ହେଡଲାଇନସ୍:

ଜିଲ୍ଲା ଗ୍ରାହକ ଅଧିକାର ସୁରକ୍ଷା କମିଟି ଓ ଆନ୍ଧ୍ର ଶ୍ରୀକାକୁଲମ୍ ଜିଲ୍ଲା ସିଭିଲ୍ ଲିବର୍ଟିସ୍ କମିଟିର ବିବାଦୀୟ ମାଣିକପାଟଣା ଗ୍ରାମ ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ:ଗଜପତି ଜିଲ୍ଲା ଗ୍ରାହକ ଅଧିକାର ସୁରକ୍ଷା କମିଟି ଓ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲା ସିଭିଲ୍ ଲିବର୍ଟିିସ୍ କମିଟି ମିଳିତ ଆନୁକୁଲ୍ୟରେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତ ମାଣିକପାଟଣା ଗ୍ରାମ ଗସ୍ତ କରିଥିଲେ।
ସେଠାରେ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ ପ୍ରାଥମିକ ବିଦ୍ୟାଳୟ , ଅଙ୍ଗନବାଡ଼ି କେନ୍ଦ୍ର ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ପକ୍କାଘର ପ୍ରଭୃତି ପରିଦର୍ଶନ ଓ ଅନୁଧ୍ୟାନ କରିବା ସହ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ ।
ଅନୁସନ୍ଧାନକାରୀ ଦଳ ସମସ୍ତ ଅନୁଧ୍ୟାନରୁ ଗୋଟିଏ କଥା ସ୍ପଷ୍ଟ ଭାବେ ଜାଣିବାକୁ ପାଇଥିଲେ ଯେ , କିଛି ଲୋକ ମାଣିକପାଟଣା ଗ୍ରାମରେ ରହୁଥିଲେ ମଧ୍ୟ ସେମାନଙ୍କ ଭୋଟ ପରିଚୟ ପତ୍ରରେ ସାୱଆ କୋଟା , ଶ୍ରୀକାକୁଲମ୍ ଜିଲ୍ଲା ଆନ୍ଧ୍ର ପ୍ରଦେଶ ଉଲ୍ଲେଖ ରହିଛି ଏବଂ ସେମାନଙ୍କର କୈାଣସି ଘର ପଟ୍ଟା ବି ନାହିଁ। ଓଡ଼ିଶା ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ। ଗଙ୍ଗାବାଡ , କେରାଣ୍ଡି , କଇଁପୁର ଆଦି ସୀମାନ୍ତ ପଞ୍ଚାୟତରେ ଥିବା ଗ୍ରାମ ଗୁଡିକୁ ଓଡ଼ିଶା ସୀମା ଦେଇ ଯିବା ପାଇଁ ଭଲ ରାସ୍ତା ଖଣ୍ତେ ନାହିଁ । ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଯିବା ପାଇଁ ଆନ୍ଧ୍ର ରାସ୍ତା ଉପରେ ନିର୍ଭର କରିବାକୁ ପଡୁଛି। ସେ ଅଞ୍ଚଳରେ ଭଲ ଡାକ୍ତରଖାନା ମଧ୍ୟ ନାହିଁ। ସ୍ୱାସ୍ଥ୍ୟ ସେବା , ଉତ୍ପାଦିତ କୃଷି ଜାତ ଦ୍ରବ୍ଯ ବିକ୍ରି ଓ ବିଭିନ୍ନ ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ମଧ୍ୟ ଲୋକମାନେ ଆନ୍ଧ୍ର ବଜାର ଉପରେ ହିଁ ନିର୍ଭରଶୀଳ। ତା ଛଡା ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ଦ୍ବାରା ଓଡ଼ିଶା ଭୋଟରଙ୍କୁ ଆକର୍ଷିତ କରି ନିଜ ରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ ଏକ ହୀନ ଚକ୍ରାନ୍ତ ଆନ୍ଧ୍ର ସରକାର କରୁଛି ।
ଗଜପତି ଜିଲ୍ଲା ଗ୍ରାହକ ଅଧିକାର ସୁରକ୍ଷା କମିଟି ଯଥା ଶୀଘ୍ର ସୀମା ନିର୍ଦ୍ଧାରଣ କରାଯାଇ ସୀମା ବିବାଦର ସ୍ଥାୟୀ ସମାଧାନ କରିବା , ପକ୍କା ରାସ୍ତା , ଗମନାଗମନ ବ୍ୟବସ୍ଥା , ଡାକ୍ତରଖାନା ଓ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ କରିବା ସହିତ ସୀମାନ୍ତ ଗ୍ରାମଗୁଡିକରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରୁଛି ।
ଏହି ତଥ୍ୟ ଅନୁସନ୍ଧାନକରୀ ଦଳରେ ଗଜପତି ଜିଲ୍ଲା ଗ୍ରାହକ ଅଧିକାର ସୁରକ୍ଷା କମିଟି ପକ୍ଷରୁ କାର୍ଯ୍ୟକାରୀଣି ସଭାପତି ତନୁଜା ଶତପଥୀ , ଜିଲ୍ଲା ସମ୍ପାଦକ ରୋକମ୍ ଲୋକନାଥ , ଶିଶିର କୁମାର ଭଞ୍ଜସାମନ୍ତ , ନୃସିଂହ ମାଳବିଶୋୟୀ , ଚକ୍ରଧର ନାୟକ , ରଞ୍ଜନ ମହାପାତ୍ର ପ୍ରମୁଖ ସମ୍ପୃକ୍ତ ମାଣିକପାଟଣା ଗ୍ରାମକୁ ଗ୍ରସ୍ତ କରିଥିବା ବେଳେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲା ସିଭିଲ ଲିବର୍ଟିସ୍ କମିଟି ପକ୍ଷରୁ ସଭାପତି ପତ୍ରି ଧାନେସୁ , ସୋମନାଥମ , ବୈକୁଣ୍ଠ ରାଓ , ଧାନେୟା ପ୍ରମୁଖ ଗ୍ରସ୍ତ କରିଥିଲେ ।

0
0
0
s2sdefault