ହେଡଲାଇନସ୍:

ମଣିଷପଣିଆ ଦେଖାଇଲେ ୧୦୮ ଆମ୍ବୁଲେନ୍ସର ଫାର୍ମାସିଷ୍ଟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚରରେ ବୋହି ଆଣିଲେ ୩ କିମି ରାସ୍ତା

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଉନ୍ନତି ତଥା ମୌଳିକ ସମସ୍ୟାର ସମାଧାନ ପାଇଁ ପାଣି ଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ଗଜପତି ଜିଲ୍ଲା ମୋହନା ବ୍ଳକର ଉପାନ୍ତ ଅଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ। ଏହି ବ୍ଳକରେ ଏବେ ମଧ୍ୟ ବହୁ ଗ୍ରାମ ରହିଛି ଯେଉଁଠି କି ଗମନାଗମନ କରିବା କାଠିକର ପାଠ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଶିକୁଳିପଦର ପଞ୍ଚାୟତ ଅଧିନ ଅଲଣ୍ଡା ଗ୍ରାମରେ।
ଏହି ଗ୍ରାମର ଜଣେ ଗର୍ଭବତୀ ମହିଳା ସୁନିଲା ଶବର (୩୩) ଗର୍ଭ ଯନ୍ତ୍ରଣା ସହ୍ୟ କରି ନ ପାରି ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ୧୦୮ ଆମ୍ବୁଲେନ୍ସକୁ ଖବର କରିଥିଲେ। ଖବର ପାଇ ୧୦୮ର ଫାର୍ମାସିଷ୍ଟ ବିଦ୍ୟାଧର ସାହୁ ଓ ଚାଳକ ଯାଇଥିଲେ। ଗାଡିଟି ରାଜ୍ୟ ରାଜପଥ କଡରେ ପଡୁଥିବା ଅଲଣ୍ଡା ଛକଠାରେ ଅଟକି ଥିଲା। ସେଠାରୁ ୫ କି.ମି ଦୂର ଅଲଣ୍ଡା ଗ୍ରାମର ରାସ୍ତା ବିପର୍ଯ୍ୟସ୍ତ ଥିବାରୁ ୧୦୮ ଯିବା ସମ୍ଭବପର ହୋଇନଥିଲା। ଏଣୁ ଫାର୍ମାସିଷ୍ଟ ବିଦ୍ୟାଧର ଷ୍ଟେଚର ଧରି ପାଦରେ ଚାଲି ଚାଲି ଅଲଣ୍ଡା ଗ୍ରାମରେ ପହଞ୍ଚିଲେ। ସେଠାରୁ ଗର୍ଭବତୀ ମହିଳାଙ୍କୁ ଷ୍ଟେଚ଼ରରେ ଶୁଆଇ ବୋହି ବୋହି ୩ କି.ମି ଦୁର୍ଗମ ରାସ୍ତା ପାର ହୋଇ ଅଟକି ରହିଥିବା ୧୦୮ରେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। କିଛି ଘଣ୍ଟାର ବ୍ୟବଧାନ ପରେ ସୁନିଲାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜଣାପଡିଛି। ମା' ଓ ପୁଅ ଉଭୟେ ସୁସ୍ଥ ଅଛନ୍ତି।

0
0
0
s2sdefault