଉଥିବାରୁ ପରିବାର ଅଧିକ ଚିକିତ୍ସା ଏବଂ ସରକାରୀ ସହାୟତା କୁ ଚାହିଁ ବସିଛନ୍ତି । ଦୁଇ ଶିଶୁଙ୍କ ମା ଏମାନଙ୍କ ଅଵସ୍ଥା କୁ ନେଇ କାନ୍ଦିବା ସହ ଆମ ଦୁହିଁଙ୍କ ମୃତ୍ୟୁ ପରେ ଏମାନଙ୍କ ଦେଖାଶୁଣା କିଏ କରିବ ଏବଂ ଏମାନେ କିଭଳି ଜୀବନ ଯାପନ କରିବେ ଚିନ୍ତା ପ୍ରକଟ କରିଛନ୍ତି ।