ହେଡଲାଇନସ୍:

ବିଭିନ୍ନ ଅଭିଯାନ ଜରିଆରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ସ୍ୱାସ୍ଥ୍ୟ ଓ କଲ୍ୟାଣର ପ୍ରସାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯୋଡ଼ା,(ଶାସକ ପ୍ରଶାସକ) : ଯୋଡ଼ାର ଆଦିବାସୀ ଗୋଷ୍ଠୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟସେବାର ପ୍ରସାର ଲାଗି ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ସେଥିରେ ସାମିଲ ରହିଛି କ୍ଲିନିକ୍ ଓ ହସ୍ପିଟାଲ୍, ଭ୍ରାମ୍ୟମାଣ ମେଡିକାଲ୍ ଭ୍ୟାନ୍, ସ୍ୱାସ୍ଥ୍ୟ ଶିବିର, ପରିବାର ନିୟୋଜନ ସେବା, ନବଜାତକ ଓ ଶିଶୁ ମରଣଶୀଳତାର ମୁକାବିଲା, କିଶୋରାବସ୍ଥା ଓ ପ୍ରଜନନ ଯୌନ ସ୍ୱାସ୍ଥ୍ୟ, ସଂକ୍ରମକ ରୋଗ, ଭିନ୍ନକ୍ଷମ ପରିଚାଳନା ଓ ସ୍ୱାସ୍ଥ୍ୟ ସଚେତନତାର ପ୍ରସାର କରିବା ଇତ୍ୟାଦି ।
ସଂଖ୍ୟାଧିକ ସ୍ଥାନରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସେବା ଏହାର ପରିଚାଳନା ବ୍ୟବସ୍ଥା ଅନୁସାରେ ସ୍ଥିର ରହିଛି । ତେଣୁ ଯଜାଙ୍ଗ, ଗୁରୁଡା, ଜଳହରି, ଜୋରିବାହାଲ ଓ ବାଲ୍ଦା ଗ୍ରାମର ସ୍ଥାନୀୟ ବାସିନ୍ଦାମାନେ ମୁଖ୍ୟତଃ ଫାଉଣ୍ଡେସନ୍ ପକ୍ଷରୁ ପରାମର୍ଶ ପାଇଁ ଚଲାଯାଉଥିବା ଭ୍ରାମ୍ୟମାଣ ମେଡିକାଲ୍ ୟୁନିଟ୍ (MMU) ଉପରେ ନିର୍ଭରଶୀଳ ରହିଛନ୍ତି ।
ଏଥିରୁ ମିଳୁଥିବା ସେବାଗୁଡ଼ିକ ମଧ୍ୟରେ ସାମିଲ୍ ରହିଛି ନିଦାନ ଓ ଯାଂଚ, ଚିକିତ୍ସା, କାଉନ୍ସେଲିଂ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କୁ ସଚେତନ କରିବା । ରୋଗୀଙ୍କ ବିବରଣୀ ପଂଜୀକରଣ କରିବା ଏବଂ କ୍ଲିନିକାଲ୍ ମାନଦଣ୍ଡ ସଂଗ୍ରହ କରାଯାଉଛି ଓ ସେହି ଅନୁସାରେ ମେଡିକାଲ୍ ପରାମର୍ଶ ପ୍ରଦାନ କରାଯାଉଛି । ଏହା ବ୍ୟତୀତ, ଟିମ୍ ପକ୍ଷରୁ ଏହା ନିଶ୍ଚିତ କରାଯାଉଛି ଯେ ରେଫର୍ ହୋଇ ଆସିଥିବା ମାମଲାଗୁଡ଼ିକ ଯେଭଳି ଯଥା ସମ୍ଭବ କମ୍ ସମୟ ଭିତରେ ନିକଟତମ ଟାଟା ଷ୍ଟିଲ୍ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇପାରିବେ । ଯୋଡ଼ା ମୁନିସ୍ପାଲିଟିିର କିଛି ଅଂଶରେ ଏମଏମୟୁ ସେବା ପ୍ରଦାନ କରାଯାଉଛି । ବିଗତ ଚାରି ବର୍ଷରେ ଏହି ସେବା ମୁନିସିପାଲିଟି ଅଂଚଳର ୬୫,୦୦୦ରୁ ଅଧିକ ଲୋକଙ୍କ ନିକଟରେ ପହଂଚିଛି ।
ଏହି ଅଂଚଳରେ କାର୍ଯ୍ୟକାରୀ ହୋଇଥିବା ଅନ୍ୟ ଏକ ପ୍ରମୁଖ ପ୍ରକଳ୍ପ ହେଉଛି ମାତୃ ଓ ନବଜାତକ ବଂଚିବା ଅଭିଯାନ (ମାନ୍ସି) ଯେଉଁଥିରେ ଗର୍ଭବତୀ ମହିଳା, ମା’ ଏବଂ ଶିଶୁଙ୍କ ଉପରେ ସ୍ଥାନୀୟ ପ୍ରଶାସନ ସହଯୋଗିତାରେ ଶିଶୁ ମରଣଶୀଳତା ଆଦି ଉପରେ ଧ୍ୟାନ ଦେଇ କାର୍ଯ୍ୟ କରାଯାଉଛି । ମହାମାରୀ ବ୍ୟାପିବା ପରଠାରୁ, ମାନ୍ସି ଏହି ଅଂଚଳର ୩୨୦୦ରୁ ଅଧିକ ଲୋକଙ୍କ ନିକଟରେ ପହଂଚିପାରିଛି ।
ଯଜାଙ୍ଗ ପଂଚାୟତର ପ୍ରଧାନ ମୁଣ୍ଡା କହିଛନ୍ତି ଯେ, “ମୋ ପତ୍ନୀ କମ୍ ବୟସରେ ଗର୍ଭବତୀ ହୋଇଥିଲେ ଏବଂ ପିଲାଟି ସାତ ମାସ ହୋଇଥିବା ବେଳେ ଜନ୍ମ ହୋଇଥିଲା । ମାନ୍ସିର ଏକ ଟିମ୍ ଆମ ସହ ଯୋଗାଯୋଗରେ ଥିଲେ ଏବଂ ଉପଯୁକ୍ତ ଚିକିତ୍ସା ପାଇବାରେ ସାହାଯ୍ୟ କରିଥିଲେ । ପର୍ଯ୍ୟାୟକ୍ରମେ, କେବଳ ଶିଶୁର ସ୍ୱାସ୍ଥ୍ୟରେ ଉନ୍ନତି ହୋଇନଥିଲା ବରଂ ମୋ ପତ୍ନୀ ମଧ୍ୟ ବେଶ ଭଲ ହୋଇଥିଲେ ।’’
କାର୍ଯ୍ୟକ୍ଷେତ୍ରରେ ନିୟମିତ ବ୍ୟବଧାନରେ ସଂଖ୍ୟାଧିକ ସ୍ୱତନ୍ତ୍ର ଓ ସାଧାରଣ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଉଛି । ଏକ ସ୍ଥିର କ୍ଲିନିକ୍ ଯୋଡ଼ା ମୁନିସିପାଲିଟି ଅଂଚଳରେ କାର୍ଯ୍ୟକ୍ଷମ ହୋଇଛି ଯାହା ଏହି ଅଂଚଳର ଲୋକମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଛି । ହାରାହାରି ଭାବେ ମାସକୁ ଏଠାରେ ୫୦୦ ରୋଗୀ ଚିକିତ୍ସିତ ହେଉଛନ୍ତି । ମାଲେରିଆ ଓ ଡେଙ୍ଗୁ ଯୋଗୁଁ ହେଉଥିବା ମୃତ୍ୟୁ ହାର ଓ ଅସୁସ୍ଥତାକୁୁ ନିୟନ୍ତ୍ରଣ କରିବା ଲାଗି ଯୋଡ଼ା ମୁନିସିପାଲିଟି ଅଂଚଳର ୧୪ଟି ୱାର୍ଡରେ ନିୟମିତ ଧୂଆଁ ଦିଆଯାଉଛି ।

 

0
0
0
s2sdefault