ହେଡଲାଇନସ୍:

ଓମାନ୍ ରୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ପାର୍ଥିବ ଶରୀର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ିଶା-ମୋ ପରିବାର ସହାୟତାରେ ଶେଷକୃତ୍ୟ ପାଇଁ ଜନ୍ମମାଟିକୁ ପଠାଗଲା

ଭୁବନେଶ୍ୱର(ଶାସକ ପ୍ରଶାସକ)– ଓମାନ୍ ରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ପାର୍ଥିବ ଶରୀରକୁ ଓଡ଼ିଶା-ମୋ ପରିବାରର ସହାୟତାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନ ବନ୍ଦରରୁ ନିଜ ଗ୍ରାମକୁ ପଠାଇଦିଆଯାଇଛି ।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅନ୍ତର୍ଗତ କମଳାପଦର ଗ୍ରାମର ପ୍ରଦୀପ ପାହନ ଓମାନ୍ ର ରାଜଧାନୀ ମସ୍କଟରେ ରହି ଡଲ୍ଫିନ୍ ଟ୍ରେଡିଂ ଆଣ୍ଡ ଇନ୍ଭେଷ୍ଟମେଣ୍ଟ (ଏଲ୍.ଏଲ୍.ସି) କମ୍ପାନୀରେ କାମ କରୁଥିଲେ । ଗତ ୧୪ ତାରିଖରେ ସେଠାରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ତାଙ୍କର ଶବ ବ୍ୟବଚ୍ଛେଦ ପରେ ତାଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ଫେରାଇଆଣିବାକୁ ବାରାରିନ୍ ଓଡ଼ିଶା-ମୋ ପରିବାର ସ୍ପକ୍ (Single Point of Contact) ଡ. ଅରୁଣ ପ୍ରହରାଜ ଭାରତୀୟ ଦୂତାବାସ, ବୈଦେଶିକ ବ୍ୟାପାର ମନ୍ତ୍ରଣାୟ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଓଡ଼ିଶା-ମୋ ପରିବାର ସହିତ ଯୋଗାଯୋଗ କରିଥିଲେ । ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାପାଇଁ ରାଜ୍ୟସଭା ସାଂସଦ ଶ୍ରୀ ସସ୍ମିତ ପାତ୍ର ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସହାୟତା ଲୋଡ଼ିଥିଲେ । ତେବେ ଓମାନ୍ ରୁ ଭାୟା ମୁମ୍ବାଇଁ ହୋଇ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସ୍ୱର୍ଗତ ପ୍ରଦୀପଙ୍କ ମର ଶରୀର ପହଞ୍ଚିବା ପରେ ବିମାନ ବନ୍ଦରରେ ଓଡ଼ିଶା-ମୋ ପରିବାର ଆବାହକ ଶ୍ରୀ ଅରୁପ ପଟ୍ଟନାୟକ, ଯୁଗ୍ମ ସଂପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ଶ୍ରୀ ସମୀର ପ୍ରଧାନ, ବିଜୁ ଜନତା ଦଳ ବରିଷ୍ଟନେତା ଶ୍ରୀ ଭରଦ୍ୱାଜ ମିଶ୍ର, ଓଡ଼ିଶା ମୋ ପରିବାର ସ୍ୱାସ୍ଥ୍ୟ ଉପଦେଷ୍ଟା ଶ୍ରୀ ସତ୍ୟଜିତ ଦାଶ ପ୍ରମୁଖ ଉପସ୍ଥିତ ରହି ବିମାନବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ପାର୍ଥିବ ଶରୀରକୁ ଗ୍ରହଣ କରି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବାସହ ସେଠାରୁ ଏକ ଆମ୍ବୂଲାନ୍ସର ବ୍ୟବସ୍ଥା କରି ତାଙ୍କ ଜନ୍ମମାଟି କମଳାପଦରକୁ ପଠାଇଦେଇଥିଲେ ।

 

0
0
0
s2sdefault