ହେଡଲାଇନସ୍:

ସରକାରୀ ନିୟମକୁ ଫୁ କରୁଛନ୍ତି ସ୍ଥାନୀୟ ପ୍ରଶାସନ !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)- ସବୁଜ ପରିବେଶ ସୁସ୍ଥ ପରିବେଶ ଏହି ବାର୍ତ୍ତା ନେଇ ସରକାର ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ଯୋଜନା ତଥା ଉନ୍ନୟନ ମୂଲକ କାର୍ଯ୍ୟ ମାନ କରୁଛନ୍ତି । ପରିବେଶ ସୁରକ୍ଷା ପାଇଁ ବୄକ୍ଷ ରୋପଣ କରୁଛନ୍ତି । ଇଟା ମାଫିଆ ମାନେ ଗଛ କାଟି ମାଟି ଇଟା ତିଆରି କରି ପରିବେଶ ପ୍ରଦୂଷଣ ସହ ମୄତ୍ତିକା କ୍ଷୟ କରୁଛନ୍ତି | ସେଥିପାଇଁ ସରକାର ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ସ୍ଥାନୀୟ ପ୍ରଶାସନ ସେହି ନିୟମକୁ ଫୁ କରୁଥିବା ପରିଲକ୍ଷିତ ହେଉଛି । ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକର ବିଭିନ୍ନ ସ୍କୁଲରେ ମୋ ସ୍କୁଲ ଯୋଜନାରେ ସ୍କୁଲ କୋଠା ତିଆରି ହେଉଛି । ସରକାରୀ ଘର ବା ଯେ କୌଣସି ପାଚେରୀ ନିର୍ମାଣ ହେଲେ ସିମେଣ୍ଟ ଇଟା ବ୍ୟବହାର ନେଇ ସରକାର ନିୟମ ଜାରି କରିଛନ୍ତି । ହେଲେ ଗାଇସିଲାଟ ବ୍ଳକ ଚାଣ୍ଟିପାଲି ଓ କେର୍ମେଲି ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଲୁଛି । ଏହି ଦୁଇଗୋଟି ବିଦ୍ୟାଳୟରେ ସରକାରୀ ନିୟମକୁ ଫୁ କରି ମାଟି ଇଟା ବ୍ୟବହାର କରୁଥିବା ଦେଖିବାକୁ ମିଲିଛି । ମାଟି ଇଟା ବ୍ୟବହାର କରି ସରକାରୀ ନିୟମର ଉଲଙ୍ଘନ ସହ ଇଟା ମାଫିଆଙ୍କୁ ପ୍ରୋତ୍ସାହନ ଦେଲା ପରି ପରିଲକ୍ଷିତ ହେଉଛି । ବରଗଡ଼ ଜିଲ୍ଲାପାଳ ବାରମ୍ବାର ଗାଇସିଲାଟ ବ୍ଳକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରୁଥିବା ଖବର ଗଣମାଧ୍ୟମରେ ପ୍ରକାଶିତ ହେଉଛି । ସେ ଏ ବିଷୟରେ ଅବଗତ ଅଛନ୍ତି ନା ଜାଣିଶୁଣି ଅଜଣା ହେଉଛନ୍ତି ତାହା ପ୍ରଶ୍ନବାଚୀ !!

ଏହି ବିଦ୍ୟାଳୟରେ ତିଆରି ଚାଲିଥିବା କୋଠା ଘରର ତଦାରଖ ଦାୟିତ୍ବରେ ଥିବା ଗାଇସିଲାଟ ବ୍ଳକର ଯନ୍ତ୍ରୀ ଜଗତବନ୍ଧୁ ମେହେରଙ୍କୁ ଏ ବିଷୟରେ ପଚାରିବା ପାଇଁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲୁ | କିନ୍ତୁ ସେ ସାଇଟରେ ଅଛନ୍ତି କହି ବାରମ୍ବାର କଥା ଟାଲିଥିଲେ ।ଗାଇସିଲାଟ ବ୍ଳକରେ ସରକାରୀ ଯନ୍ତ୍ରୀ ,ଠିକଦାର ଓ ପ୍ରଶାସନର ଜାଣତରେ ସରକାରୀ ନିୟମ ଉଲଙ୍ଘନ କରୁଥିବା ଚର୍ଚ୍ଚା ହେଉଛି ।

0
0
0
s2sdefault