ହେଡଲାଇନସ୍:

ଓଡିଶା-ଆନ୍ଧ୍ର ବିବାଦର ସ୍ଥାୟୀ ସମାଧାନ ତଥା ସୀମାନ୍ତ ପଞ୍ଚାୟତ ମାନଙ୍କରେ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା-ଆନ୍ଧ୍ର ସୀମାନ୍ତ ଗଜପତି ଜିଲ୍ଲାର ମାଣିକପାଟଣା ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ କ୍ରମ-ବର୍ଦ୍ଧମାନ ଅନୁପ୍ରବେଶ ଓ ଦାଦାଗିରିକୁ ବନ୍ଦ କରିବା ଏବଂ ସୀମାନ୍ତ ପଞ୍ଚାୟତଞ୍ଚଳ ଲୋକମାନଙ୍କୁ ଶିକ୍ଷା , ସ୍ୱାସ୍ଥ୍ୟସେବା ଓ ରାସ୍ତା ପ୍ରଭୃତି ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦେବା ଦାବୀରେ ସୋମବାର ଦିନ ସୀମାନ୍ତ ପଞ୍ଚାୟତଞ୍ଚଳ ବାସୀଙ୍କ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ , ଗଣଧାରଣା ଓ ସ୍ମାରକ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରୁ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରାରେ ଗଜପତି ଜିଲ୍ଲା ରାୟଗଡ ବ୍ଲକର କେରାଣ୍ଡି ଓ ଗଙ୍ଗାବାଡ଼ ପଞ୍ଚାୟତ ଅଞ୍ଚଳବାସୀ ଆଦିବାସୀ ନେତା ଶ୍ରୀ ଭାଲଚନ୍ଦ୍ର ଷଡଙ୍ଗୀ ଓ ପୂର୍ବତନ ସରପଞ୍ଚ ଶ୍ରୀ ହରିବନ୍ଧୁ କାର୍ଜିଙ୍କ ନେତୃତ୍ୱରେ ୫୦୦ରୁ ଉର୍ଦ୍ଧ୍ଵ ଆସି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଗଣଧାରଣାରେ ବସି ବିକ୍ଷୋଭ ସଭା କରିଥିଲେ ।
ଏଥିରେ ଆଦିବାସୀ ନେତା ଶ୍ରୀ ଭାଲଚନ୍ଦ୍ର ଷଡଙ୍ଗୀ , ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଜି , ଉତ୍କଳ ସମ୍ମିଳନୀ ରାଜ୍ୟ ଉପସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ମାଣିକପାଟଣା ଗ୍ରାମର ଶ୍ରୀ ସଡ଼ଗ ଶବର ପ୍ରମୁଖ ଭାଷଣ ଦେଇ ଆନ୍ଧ୍ର ସରକାର କିଭଳି ଓଡିଶା ସୀମା ଭିତରେ ଅନୁପ୍ରବେଶ କରି ଗ୍ରାମବାସୀଙ୍କ ପ୍ରତି ଦମନଳିଲା ଚଳାଇ ଭୟଭିତ କରି ରଖିଛି , ସେ ସମ୍ପର୍କରେ କହିଥିଲେ ।
ଅନ୍ୟପକ୍ଷରେ ବିଭିନ୍ନ ସର୍ବନିମ୍ନ ମୌଳିକ ଓ ନ୍ୟାଯ୍ୟ ଦାବୀ ଶିକ୍ଷା ସ୍ୱାସ୍ଥ୍ୟସେବା , ରାସ୍ତା , ବଜାର ସୁବିଧା , ମୋବାଇଲ ଟାୱାର , ସ୍ଥାୟୀ ସୀମା ଚିହ୍ନଟ ପ୍ରଭୃତିର ଅଭାବ ଯୋଗୁଁ ଆମକୁ ପ୍ରତି କ୍ଷେତ୍ରରେ ଏସବୁ ପାଇଁ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡୁଛି । ଯାହା ଫଳରେ ଆନ୍ଧ୍ରର ଅନୁପ୍ରବେଶ ଓ ଦାଦାଗିରି ବଢୁଛି । ତେଣୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏସବୁ ସର୍ବନିମ୍ନ ମୌଳିକ ସମସ୍ୟା ପ୍ରତି ଦୃଷ୍ଟିଦେଇ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣକାର୍ଯ୍ୟ ଆଗେଇ ନେବାକୁ ଦାବି କରିଥିଲେ ।
ଶେଷରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଠ ଦଫା ସମ୍ମିଳିତ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

0
0
0
s2sdefault