ହେଡଲାଇନସ୍:

ବିଶ୍ୱ ଆଲଝିମର୍ସ ଦିବସ ବା ସ୍ମରଣଶକ୍ତି ହୀନତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବିଶ୍ୱ ଆଲଝିମର୍ସ ଦିବସ ବା ସ୍ମରଣଶକ୍ତି ହୀନତା ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଇନଚର୍ଜ ଡାଃ ପତିତପାବନ ବାରିକଙ୍କ ଅଧ୍ୟକ୍ଷତାରେ ଏବଂ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀଙ୍କ କାର୍ଯ୍ୟକ୍ରମ ସଂଯୋଜନାରେ ସ୍ୱାସ୍ଥ୍ୟକେନ୍ଦ୍ରର ଡାଃ ଅନଙ୍ଗ ସୁଦନ ଭୂୟାଁ ଓ ଡାଃ ଅନ୍ତର୍ଯ୍ୟାମୀ ସାହୁ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।
ଆଲଝିମର୍ସ ତଥା ସ୍ମରଣଶକ୍ତି ହୀନତା ଏକ ମାନସିକ ରୋଗ ଓ ଏହା ଅଦୃଶ୍ୟ ମସ୍ତିଷ୍କ ବ୍ୟାଧି , ଯାହାକି ଧୀରେ ଧୀରେ ସ୍ମୃତିଶକ୍ତିକୁ ନଷ୍ଟ କରିଥାଏ ଓ ବ୍ୟକ୍ତିର ଚିନ୍ତାଧାରାକୁ ହ୍ରାସ କରିଥାଏ । ଅଧିକାଂଶରେ ଏହା ୬୦ରୁ ଉର୍ଦ୍ଧ୍ବ ବର୍ଷ ବୟସର ଲୋକଙ୍କୁ ହୋଇଥାଏ ଏବଂ ଏହି ରୋଗ ନିଜ ଅକ୍ତିଆରକୁ ଆଣିଥାଏ । ୬୦ ବର୍ଷ ବୟସ ହୋଇଯିବା ପରେ ଏହି ରୋଗ ଧୀରେ ଧୀରେ ବୃଦ୍ଧିପାଇ ମସ୍ତିଷ୍କକୁ ରକ୍ତ ସଞ୍ଚାଳନ କ୍ଷେତ୍ରରେ ସଙ୍କୁଚିତ ହୋଇ ଜମାଟ ବାନ୍ଧି ଦେଇଥାଏ । ଏଭଳି ହେବା ଫଳରେ ମସ୍ତିଷ୍କ ଆଉ ଠିକ୍ ଭାବେ କାମ କରେନି , ସ୍ମରଣ ତଥା ସ୍ମୃତିଶକ୍ତି ଚାଲିଯାଏ ଓ ଚିଡଚିଡା ଲାଗିରହେ । ଏତଦବ୍ୟତୀତ ବ୍ୟକ୍ତିର ସ୍ମୃତିଶକ୍ତି , ଚିନ୍ତା , କାର୍ଯ୍ୟକରିବା କ୍ଷମତା ଓ ଦୈନନ୍ଦିନ ଜୀବନଶୈଳୀ ଉପରେ ବିଶେଷ ପ୍ରଭାବ ପକାଇ ଥାଏ ବୋଲି କହିଥିଲେ ।
ଏହି ଅବସରରେ ଚଳିତ ବର୍ଷର ଥିମ ତଥା ବାର୍ତ୍ତା ରହିଛି ଯେ , "ଏକତ୍ର ଆମେ ନିଶ୍ଚିତ କରିପାରିବା" ଯେ , କେହି ଏକାକୀ ମାନସିକ ବିକୃତି ରୋଗର ସମ୍ମୁଖୀନ ହେବେ ନାହିଁ । ଆମକୁ ସେମାନଙ୍କ ଭଳି ସମ୍ପ୍ରଦାୟର ଲୋକଙ୍କ ନିକଟରେ ପହଞ୍ଚିବା ଆବଶ୍ୟକତା ରହିଛି ଯେ ସେମାନେ ଏକୁଟିଆ ନୁହଁନ୍ତି ।
ଅନ୍ୟପକ୍ଷରେ ଏହି ଆଲଝିମର୍ସ ତଥା ସ୍ମରଣଶକ୍ତି ହୀନତା ରୋଗ ସମ୍ପର୍କରେ କିଭଳି ଲୋକମାନଙ୍କ ମଧ୍ୟରେ ସଚେତନତା ଭାବ ଜାଗ୍ରତ ଓ ସୃଷ୍ଟି ହେବ , ସେଥିପାଇଁ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ ବୋଲି କହିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟକେନ୍ଦ୍ରର ବିପିଏମ: ଶ୍ରୀ ଏମ: ଖଗେଶ୍ବର ଏବଂ ବିଏଏମ: ଶ୍ରୀ ଏନ: ଶ୍ରୀନିବାସାଲୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ।

0
0
0
s2sdefault