ହେଡଲାଇନସ୍:

ସରକାରଙ୍କୁ ସମାଲୋଚନା ପାଇଁ ରିପୋର୍ଟର ଭୁଲ୍‍ ବ୍ୟାଖ୍ୟା କରୁଛି ବିଜେପି: ବିଜେଡି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ଯାହା ଜଣାପଡୁଛି ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଏବେ ବି ନିଜକୁ ରାଜନୈତିକ ବ୍ୟକ୍ତି ନୁହେଁ, ଜଣେ ପ୍ରଶାସିକା ବୋଲି ଭାବୁଛନ୍ତି । ଓଡିଶା ସରକାରଙ୍କୁ ସମାଲୋଚନା କରିବା ପାଇଁ କୌଣସି ପ୍ରସଙ୍ଗ ନପାଇ ଗଣମାଧ୍ୟମରେ ରାଜନୈତିକ ଦୃଷ୍ଟିରୁ ପ୍ରାସଙ୍ଗିକ ରହିବାକୁ ରିପୋର୍ଟର ଭୁଲ ବ୍ୟାଖ୍ୟା କରୁଛନ୍ତି ଏବଂ ଏକପାଖିଆ ମତ ଦେଉଥିବା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର ।
ଅପରାଜିତାଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଏଥିରୁ ଜଣାପଡୁଛି ଦାରିଦ୍ର୍ୟ ହାରକୁ ୨୪% ହ୍ରାସ କରିବା ସହିତ ୮୦ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟରୁ ବାହାର କରିଥିବାରୁ ନୀତି ଆୟୋଗ ଭାରତର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବରେ ଓଡିଶାକୁ ପ୍ରଶଂସା କରିଥିବା ବିଷୟରେ ଶ୍ରୀମତୀ ଷଢଙ୍ଗି ବୋଧହୁଏ ଅବଗତ ନାହାନ୍ତି ।
ଆମେ ଶ୍ରୀମତୀ ଷଡଙ୍ଗୀଙ୍କୁ ଅନୁରୋଧ କରୁଛୁ ଶସ୍ତା ରାଜନୀତି କରନ୍ତୁ ନାହିଁ ଏବଂ ରିପୋର୍ଟର ଭୁଲ ବ୍ୟାଖ୍ୟା ସହିତ ପକ୍ଷପାତିତା ମତ ଦେଇ ଓଡିଶାକୁ ବଦନାମ ତଥା ଅପମାନିତ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ଏହା ଅପେକ୍ଷା ବରଂ ଭୁବନେଶ୍ୱରର ସାଂସଦ ଭାବରେ ସେ ତାଙ୍କ କାର୍ଯ୍ୟକ୍ଷେତ୍ର ଉପରେ ଧ୍ୟାନ ଦିଅନ୍ତୁ ଯେଉଁଠାରେ ସେ ସାଧାରଣତଃ ନିଖୋଜ ରହିଥାନ୍ତି ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।

 

0
0
0
s2sdefault