ହେଡଲାଇନସ୍:

ଜାତୀୟ ସଂସ୍ଥା ଦ୍ୱାରା ଏସସି , ଏସଟି ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଯୁବକ-ଯୁବତୀଙ୍କୁ ରୋଜଗାରକ୍ଷମ ପାଇଁ କମ୍ପୁଟର ଶିକ୍ଷାରେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆକାଂକ୍ଷା ଜିଲ୍ଲା ଗଜପତିରେ ସାମ୍ପ୍ରତିକ ଇଲେକ୍ଟ୍ରୋନିକ୍ସ , ସୂଚନା , ଯୋଗାଯୋଗ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଜିଲ୍ଲାର ଅନୁସୂଚିତ ଜାତି , ଜନଜାତି ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଯୁବକ-ଯୁବତୀ ମାନଙ୍କୁ ନିଯୁକ୍ତି ଯୋଗ୍ୟତାର ସୁଯୋଗ ସୃଷ୍ଟି ପାଇଁ ଦକ୍ଷତା ବୃଦ୍ଧି କରାଯିବା ନିମନ୍ତେ ଏକ ଚୟନ କାର୍ଯ୍ୟକ୍ରମର ଶୁଭାରମ୍ଭ ପାରଳାଖେମୁଣ୍ଡି ସ୍ଥିତ ପ୍ୟାଲେସ ରୋଡ଼ର ଆନ୍ଧ୍ର(ୟୁନିଅନ) ବ୍ୟାଙ୍କ ଉପର ମହଲାରେ ଥିବା ଅଚ୍ୟୁତ ଇନଷ୍ଟିଚ୍ୟୁଟ ଫର ଇନଫରମେସନ ଟେକ୍ନୋଲୋଜିର ପ୍ରଶିକ୍ଷଣ ହଲ ଠାରେ ଏଆଇଆଇଟି (AIIT) ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।
ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ ନୀତି ଆୟୋଗର ଏକ ପ୍ରକଳ୍ପ(ନିଏଲିଟ) ଜାତୀୟ ସଂସ୍ଥା ଦ୍ୱାରା କାର୍ଯ୍ୟକାରୀ ହେଉଛି ।
ଏଆଇଆଇଟି(AIIT) କମ୍ପୁଟର ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ରର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଚ୍ୟୁତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଓରମାସର ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦେବେନ୍ଦ୍ର କୁମାର କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଶିକ୍ଷାର୍ଥୀ ମାନେ ଆନ୍ତରିକତା ଓ ନିଷ୍ଠାର ସହ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ଦକ୍ଷତା ବୃଦ୍ଧି କରି ନିଯୁକ୍ତି ଯୋଗ୍ୟ ହେବା ସହ ଆତ୍ମନିର୍ଭରଶୀଳ ଓ ରୋଜଗାର କ୍ଷମ ହେବା ଦିଗରେ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ ଜାତୀୟ ସଂସ୍ଥା ନିଏଲିଟ (ଏନଆଇଇଏଲଆଇଟି)ର ଉପ-ନିର୍ଦ୍ଦେଶକ ଶ୍ରୀ ଉମାକାନ୍ତ ତ୍ରିପାଠୀ ଯୋଗଦେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରି କମ୍ପୁଟର ଶିକ୍ଷାରେ କିଭଳି ନିଜକୁ ଦକ୍ଷ ପ୍ରତିପାଦନ କରି ଭବିଷ୍ୟତ ଗଢିପାରିବେ , ସେ ସମ୍ପର୍କରେ କହିଥିଲେ ।
ଏକାଡେମୀର ପ୍ରଶିକ୍ଷକ ଶ୍ରୀ ସର୍ଭେସ କୁମାର ତିୱାରୀ ଯୋଗଦେଇ କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶେଷରେ ଉପସ୍ଥିତ ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରକଳ୍ପ କାର୍ଯ୍ୟକାରୀ ଜାତୀୟ ସଂସ୍ଥା ନିଏଲିଟ ପକ୍ଷରୁ କମ୍ପ୍ୟୁଟର ସହଜ ଶିକ୍ଷା ସମ୍ପର୍କରେ ୩ ଟି ଉପାଦେୟ ପୁସ୍ତକ ମଞ୍ଚାସୀନ ଅତିଥି ମାନେ ବଣ୍ଟନ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଏଆଇଆଇଟି କମ୍ପ୍ୟୁଟର ଶିକ୍ଷା ଅନୁଷ୍ଠାନର ଏଡ଼ମିନ ଶ୍ରୀ ବଳରାମ ମହାଙ୍କୁଡ଼ , ଏଚଓଡ଼ି:-ରଞ୍ଜିତା ପ୍ରଧାନ , ଶ୍ରୀଧର ପାଣିଗ୍ରାହୀ , ଅଳକା ପଣ୍ଡା ଓ ସ୍ୱାତୀ ପଟ୍ଟନାୟକଙ୍କ ସମେତ ଅଙ୍କିତା ପରିଚ୍ଛା , ଚିନ୍ତାଡା ଭାନୁ , ଦିଲୀପ କୁମାର ପରିଡା ଓ ଚିନ୍ତାଡା ଶ୍ରାବଣୀ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault