ହେଡଲାଇନସ୍:

ଲାଲ ବାହାଦୁର ଶାସ୍ତ୍ରୀ ଉ.ପ୍ରା ବିଦ୍ୟାଳୟ ରେ ପୋଷଣ କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)-କଥା ପଦୁଏ ସବୁବେଳେ ମନେ ପଡେ ସ୍ୱାସ୍ଥ୍ୟ ହିଁ ସମ୍ପଦ lବର୍ତ୍ତମାନ ର କୋଭିଡ-୧୯ ସମୟରେ ଶିଶୁଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଓ ଶିକ୍ଷା ପ୍ରତି ବିଶେଷ ଗୁରୁତ୍ବ ଦେଇ ପଦ୍ମପୁର ଲାଲ ବାହାଦୁର ଶାସ୍ତ୍ରୀ ଉ.ପ୍ରା ବିଦ୍ୟାଳୟ ଠାରେ "ପୋଷଣ ମାସ"କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lଉକ୍ତ କାର୍ଯ୍ୟକ୍ରମ ରେ ସମସ୍ତ ଅଭିଭାବକ, ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ଥିଲେ lସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀମାନ ସୁବାଷ ନାଥ ଙ୍କ ତତ୍ବାବଧାନରେରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା lଶିକ୍ଷକ ଲଲିତ ମୋହନ ଲୁହାର ରୋଗମୁକ୍ତ ଶରୀର ଓ ପୋଷଣ ଖାଦ୍ୟ ଉପରେ ମାର୍ଗଦର୍ଶନ କରିଥିଲେ lଶିକ୍ଷକ re ଦେବାନନ୍ଦ ତୁରିଆ ଖାଦ୍ୟ ସହ ପରିଶ୍ରମ କୁ ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ ପଢ଼ାପ୍ରତି ଧ୍ୟାନ ଦେବାକୁ ମନ୍ତବ୍ୟ ପ୍ରଦାନ କରିଥିଲେ lପୋଷଣ ପ୍ରଦର୍ଶନୀ ଓ ସାଜସଜ୍ଜା ରେ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରେମଶିଳା ପ୍ରଧାନ,ସୁବାସିନୀ କଣ୍ଟା,ସାଗରୀକା ଯୋଶୀ,ନୀଳିମା ପ୍ରଧାନ, ସଂଘମିତ୍ରା ସାହୁ, ସସ୍ମିତା ଦାଶ,ସଞ୍ଜୁକ୍ତା ରଥ ଏବଂ ମଧୁସ୍ମିତା ବାରିକ ସମ୍ପୁର୍ଣ୍ଣ ଭାବେ ମନୋନୀବେଶ କରିଥିଲେ l

ଖାଦ୍ୟଶସ୍ୟ, ପନିପରିବା ଓ ଫଳମୂଳ ର ପ୍ରଦର୍ଶନୀ ଏହି କାର୍ଯ୍ୟକ୍ରମ ରେ ରଖାଯାଇଥିଲା lସି.ଆର.ସି.ସି ଶେଷଦେବ ସାହୁ ଖାଦ୍ୟ ରେ ସଜନା(ମୁନଗା),କଞ୍ଚା କଦଳୀ, ଅମୃତଭଣ୍ଡା ଆଦି ଭିଟାମିନ ଯୁକ୍ତ ପନିପରିବା ର ଉପକାରୀତା ବିଷୟରେଆଲୋଚନା କରିଥିଲେ lଶେଷରେ ସ୍କୁଲ ର ଶିକ୍ଷକ ଶ୍ରୀମାନ ଗୈାରଚନ୍ଦ୍ର ହୋତା ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault