ହେଡଲାଇନସ୍:

ଗରିବଙ୍କ ପାଣି ବିଲ ଛାଡ କରିବେ ପଞ୍ଜାବ ସରକାର : ପଞ୍ଜାବ ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଘୋଷଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚଣ୍ଡିଗଡ : ଗରିବଙ୍କ ପାଇଁ ଜଳ ବିଲ୍ ଛାଡ କରିବାକୁ ଘୋଷଣା କରିଛନ୍ତି ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଥିବା ଚରଣଜିତ ସିଂ ଚାନ୍ନି । ଶପଥ ଗ୍ରହଣ କରିବାର କିଛି ସମୟ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ସେ ଦଳର ପ୍ରଥମ ପୋଲ ପ୍ରତିଶ୍ରୁତି ପୁରଣ କରିବା ପାଇଁ ଘୋଷଣା କରିଛନ୍ତି | ସେ କହିଛନ୍ତି “ମୁଁ ଆମ୍ ଆଦମୀ | ଅନ୍ୟ ଦଳମାନେ ଆମ୍ ଆଦମୀ ବିଷୟରେ କଥାବାର୍ତ୍ତା ଜାରି ରଖିଛନ୍ତି। ହେଲେ ଆମ ସରକାର ହେଉଛି ଆମ୍ ଆଦମୀ ସରକାର | ମୁଁ ସାଧାରଣ ଲୋକ, କୃଷକ ଏବଂ ଦଳିତଙ୍କ ପ୍ରତିନିଧୀ। ମୁଁ ଧନୀମାନଙ୍କର ପ୍ରତିନିଧୀ ନୁହେଁ | ଯେଉଁମାନେ ବାଲି ଖନନ ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପରେ ଅଛନ୍ତି, ସେମାନେ ମୋ ପାଖକୁ ଆସନ୍ତି ନାହିଁ | ମୁଁ ତୁମର ପ୍ରତିନିଧୀ ନୁହେଁ | ମୁ ଆମ ଆଦମୀଙ୍କ ପ୍ରତିନିଧି " ବୋଲି ନୂତନ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

0
0
0
s2sdefault