ହେଡଲାଇନସ୍:

ବିଭିନ୍ନ ସମସ୍ୟା ନେଇ ବିଜେପି ପକ୍ଷରୁ ବକ୍ସମା ପଞ୍ଚାୟତ ଅଫିସ ଘେରାଉ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁଚିଣ୍ଡା - ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ପଞ୍ଚାୟତ ବିଜେପି ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହେଉଥିବା, ଜଙ୍ଗଲ ଜମି ପଟ୍ଟା, ଭୂମିହୀନଙ୍କୁ ଜମି ଓ ଗରିବ ହିତାଧିକାରୀମାନଙ୍କୁ ଅଣଦେଖା କରାଯାଉଥିବା ଆଦି ବିଭିନ୍ନ ଦାବି ନେଇ ବକ୍ସମା ପଞ୍ଚାୟତ ଅଫିସ ଘେରାଉ କରାଯାଇଛି l ଏଥି ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା l ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୨୧ -୨୨ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମ୍ବଲପୁର ଜିଲ୍ଲାକୁ ଅଣଦେଖା କରାଯାଇଛି l କାହାରିକୁ ଆବାସ ଯୋଜନାରେ ଗୃହ ପ୍ରଦାନ କରାଯାଇ ନାହିଁ l ଯାହାକୁ ନେଇ ବିଜେପି ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ l ଏଥିପାଇଁ ବିଜେପି ସିଧାସଳଖ ପ୍ରଶାସନ ଅଧିକାରୀ ଓ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହିତ ପଞ୍ଚାୟତ ଅଫିସକୁ ଘେରାଉ କରାଯାଇଥିଲା l ଏଥିରେ କୁଚିଣ୍ଡାର ପୂର୍ବ ବିଧାୟକ ତଥା ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାଏକ, ପିଙ୍କୁ ପାଣି, ମହେଶ ରାୟ, କୁମଦ ବନ୍ଧୁ ପୃଷେଠ ସମତେ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ l ବକ୍ସମା ପଞ୍ଚାୟତ ଜିଆରଏସ ଲକ୍ଷ୍ମଣ ନାଏକ ଦାବିପତ୍ର ଗ୍ରହଣ କରିଥିଲେ l

0
0
0
s2sdefault