ହେଡଲାଇନସ୍:

ଗ୍ରୀନ୍ ୱାର୍ଲଡ ପକ୍ଷରୁ ଅଭିଯାନ "ମିଶନ ଗ୍ରୀନ୍‌" : ଏକାମ୍ର କଲେଜରେ ଚାରା ରୋପଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜଧାନୀ ଓ ଏହାର ଆଖପାଖ ଅଂଚଳରେ ସବୁଜିମା ସୃଷ୍ଟି କରିବା ସହ ପରିବେଶ ସୁରକ୍ଷା ଦିଗରେ ନିରବଛିନ୍ନ କାର୍ଯ୍ୟ କରିଆସୁଥିବା ଗ୍ରୀନ୍ ୱାର୍ଲଡ ପକ୍ଷରୁ ମିଶନ ଗ୍ରୀନ୍‌-୨୧ ଅନ୍ତର୍ଗତ ଏକାମ୍ର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି ଚାରାରୋପଣ କାର୍ଯ୍ୟକ୍ରମ | ଟ୍ରଷ୍ଟର ଅଧ୍ୟକ୍ଷ ନୃପେଶ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ଲିଗାଲ ସେଲ ସହଯୋଗରେ କଲେଜ ପରିସରରେ ବ୍ୟାପକ ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇ ଏହାକୁ ଶୁଭାରମ୍ଭ କରିଥିଲେ । ଏଥିରେ ଲିଗାଲ ସେଲର ସଦସ୍ୟଗଣ, ବହୁ ମୁରବୀ, ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ । ଲଗାଯାଇଥିବା ଚାରା ଗୁଡିକୁ ବଚାଂଇ ରଖିବା ପାଇଁ ପ୍ରତିଦିନ ପାଣି ଦିଆଯିବା ସହ ବଡ ହେବାଯାଏ ସେଗୁଡିକର ଯତ୍ନ ନିଆଯିବାର ବ୍ୟବସ୍ଥା କରାଯାଇଛି ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ନାୟକ ସୂଚନା ଦେଇଛନ୍ତି |

0
0
0
s2sdefault