ହେଡଲାଇନସ୍:

୬୩ ବର୍ଷୀୟ ଧନୁ ବସିବେ ଆମରଣ ଅନଶନରେ : ଆବାସ ଟଙ୍କା ଦେବାରେ ପ୍ରଶାସନ ର ଟାଳଟୁଳ ନୀତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ)- ଗରିବ ଅସହାୟ ଲୋକ ଯେଉଁ ମାନଙ୍କ ମାଟି ଘର ଅଛି ଅଥବା ପକ୍କାଘର ନାହିଁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ହେଉ ଅବା ବିଜୁ ପକ୍କା ଘର ଯୋଜନାରେ ପକ୍କାଘର ଯୋଗାଇ ଦେଉଛନ୍ତି । ପଦ୍ମପୁର ଉପଖଣ୍ଡର ସିମାନ୍ତବର୍ତୀ ଅଞ୍ଚଳର ଝାରବନ୍ଧ ବ୍ଳକର ବଲାଙ୍ଗୀର ଗ୍ରାମର ୬୩ ବର୍ଷୀୟ ଧନୁ ସାହୁ ଗତ ତା ୦୭/୦୭/୨୦୨୦ ମସିହାରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ପକ୍କାଘର ପାଇବା ପାଇଁ ଝାରବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଠାରୁ କାର୍ଯ୍ୟାଦେଶ ପାଇଥିଲେ ଏବଂ କାର୍ଯ୍ୟାଦେଶ ଅନୁସାରେ ଘର ତିଆରି ଆରମ୍ଭ କରିଥିଲେ । ଘର ତିଆରି ପାଇଁ ଚାରିଗୋଟି କିସ୍ତିରେ ଏକ ଲକ୍ଷ କୋଡ଼ିଏ ହଜାର ଟଙ୍କା ଦିଆଯାଇଥାଏ । ହେଲେ ଘର ତିଆରିର ଚାରିମାସ ବିତି ଯାଇଥିଲେ ମଧ୍ୟ କେବଳ ଦୁଇଟି କିସ୍ତିର ଟଙ୍କା ଅର୍ଥାତ ପଚାଶ ହଜାର ଟଙ୍କା ପାଇଥିବା ଅଭିଯୋଗ କରିଛନ୍ତି ଧନୁ ସାହୁ । ସେ ଏ ବିଷୟରେ ବ୍ଳକ ପ୍ରଶାସନ ତଥା ଉପଖଣ୍ଡ ପ୍ରଶାସନକୁ ଗୁହାରୀ କଲେ ମଧ୍ୟ ତାଙ୍କ କଥା କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ପାଖକୁ ଧାଇଁ ଧାଇଁ ନୟାନ୍ତ ହେଲାପରେ ଆଗାମୀ ୨୭ ତାରିଖ ସୁଦ୍ଧା ତାଙ୍କୁ ବାକିତକ ଟଙ୍କା ପ୍ରଦାନ କରାନଗଲେ ଆଗାମୀ ୨୮/୦୯/୨୦୨୧ ମଙ୍ଗଳବାର ଦିନ ଝାରବନ୍ଧ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନସନରେ ବସିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଝାରବନ୍ଧଙ୍କୁ ଲିଖିତ ଭାବରେ ଜଣାଇଛନ୍ତି । ଜଣେ ୬୩ ବର୍ଷୀୟ ବୄଦ୍ଧା ନିଜ ହକ ପାଇବା ପାଇଁ ଆମରଣ ଅନସନରେ ବସିବା ପ୍ରଶାସନ ପ୍ରତି ଏକ ନିନ୍ଦନୀୟ ଘଟଣା ।

0
0
0
s2sdefault