ହେଡଲାଇନସ୍:

ଡାଲମିଆ ସିମେଂଟ୍ କଟକର ଦ୍ୱିତୀୟ ଲାଇନରେ ବାଣିଜ୍ୟିକ ଉତ୍ପାଦନର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଂପାନି ୩୨୫ କୋଟି ଟଙ୍କାର ପୁଞ୍ଜିନିବେଶରେ ୨.୨୫ ଏମଟିପିଏ ଅତିରିକ୍ତ କ୍ଷମତା ଯୋଡ଼ିଛି

ୟୁନିଟର ମୋଟ୍ କ୍ଷମତା ଏବେ ୩.୯୫ ଏମଟିପିଏକୁ ବୃଦ୍ଧି

ଟାଂଗି: ଏକ ଅଗ୍ରଣୀ ଭାରତୀୟ ସିମେଂଟ୍ କଂପାନି ଓ ଡାଲମିଆ ଭାରତ ଲିମିଟେଡ୍ର ସହଯୋଗୀ ସଂସ୍ଥା ଡାଲମିଆ ସିମେଂଟ୍ (ଭାରତ) ଲିମିଟେଡ୍ (ଡିସିବିଏଲ୍) ପକ୍ଷରୁ ଏହାର କଟକ ନିକଟରେ ଥିବା କପିଳାସ ସିମେଂଟ୍ ମାନୁଫାକ୍ଚରିଂ ୱାର୍କସ୍ (କେସିଏମଡବ୍ଲ୍ୟୁ)ରେ ୨.୨୫ ନିୟୁତ ଟନ୍ର କ୍ଷମତା ବିଶିଷ୍ଟ ଦ୍ୱିତୀୟ ଲାଇନରୁ ବାଣିଜି୍ୟକ ଉତ୍ପାଦନର ଶୁଭାରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଏହି ଯୋଗଦାନ ସହିତ କଂପାନିର ଏହି କାରଖାନାର ମୋଟ୍ କ୍ଷମତା ଏବେ ବାର୍ଷିକ ୩.୯୫ ନିୟୁତ ଟନକୁ ବୃଦ୍ଧି ପାଇଛି । ନିରନ୍ତର ଅଭିବୃଦ୍ଧିକୁ ସମୃଦ୍ଧ କରିବା ସହିତ ଏହି ଅଂଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି କଂପାନିର ରହିଥିବା ପ୍ରତିବଦ୍ଧତା ଅନୁଯାୟୀ ଏହି କାର୍ଯ୍ୟ କରାଯାଇଛି ।
ଏହି ଅବସରରେ ଶ୍ରୀଯୁକ୍ତ ମହେନ୍ଦ୍ର ସିଂଘି, ଏମଡି ଓ ସିଇଓ, ଡାଲମିଆ ସିମେଂଟ୍ (ଭାରତ) ଲିମିଟେଡ୍ କହିଛନ୍ତି ଯେ, “ଆମେ ଏହା ଘୋଷଣା କରି ବହୁତ ଖୁସି ଯେ ଡିସିବିଏଲର ଆମର କେସିଡବ୍ଲୁ କାରଖାନାର ଦ୍ୱିତୀୟ ଲାଇନରୁ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ କରାଯାଇଛି । ଏହା ସହିତ ୨୦୨୪ ଆର୍ଥିକ ବର୍ଷ ସୁଦ୍ଧା ଡିସିବିଏଲର କ୍ଷମତାକୁ ୩୦.୭୫ ନିୟୁତ ଟନ୍ରୁ ବଢ଼ାଇ ୪୮.୫ ନିୟୁତ ଟନ୍ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ରହିଥିବା ଆମର ଲକ୍ଷ୍ୟର ଆମେ ଆହୁରି ନିକଟତର ହୋଇଛୁ । ଆମ ପାଇଁ ଓଡ଼ିଶା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଏବଂ ବାଣିଜ୍ୟିକ ଉତ୍ପାଦନ ଦ୍ୱାରା ଆମେ ଏହି ଅଂଚଳରେ ଉଭୟ ଗ୍ରାମାଚଂଳ ଓ ସହରାଚଂଳର ସିମେଂଟ୍ ଚାହିଦା ପୂରଣ କରିପାରିବୁ ।’’
“ନିରନ୍ତରତା ପାଇଁ ସ୍ୱଚ୍ଛ ଓ ସବୁଜକୁ ନେଇ ଆମର ରହିଥିବା ଦର୍ଶନକୁ ଦୃଷ୍ଟିରେ ରଖି ଆମେ କେସିଏମଡବ୍ଲ୍ୟୁ ୟୁନିଟରେ ସଦ୍ୟତମ ଯନ୍ତ୍ରାଂଶ ଓ ପ୍ରଯୁକ୍ତି ମୂତୟନ କରିଛୁ ଏବଂ ୧୦୦% ବ୍ଲେଣ୍ଡେଡ୍ ସିମେଂଟ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛୁ । ୨୦୪୦ ସୁଦ୍ଧା କାର୍ବନ୍ ନେଗେଟିଭ୍ ହେବା ଲାଗି ଆମର ରହିଥିବା ପ୍ରତିବଦ୍ଧତା ଅନୁସାରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ଶ୍ରୀଯୁକ୍ତ ରାମ ଅବତାର ଶର୍ମା, ୟୁନିଟ୍ ମୁଖ୍ୟ, କେସିଏମଡବ୍ଲ୍ୟୁ, ଡାଲମିଆ ସିମେଂଟ୍ (ଭାରତ) ଲିମିଟେଡ୍ କହିଛନ୍ତି ଯେ, “ନିରନ୍ତର ସମର୍ଥନ ପ୍ରଦାନ କରିବା ଏବଂ ରାଜ୍ୟର ଅଭିବୃଦ୍ଧି କାହାଣୀର ଅଂଶ ହେବା ଲାଗି ଆମକୁ ସୁଯୋଗ ଦେଇଥିବାରୁ ଆମେ ଓଡ଼ିଶା ସରକାର ଏବଂ କଟକର ବିଶ୍ୱାଳୀ ବାସୀଙ୍କ ନିକଟରେ କୃତଜ୍ଞ । କ୍ଷମତାରେ ଏହି ବୃଦ୍ଧି ଦ୍ୱାରା ଆମେ ପର୍ଯ୍ୟାପ୍ତ ଓ ସମୟୋପଯୋଗୀ ଯୋଗାଣ ନିଶ୍ଚିତ କରିପାରିବୁ, ଫଳରେ ଯୋଗାଣ ଶୃଙ୍ଖଳରେ ଦକ୍ଷତା ବୃଦ୍ଧି ପାଇବ ।’’
ଦେଶରେ ସିମେଂଟ୍ କ୍ଷମତା ବଢ଼ାଇବା ଲାଗି ଡାଲ୍ମିଆ ଭାରତ ସିମେଂଟ୍ ପକ୍ଷରୁ ଗତ ମାସରେ ଏକ ଦୀର୍ଘମିଆଦୀ ଯୋଜନା ଉନ୍ମୋଚନ କରାଯାଇଥିଲା । ଏହା ୨୦୩୧ ସୁଦ୍ଧା ନିଜ ସିମେଂଟ୍ ଉତ୍ପାଦନ କ୍ଷମତାକୁ ବାର୍ଷିକ ୧୧୦-୧୩୦ ନିୟୁତ ଟନ୍ ପର୍ଯ୍ୟନ୍ତ ବଢ଼ାଇବାକୁ ଯୋଜନା ରଖିଛି । ଏହି ଯୋଜନାକୁ ଉଭୟ ଅର୍ଗାନିକ୍ ଓ ଇନ୍ଅର୍ଗାନିକ୍ ସୁଯୋଗ ଜରିଆରେ କାର୍ଯ୍ୟକାରୀ କରାଯିବା ସହ ଅଧିକ ଯୋଜନାବଦ୍ଧ ଓ ବ୍ୟୟ ମିତବ୍ୟୟୀ ଅର୍ଗାନିକ୍ ପର୍ଯ୍ୟାୟ ଆଗକୁ ଅଗ୍ରସର ହେବ । ପୁରୁଣା ବଜାରଗୁଡ଼ିକରେ ନିଜ ସ୍ଥି୍ିତି ସୁଦୃଢ଼ କରିବା ସହ କଂପାନି ଏହାର କାର୍ଯ୍ୟକ୍ଷେତ୍ରକୁ ନୂଆ ଅଂଚଳକୁ ସମ୍ପ୍ରସାରିତ କରିବ ।

 

0
0
0
s2sdefault