ହେଡଲାଇନସ୍:

"୨୦୨୧-୨୨ ସୁଦ୍ଧା ରପ୍ତାନୀରେ ୧ ଲକ୍ଷ କୋଟିରେ ପହଂଚିବ ଓଡ଼ିଶା"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ବାଣିଜ୍ୟ ଉତ୍ସବ: ଆୟୋଜିତ ହେଲା ରପ୍ତାନୀକାରୀଙ୍କ ମହାସମ୍ମିଳନୀ

ଭୁବନେଶ୍ୱର,(ଶାସକ ପ୍ରଶାସକ):ରାଜ୍ୟ ସରକାରଙ୍କ ଏମ୍ଏସ୍ଏମ୍ଇ ଓ ଶିଳ୍ପ ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଆଜି ମେ ଫେୟାର କନ୍ଭେନ୍ସନ୍ ହଲଠାରେ ବାଣିଜ୍ୟ ଉତ୍ସବ ଆୟୋଜିତ ହୋଇଯାଇଛିା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ରପ୍ତାନୀ କ୍ଷେତ୍ରରେ ୨୦୨୧-୨୨ ସୁଦ୍ଧା ଧାର୍ଯ୍ୟ ୪୦୦ ବିଲିୟନ୍ ଡଲାରରେ ପହଞ୍ଚାଇବାକୁ ହେବ ବୋଲି କହିଥିଲୋ ସେ ଦେଶର ତୁଳନାତ୍ମକ ଚିତ୍ର ଉପସ୍ଥାପନ କରି ଓଡ଼ିଶା ଉଭୟ ରପ୍ତାନୀ ଓ ଆମଦାନୀରେ ପଛରେ ରହିଥିବା ଦର୍ଶାଇ ଏ ଦିଗରେ ଆହୁରି ପ୍ରଗତି କରିବାକୁ ହେବ ବୋଲି ସେ କହିଥିଲୋ ଏ କ୍ଷେତ୍ରରେ କେତେକ ମୌଳିକ ସୁବିଧାସୁଯୋଗର ଉପଲବ୍ଧ କରାଇବା ଉପରେ ସେ ଗୁରୁତ୍ୱାରୋପ କରି ଓଡ଼ିଶା ଏକ ଆଲୁମିନିୟମ୍ ଉତ୍ପାଦକ ରାଜ୍ୟ ଭାବେ ବହୁତ ସୁଯୋଗ ରହିଥିବା ସେ ପ୍ରକାଶ କରିଥିଲୋ ବାଣିଜ୍ୟ ସଂପର୍କିତ ସମସ୍ତ ପରିଷଦ ତା'ର କାର୍ଯ୍ୟାଳୟ ରାଜ୍ୟରେ ଖୋଲିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲୋ
ଏମ୍ଏସ୍ଏମ୍ଇ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଆମର ଶିଳ୍ପ ଅନୁକୂଳ ନୀତି ଗତବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷରେ କୋଭିଡ୍ ଅଚଳାବସ୍ଥା ସତ୍ତେ୍ୱ ଆମେ ରପ୍ତାନୀକୁ ଦୁଇଗୁଣା ବୃଦ୍ଧି କରିପାରିଛୁ ବୋଲି କହିଥିଲୋ ତେବେ କେନ୍ଦ୍ର ସରକାର ବିଦେଶ ବାଣିଜ୍ୟ ନିର୍ଦ୍ଦେଶାଳୟ କଟକଠାରୁ କଲିକତାକୁ ସ୍ଥାନାନ୍ତର ହେବା ପରେ ରପ୍ତାନୀକୁ ପ୍ରୋତ୍ସାହନ ଯୋଗାଇବା କ୍ଷେତ୍ରରେ ସମସ୍ୟା ଉପୁଜୁଥିବା ସେ ଦର୍ଶାଇଥିଲୋ ବିଶେଷ ଭାବେ ଗୋପାଳପୁର, ଧାମରା ପରି ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ ବନ୍ଦରଗୁଡ଼ିକରେ ସିପିଂ ଲାଇନର , ରିଫରି କଣ୍ଟେନରର ସୁବିଧା ଯୋଗାଇବା ବହିର୍ବାଣିଜ୍ୟ ଯୋଗ୍ୟତା ଥାଇ ଜଣେ ରପ୍ତାନୀ ପ୍ରୋତ୍ସାହନ ଅଧିକାରୀ ନିଯୁକ୍ତି କରିବା, ବନ୍ଦରଗୁଡ଼ିକରେ ଶୀତଳଭଣ୍ଡାର ନିର୍ମାଣ, ପ୍ୟାକେଜିଂ ଓ ପରିମଳ ଗୁଣବତ୍ତା ପ୍ରମାଣପତ୍ର ପ୍ରଦାନ ଆଦିକୁ ତ୍ୱରାନ୍ୱିତ କରାଗଲେ ଓଡ଼ିଶା ୨୦୨୧-୨୨ ମସିହା ବେଳକୁ ଧାର୍ଯ୍ୟ ୧ ଲକ୍ଷ କୋଟିରେ ପହଂଚିପାରିବ ବୋଲି
ସେ ଦୃଢେ଼ାକ୍ତି ପ୍ରକାଶ କରିଥିଲୋ ଗୁଜୁରାଟ ଓ ମହାରାଷ୍ଟ୍ର ପରି ପ୍ରମୁଖ ରପ୍ତାନୀକାରୀ ରାଜ୍ୟଗୁଡ଼ିକର ରପ୍ତାନୀରେ ହ୍ରାସ ଘଟୁଥିବାବେଳେ ଓଡ଼ିଶାରେ ଏହା ବୃଦ୍ଧି ପାଇ ନିତି ଆୟୋଗର ରିପୋର୍ଟ ଅନୁଯାୟୀ ପଞ୍ଚମ ସ୍ଥାନରେ ରହିଥିବା ଶ୍ରୀ ସାହୁ କହିଥିଲୋ
ଅନ୍ୟତମ ଅତିଥି ଭାବେ ଯୋଗଦେଇ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏହା ଅଭିବୃଦ୍ଧି ନିମନ୍ତେ ପ୍ରକୃଷ୍ଟ ସମୟ ବୋଲି କହିବା ସହ ଆଗାମୀ ୨୫ ବର୍ଷରେ କ'ଣସବୁ ବିକାଶ କରିବା ତାକୁ ପର୍ଯ୍ୟାୟ କ୍ରମେ ଯୋଜନାରେ ପ୍ରତିଫଳିତ କରି ସ୍ୱାଧୀନତାର ଏକ ଶତାବ୍ଦୀ ବେଳକୁ ଆମକୁ କ'ଣ ଉପଲବ୍ଧି ହାସଲ କରିବା ତାହା ସ୍ଥିର କରିବାକୁ ହେବ ବୋଲି କହିଥିଲୋ ରପ୍ତାନୀଜନିତ ଋଣ ଯୋଗାଣ, ବୀମା, କାର୍ଗୋ ପରିଚାଳନା ଆଦି ସେବା ଯୋଗାଇଲେ ଏହି କ୍ଷେତ୍ରରେ ଅଧିକ ଆଖିଦୃଶିଆ ପ୍ରଗତି କରିପାରିବ ବୋଲି କହିଥିଲୋ
ଭାରତ ସରକାରଙ୍କ ବିଦେଶ ବାଣିଜ୍ୟ ମହାନିର୍ଦ୍ଦେଶାଳୟର ପରିସଂଖ୍ୟାନ ଉପଦେଷ୍ଟା ଡ. ପି.ସି. ମିଶ୍ର କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ୪୦୦ ବିଲିୟନ୍ ଲକ୍ଷ୍ୟଧାର୍ଯ୍ୟ ହାସଲ କରିବା ଦିଗରେ ଆମକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ହେବ ବୋଲି କହିଥିଲୋ ଏହି ଅବସରରେ ଭାରତୀୟ ତୈଳବୀଜ ଏବଂ ଉତ୍ପାଦ ରପ୍ତାନୀ ପ୍ରୋତ୍ସାହନ ପରିଷଦର ଅଧ୍ୟକ୍ଷ ଶ୍ରୀ ଖୁସ୍ଓ୍ୱନ୍ତ ଜୈନ ଓଡ଼ିଶାର ରପ୍ତାନୀ ଚିତ୍ର ଉପସ୍ଥାପନ କରି ଏହାକୁ ଆହୁରି ବୃଦ୍ଧି କରିବାକୁ ହେବ ବୋଲି ମତବ୍ୟକ୍ତ କରିଥିଲୋ
ସାବତ ଏକ୍ସପୋର୍ଟର ପରିଚାଳନା ନିର୍ଦ୍ଦେଶକ ସୁଶ୍ରୀ ଅମ୍ରିତା ସାବତ୍ କହିଲେ ଯେ ୨୫ ହଜାରରୁ କମର ରପ୍ତାନୀ କରୁଥିବା ରପ୍ତାନୀକାରୀଙ୍କୁ କେନ୍ଦ୍ର ଦ୍ରବ୍ୟ ଓ ସେବା କର ଏବଂ ରାଜ୍ୟ ଦ୍ରବ୍ୟ ଓ ସେବା କରରେ ରିହାତି ପ୍ରଦାନ କରିବା ପ୍ରାବଧାନ ଥିବା ହେତୁ ସେସବୁ ସୁବିଧା ଉପଲବ୍ଧ କରିବା ଆବଶ୍ୟକା ବି-ଓ୍ୱାନ୍ ନିର୍ଦ୍ଦେଶକ ଶ୍ରୀ ରାଜେନ୍ ପାଢ଼ୀ କହିଲେ ଯେ ରାଜ୍ୟରୁ ଆକାଶ ମାର୍ଗରେ ବିଦେଶକୁ ରପ୍ତାନୀ କରିବା ପାଇଁ ସୁଯୋଗ ସୃଷ୍ଟି ହେବା ଆବଶ୍ୟକା ଏହା ଦ୍ୱାରା ସ୍ଥାନୀୟ ରପ୍ତାନୀକାରୀ ଲାଭବାନ ହୋଇପାରିବେ ବୋଲି ସେ ପ୍ରକାଶ କରିଥିଲୋ
କାର୍ଯ୍ୟକ୍ରମର ଦ୍ୱିତୀୟାର୍ଦ୍ଧରେ ଇଇପିସି, କଲିକତାର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀମତୀ ଅନୀମା ପାଣ୍ଡେ ଭର୍ଚୁଆଲ ମାଧ୍ୟମରେ ତାଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲୋ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ରପ୍ତାନୀ ସହ ଜଡ଼ିତ ଶିଳ୍ପଗୋଷ୍ଠୀର ସଦସ୍ୟମାନେ ଯୋଗଦେଇ ଥିବାବେଳେ ଇପିଏମ୍ ନିର୍ଦ୍ଦେଶକ ଶ୍ରୀ ଶରଣ କୁମାର ଜେନା, ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ୍ ଆଲାମ୍, ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତି ରଂଜନ ପ୍ରଧାନ, ଏମ୍ଏସ୍ଏମ୍ଇ ଅତିରିକ୍ତ ସଚିବ ଶ୍ରୀ ଉଦୟ ନାରାୟଣ ଦାସ, ସାମୁଦ୍ରିକ ମତ୍ସ୍ୟ ରପ୍ତାନୀ ସଂଘର ସଭାପତି ଶ୍ରୀ କମଳେଶ ମିଶ୍ର, ଉପମହାନିର୍ଦ୍ଦେଶକ ଡିଜିଏଫ୍ଟି, କଲିକତା ଶ୍ରୀ ଆନନ୍ଦ ମୋହନ ମିଶ୍ର, ମେସର୍ସ ଜେ.ପି. ହ୍ୟାଣ୍ଡଲୁମ୍ ସତ୍ତ୍ୱାଧିକାରୀ ଶ୍ରୀ ଜେ.ବି. ସିଂ ପ୍ରମୁଖ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲୋ ବିଶେଷ ଭାବେ ରପ୍ତାନୀକାରୀମାନେ ରପ୍ତାନୀ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ଉପରେ ଅଧିକ ଆଲୋକପାତ କରି ସେସବୁ ସମାଧାନ ପାଇଁ ସରକାରୀ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲୋ

0
0
0
s2sdefault