ହେଡଲାଇନସ୍:

ଭିନ୍ନକ୍ଷମ ମହିଳା ନିତୁ ବେହେରାଙ୍କୁ ହ୍ଵିଲଚେୟାର ଯୋଗାଇଦେଲା ଓଡ଼ିଶା-ମୋ ପରିବାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ଵର :ଭୁବନେଶ୍ଵର ସାଲିଆସାହି ଅଞ୍ଚଳର ୪୦ ବର୍ଷିୟା ନିତୁ ବେହେରା ନାମକ ଏକ ମହିଳା ବାଲ୍ୟବସ୍ଥାରୁ ଚାଲିବା ଶକ୍ତି ହରାଇ ବସିଛନ୍ତି । ତାଙ୍କର ଚାଲିବା ଓ ବୁଲିବା ପାଇଁ ସେ ସବୁବେଳେ ହ୍ଵିଲଚେୟାର ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଦୁଃଖର ବିଷୟ ଯେ ସେ ଗୋଟେ ହ୍ଵିଲଚେୟାର ପାଇଁ ଅନେକ ସ୍ଵେଚ୍ଛାସେବୀ ସଂଗଠନର ଦ୍ଵାରସ୍ଥ ହୋଇ ନିରାଶ ହୋଇଥିଲେ । ଆଜକୁ ୧୫ବର୍ଷ ପୂର୍ବେ ତାଙ୍କୁ ଏକ ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ ଯେଉଁ ହ୍ଵିଲଚେୟାର ମିଳିଥିଲା ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା, ଯଦ୍ଵାରା ସେ ନିଜର ଦୈନନ୍ଦିନ କାମ କରିବାକୁ ଅକ୍ଷମ ହୋଇପଡିଥିଲେ । ଅସହାୟ ହୋଇ ସେ ରାଜେଶ ମହାରଣା ନାମକ ଜଣେ ସମାଜସେବୀଙ୍କୁ ଯେକୌଣସି ଉପାୟରେ ତାଙ୍କୁ ଗୋଟିଏ ହ୍ଵିଲଚେୟାର ଯୋଗାଇଦେବାପାଇଁ ଅନୁରୋଧ କରିଥିଲେ । ରାଜେଶ ମହାରଣା ସଙ୍ଗେସଙ୍ଗେ ଏ ସମ୍ପର୍କରେ ଓଡ଼ିଶା-ମୋ ପରିବାରର ଯୁଗ୍ମ ସମ୍ପାଦକ ଶ୍ରୀ ସମୀର ପ୍ରଧାନ ଓ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଯୋଗାଯୋଗ କରିଥିଲେ । ଏହାପରେ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଭିନ୍ନକ୍ଷମ ନିତୁ ବେହେରାଙ୍କୁ ଏକ ହ୍ଵିଲଚେୟାର ଯୋଗାଇଦିଆଯାଇଥିଲା । ଆଗାମୀ ଦିନରେ ସେ କିପରି ସ୍ଵାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ମଧ୍ୟ ଓଡ଼ିଶା-ମୋ ପରିବାରର ଯୁଗ୍ମ ସମ୍ପାଦକ ଶ୍ରୀ ସମୀର ପ୍ରଧାନ ପ୍ରତିଶୃତି ଦେଇଛନ୍ତି ।

0
0
0
s2sdefault