ହେଡଲାଇନସ୍:

ବିଜେଡିରେ ମିଶିଲେ ଧର୍ମଶାଳାର ବିଜେପି ବିଧାୟକ ପ୍ରାର୍ଥୀ ରମେଶ ପରିଡା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶତାଧିକ ବିଜେପି ନେତା ଓ କର୍ମକର୍ତା ବିଜେଡିରେ ସାମିଲ ।

ଭୁବନେଶ୍ୱର :- ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ବିକାଶ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ଯାଜପୁର ଜିଲ୍ଲା ଧର୍ମଶାଳାର ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ପରିଡା (ତୁଷାର) ବିଧିବଦ୍ଧ ଭାବେ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।ଆଜି ମଧ୍ୟାହ୍ନରେ ବିଜେଡି ରାଜ୍ୟ କାର୍ଯ୍ୟାଳୟ ଠାରେ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁରର ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ, ଆଳିର  ବିଧାୟକ ଶ୍ରୀଯୁକ୍ତ ପ୍ରତାପ କେଶରୀ ଦେବ, ବିଜେଡି ରାଜ୍ୟ ସାଧାରଣ ସଂପାଦକ ତଥା ଧର୍ମଶାଳାର ବିଧାୟକ ଶ୍ରୀଯୁକ୍ତ ପ୍ରଣବ କୁମାର ବଳବନ୍ତରାୟ ଏବଂ କୋରେଇ  ବିଧାୟକ ଶ୍ରୀଯୁକ୍ତ ଅଶୋକ କୁମାର ବଳଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଶତାଧିକ ବିଜେପି କର୍ମକର୍ତା ବିଜେଡିରେ ଯୋଗଦେଇଥିଲେ ।ଏହି ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହୋଇଥିବା ବିଜେପି କର୍ମକର୍ତାଙ୍କ ନାମ ତାଲିକା ପ୍ରଦାନ କରାଗଲା ।
୦୧. ରମେଶ ଚନ୍ଦ୍ର ପରିଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଧର୍ମଶାଳା ବିଧାୟକ ପ୍ରାର୍ଥୀ, ଭାରତୀୟ ଜନତା ପାର୍ଟି
୦୨. ଚୈତନ୍ୟ ସାମଲ, ଯାଜପୁର ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି
୦୩. ମହେନ୍ଦ୍ର କୁମାର ପଣ୍ଡା, ଉପସଭାପତି, ଭାରତୀୟ ଜନତା ପାର୍ଟି, ଯାଜପୁର
୦୪. ମୋନାଲିଶା ଦାଶ, ସମ୍ପାଦକ, ଭାରତୀୟ ଜନତା ପାର୍ଟି, ଯାଜପୁର
୦୫. ବିଜୟ କୁମାର ନାୟକ, ମଣ୍ଡଳ ସଭାପତି, କବାଟବନ୍ଧ
୦୬. ନିରଞ୍ଜନ ବେହେରା, ମଣ୍ଡଳ ସଭାପତି, ଯେନାପୁର
୦୭. ଅଶୋକ କୁମାର ସାହୁ, ମଣ୍ଡଳ ସଭାପତି, ଆରୁହା
୦୮. ଆଶିଷ କୁମାର ବଳ, ରାଜ୍ୟ ପରିଷଦ ସଦସ୍ୟ, ଭାରତୀୟ ଜନତା ପାର୍ଟି
୦୯. ରମେଶ ଚନ୍ଦ୍ର ବେହେରା, ସାଧାରଣ ସମ୍ପାଦକ, ଯେନାପୁର ମଣ୍ଡଳ
୧୦. ମାନସ ମହାନ୍ତି, ସାଧାରଣ ସମ୍ପାଦକ, ଯେନାପୁର ମଣ୍ଡଳ
୧୧. ପ୍ରଭଞ୍ଜନ ମହାନ୍ତି, ସାଧାରଣ ସମ୍ପାଦକ, ଆରୁହା ମଣ୍ଡଳ
୧୨. ଧବଳେଶ୍ୱର ରାଉତ, ପଂଚାୟତ ପ୍ରମୁଖ, ରାଇଛନ୍ଦା
୧୩. ରଘୁନାଥ ବେହେରା, ଅବସର ପ୍ରାପ୍ତ ଶିକ୍ଷକ, ଜେନାପୁର ମଣ୍ଡଳ
୧୪. ଶୁକଦେବ ସ୍ୱାଇଁ, ବରିଷ୍ଠ ନେତା, ଜେନାପୁର ମଣ୍ଡଳ
୧୫. ସଚ୍ଚିଦାନନ୍ଦ ପାତ୍ର, ପ୍ରମୁଖ କାର୍ଯ୍ୟକର୍ତା, ମହିଶରା ଗ୍ରା.ପ.
୧୬. ପ୍ରଫୁଲ୍ଲ କୁମାର ବେହେରା (ବୁଲା), ସାଧାରଣ ସମ୍ପାଦକ, ଆରୁହା ମଣ୍ଡଳ
୧୭. ପ୍ରମୋଦ କୁମାର ଦାସ, ପ୍ରାକ୍ତନ ସମିତି ସଭ୍ୟ, ଚୋରପୁହାଁ
୧୮. ଦେବୀ ପ୍ରସନ୍ନ ଦାଶ, ପ୍ରମୁଖ କାର୍ଯ୍ୟକର୍ତା, ଜାରକା ମଣ୍ଡଳ
୧୯. କୁଳମଣି ପଣ୍ଡା, ପଂଚାୟତ ପ୍ରମୁଖ, ପାଟପୁର
୨୦. ଶରତ ଧଳ, ପ୍ରମୁଖ କାର୍ଯ୍ୟକର୍ତା, ପାଟପୁର ଗ୍ରା.ପ.
୨୧. କୈଳାଶ ଦାସ, ପାଟପୁର ଗ୍ରା.ପ. ପ୍ରମୁଖ କାର୍ଯକର୍ତା
୨୨. ଜ୍ଞାନ ରଂଜନ ମଲ୍ଲିକ, ପ୍ରମୁଖ କାର୍ଯ୍ୟକର୍ତା
୨୩. ଅଧରକାନ୍ତ ଜେନା, ପୂର୍ବତନ ସମବାୟ ସମିତି ଅଧ୍ୟକ୍ଷ, କୋତପୁର
୨୪. ଗୋବିନ୍ଦ ଚନ୍ଦ୍ର ଧୀର, ପ୍ରମୁଖ କାର୍ଯ୍ୟକର୍ତା, କୋତପୁର ଗ୍ରା.ପ.
୨୫. ଜୟନ୍ତ ଜେନା, ପ୍ରମୁଖ କାର୍ଯ୍ୟକର୍ତା, କୋତପୁର ଗ୍ରା.ପ.
୨୬. ସୁଶାନ୍ତ କୁମାର ସାହୁ, ପ୍ରମୁଖ କାର୍ଯ୍ୟକର୍ତା, କୋତପୁର ଗ୍ରା.ପ.
୨୭. ମୃତୁ୍ୟଞ୍ଜୟ ଦାସ (ଟୁକୁନା), ପ୍ରମୁଖ କାର୍ଯ୍ୟକର୍ତା, ବାରବାଟି ମଣ୍ଡଳ
୨୮. ପ୍ରକାଶ ନାୟକ (ବୁନୁ), ପ୍ରମୁଖ କାର୍ଯ୍ୟକର୍ତା, ବାରବାଟି ମଣ୍ଡଳ
୨୯. ପ୍ରମୋଦ ନାୟକ (ବାବୁଲି), ପଂଚାୟତ ପ୍ରମୁଖ, ବାରବାଟି
୩୦. କାମଦେବ ରାଉତ, ପ୍ରମୁଖ କାର୍ଯ୍ୟକର୍ତା, ସିଂହାପୁର, ଗ୍ରା.ପ.
୩୧. ଦିଲ୍ଲିପ କୁମାର ରଥ, ପ୍ରମୁଖ କାର୍ଯ୍ୟକର୍ତା, ଓଡିଶୋ ଗ୍ରା.ପ.
୩୨. ସୁକାନ୍ତ ରାମ, ପାଟପୁର
୩୩. ଅଜୟ ଜେନା, କୋତପୁର
୩୪. ମନୋଜ ବେହେରା, ପାଟପୁର
୩୫. ସହଦେବ ନାୟକ, ପାଟପୁର
୩୬. ବାବନ ବେହେରା, ପାଟପୁର
୩୭. ଅମୁଲ୍ୟ ଦାସ, କୋତପୁର

 

0
0
0
s2sdefault