ହେଡଲାଇନସ୍:

ପତାକା ଦେଖାଇ ପୋଷ୍ଟାଲ ବାଲାଟ ଗାଡ଼ିର ଶୁଭାରମ୍ଭ କଲେ ଜିଲ୍ଲାପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପିପିଲି/ପୁରୀ/ଅନିମେଷ ପଟ୍ଟନାୟକ : ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ପୋଷ୍ଟାଲ ବ୍ୟାଲଟର ବ୍ୟବସ୍ଥା କରାଯାଇଛି । ଗୁରୁବାର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁଯାୟୀ ପିପିଲି ବିଧାନସଭା ଉପ ନିର୍ବାଚନ ନିମନ୍ତେ ଏହି ବ୍ୟବସ୍ଥା କରାଯାଇଛି । ୮୦ ବର୍ଷ ବୟସରୁ ଉର୍ଦ୍ଦ୍ବ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟର ମାନଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ପତାକା ଦେଖାଇ ପୋଷ୍ଟାଲ ବ୍ୟାଲଟ ଗାଡ଼ିର ଶୁଭାରମ୍ଭ କରିଛନ୍ତି । ପୋଲିଂ ଅଧିକାରୀମାନେ ସେମାନଙ୍କ ଘରକୁ ଯାଇ ମତଦାନ ସଂଗ୍ରହ କରିବେ ।

ସେପଟେ ପିପିଲି ନିର୍ବାଚନ ମଣ୍ଡଳୀରେ ମୋଟ ୧୦୭୭ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ଡେଲାଙ୍ଗ ବ୍ଲକର ୭୧୨ ଓ ପିପିଲି ବ୍ଲକର ୩୬୫ ଜଣ ମତଦାତା ନିଜର ମତଦାନ ସାବ୍ୟସ୍ତ କରିବେ । ଏଥିରେ ଡେଲାଙ୍ଗ ବ୍ଲକରେ ୮୦ ବର୍ଷରୁ ଉର୍ଦ୍ଦ୍ବ ୬୧୪ ଏବଂ ଦିବ୍ୟାଙ୍ଗ ୯୮ ଜଣ ଏବଂ ପିପିଲିର ୨୯୫ ଜଣ ବରିଷ୍ଠ ନାଗରିକ ଓ ୭୦ ଜଣ ଦିବ୍ୟାଙ୍ଗ ସାମିଲ ଥିବା ଜଣାପଡିଛି ।

ପୋଷ୍ଟାଲ ମତଦାନ ସଂଗ୍ରହ ପାଇଁ ୭ଟି ଗାଡ଼ି ନିୟୋଜିତ କରାଯାଇଛି । ପ୍ରତ୍ୟେକ ଗାଡ଼ି ସହିତ ୨ ଜଣ ପୋଲିଂ ଅଧିକାରୀ, ମାଇକ୍ରୋ ଅବଜରଭର, ପୁଲିସ ଓ ଭିଡିଓଗ୍ରାଫରଙ୍କୁ ମିଶାଇ ୫ ଜଣ ସାମିଲ ରହିବେ । ବୁଥ ସ୍ତରୀୟ ଅଧିକାରୀ ମାନେ ଏଥିନିମନ୍ତେ ସହଯୋଗ କରିବେ ବୋଲି ଜଣାପଡିଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ତହସିଲଦାର ଶ୍ରୀ ରବିନ୍ଦ୍ର କୁମାର ପ୍ରଧାନ, ଡେପୁଟି କଲେକ୍ଟର ଶ୍ରୀ ସୁମନ୍ତ କର, ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ପୋଲିଂ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault