ହେଡଲାଇନସ୍:

ଗ୍ରାହକ ଅଧିକାର ଓ ସୁରକ୍ଷା କମିଟି ଆନୁକୁଲ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗ୍ରାହକ ଅଧିକାର ଓ ସୁରକ୍ଷା କମିଟି ପକ୍ଷରୁ ମାଣିକପାଟଣା ସୀମା ବିବାଦୀୟ ସମସ୍ୟାର ତୁରନ୍ତ ଫଇସଲା ନିମନ୍ତେ ଗଜପତି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।
ଓଡ଼ିଶା ସୀମାରେ ଥିବା ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା ଗ୍ରାମରେ ଆନ୍ଧ୍ରର ଦାଦାଗିରି କୁ ଉଚିତ୍ ଜବାବ୍ ଦେବା ପାଇଁ ଓଡ଼ିଶାର ପ୍ରଶାସନ , ରାଜନୀତି ଓ ଜନସାଧାରଣ ସ୍ତରରେ , ତୁରନ୍ତ ପଦକ୍ଷେପ ନିଅନ୍ତୁ। ଏହି ପରିପ୍ରେକ୍ଷୀରେ ଗ୍ରାହକ ଅଧିକାର ସୁରକ୍ଷା କମିଟି ଗଜପତି ଜିଲ୍ଲାରୁ ତଥ୍ୟ ଅନୁସନ୍ଧାନ ଏବଂ ତୃଣମୂଳ ସ୍ତରରେ ଆମର କର୍ତ୍ତବ୍ୟ ଏବଂ ପଦକ୍ଷେପ ପାଇଁ ଚଳିତ ମାସର ଆସନ୍ତା ୨୩/୦୯/୨୦୨୧ (ଗୁରୁବାର ଦିନ)ରେ ଏହି ଅନୁଷ୍ଠାନ ମାଣିକପାଟଣା ଗ୍ରାମ ଅଞ୍ଚଳକୁ ଏକ ପ୍ରତିନିଧି ଦଳ ଯିବାପାଇଁ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି ।
ଏହି ଅବସରରେ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାର ସିଭିଲ ଲିବରଟି କମିଟିର ଏକ ଟିମ୍ ପହଞ୍ଚି ସ୍ଥିତି ଅନୁସନ୍ଧାନ ଏବଂ ଆମର ମୌଳିକ ଓ ନ୍ୟାର୍ଯ୍ୟ ଅଧିକାରକୁ ଲୋକଲୋଚନକୁ ଆଣିବାକୁ ପ୍ରଚେଷ୍ଟା କରାଯିବ। ଗ୍ରାହକ ଅଧିକାର ଓ ସୁରକ୍ଷା କମିଟିର ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ଶ୍ରୀମତୀ ତନୁଜା ଶତପଥୀ , ଜିଲ୍ଲା ସମ୍ପାଦକ ଶ୍ରୀ ରୋକମ୍ ଲୋକନାଥ , କୋଷାଧ୍ୟକ୍ଷ ଶ୍ରୀ ଶିଶିର କୁମାର ଭଞ୍ଜ , ପୌରାଞ୍ଚଳ ସଭାପତି ଶ୍ରୀ ରଞ୍ଜନ ମହାପାତ୍ର ପ୍ରମୁଖ ଏହି ମହତ୍ କାର୍ଯ୍ୟରେ ଯିବେ। ମାନନୀୟ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କୁ ଦିଆଯାଇଥିବା ଏହି ସ୍ମାରକପତ୍ରରେ ଦର୍ଶାଇଯାଇଛି ।

0
0
0
s2sdefault