ହେଡଲାଇନସ୍:

ଦେଓଗାଁ ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କଲେ ମନ୍ତ୍ରୀ ଅରୁଣ ସାହୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରଥମ ଦିନରେ ୭ପଞ୍ଚାୟତରେ ୭୪୪ଜଣଙ୍କୁ ପ୍ରଦାନ କରାଗଲା ବିଜୁ ସ୍ମାର୍ଟ କାର୍ଡ଼

ବଲାଙ୍ଗୀର/ନିରୋଜ ମିଶ୍ର :ବୁଧବାର ଦିନ ୧୦ଟା ସମୟରେ ଦେଓଗାଁ ବ୍ଲକ ପରିସରରେ ଦେଓଗାଁ ବ୍ଲକ ସ୍ତରୀୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଶୁଭାରମ୍ଭ କରାଯାଇଥିଲା । ବଲାଙ୍ଗିରରେ ଅନୁଷ୍ଠିତ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମକୁ ଅତିଥିମାନେ ପରଦାରେ ଦେଖି ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ କରିବା ସହ ଏହି କାର୍ଡର ଉପକାରିତା ସମ୍ପର୍କରେ ସେମାନଙ୍କୁ ଙ୍କୁ ଅବଗତ କରାଇଥିଲେ | ସ୍ୱାସ୍ଥ୍ୟସେବାକୁ ରାଜ୍ୟର କୋଣ-ଅନୁକୋଣରେ ପ୍ରତ୍ୟେକ ବ୍ୟକ୍ତି ନିକଟରେ ଉପଲବ୍ଧ କରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ ଏହି କଲ୍ୟାଣକାରୀ ଐତିହାସିକ ଯୋଜନା ଫଳରେ ସାଧାରଣ ଗରିବ ଲୋକଟିକୁ ଆଉ ଚିକିତ୍ସା ପାଇଁ ଜମିବାଡ଼ି ବିକ୍ରି କରିବାକୁ ପଡ଼ିବ ନାହିାଁ ବିନା କୌଣସି ଅସୁବିଧାରେ ଏହି କାର୍ଡ ଜରିଆରେ ଦେଶର ୨୦୦ ବଡ଼ ବଡ଼ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ସୁବିଧା ପାଇପାରିବେ ବୋଲି ମନ୍ତ୍ରୀ ଡ଼ ସାହୁ ସମସ୍ତଙ୍କୁ ବୁଝାଇଥିଲୋ| ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇଥିଲେ ।
କାର୍ଯ୍ୟକ୍ରମରେ ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର, ୧୨ ଓ ୧୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ସୁଶିଲ ଚାନ୍ଦ ଓ ରୁଗୁଦେବ ରଣା, ବିଜେଡ଼ି ନେତା ଉମାଶଙ୍କର ସିଂ, ଦେଓଗାଁ ବ୍ଲକ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଜରାସିଂହା ପଞ୍ଚାୟତରେ ସରାପଞ୍ଚ କୁଶମଣୀ ମେହେର, କାର୍ଯ୍ୟନିର୍ବାହୀ ଅଧିକାରୀ ଉପେନ୍ଦ୍ର ରଣା, ସାଲେପାଲି ପଞ୍ଚାୟତରେ ସରପଞ୍ଚ ନୀଲାଞ୍ଚଳ କୁଅଁର, ଇଓ ଶରତ ମହାନନ୍ଦ, ହାତୀସରା ପଞ୍ଚାୟତରେ ସରପଞ୍ଚ ମମତା କୁମୁରା, ଇଓ ଗୋପାଳ ଷଢ଼ଙ୍ଗୀ, କୁତୁର୍ଲା ପଞ୍ଚାୟତରେ ସରପଞ୍ଚ ବଡ଼ ପଧାନ ଇଓ ଗୋପାଳ ଷଢ଼ଙ୍ଗ, ସିକୁଆଁ ପଞ୍ଚାୟତରେ ସରପଞ୍ଚ କବିତା ବିଶି ଓ ଇଓ ବିରେନ୍ଦ୍ର ଛତ୍ରିଆ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ କାର୍ଯ୍ୟକ୍ରମରେ ଦେଓଗାଁ ବିଡିଓ ମୁରଲୀଧର ନାଏକ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରୁଥିଲେ । ସୂଚନା ଯୋଗ୍ୟ ଯେ, ବୁଧବାର ଦିନ କାର୍ଯ୍ୟକ୍ରମରେ ଦେଓଗାଁ ପଞ୍ଚାୟତର ୧୬୯ଜଣ, ଜରାସିଂହା ପଞ୍ଚାୟତର ୧୩୦ଜଣ, ସାଲେପାଲି ପଞ୍ଚାୟତର୨୪ଜଣ, ହାତୀସରା ପଞ୍ଚାୟତର ୪୭ଜଣ, କୁତୁର୍ଲା ପଞ୍ଚାୟତର ୫୮ଜଣ, ସିକୁଆଁ ପଞ୍ଚାୟତର ୧୭୦ଜଣ ଓ ଗାଈବାହାଲ ପଞ୍ଚାୟତର ୧୪୬ଜଣ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ଼ ବଣ୍ଟନ କରାଯାଇଥିଲା । ମୋଟ ଦେଓଗାଁ ବ୍ଲକର ୭ଟି ପଞ୍ଚାୟତର ୭ଶହ ୪୪ଜଣଙ୍କୁ ବିଜୁ ସ୍ୱସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ଼ ବଣ୍ଟନ କରାଯାଇଥିଲା 

0
0
0
s2sdefault