ହେଡଲାଇନସ୍:

ଓଭରବ୍ରିଜର ସ୍ଥାୟୀ ମରାମତି ନିମନ୍ତେ ରାୟଗଡା ଜିଲ୍ଲା ବିକାଶ ମଂଚର ଦାବୀପତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ (ସରୋଜ ସାହୁ) – ରାୟଗଡା ସହରର ଲାଇଫଲାଇନ କୁହାଯାଉଥିବା ଓଭରବ୍ରିଜ ସ୍ଥିତି ଦିନକୁ ଦିନ ଦୟନୀୟ ହେବାର ଲାଗିଛି । ଓଭରବ୍ରିଜରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବା ଯୋଗୁଁ ଦୁର୍ଘଟଣା ଘଟି ଲୋକଙ୍କ ପ୍ରାଣହାନୀ ଘଟୁଛି । ଓଭରବ୍ରିଜର ସ୍ଥାୟୀ ମରାମତି ନ ହୋଇ ଉପରୁଆ ମରାମତି ଯୋଗୁଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି | କିନ୍ତୁ ନିମ୍ନ ମାନର କାମ ଯୋଗୁଁ ପିଚୁ ଉଠି ପୁଣି ଥରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହେଉଛି ଓଭରବ୍ରିଜ ଉପରେ । ଓଭରବ୍ରିଜର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେଉଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ପାଇଁ ଏନ.ଏଚ କର୍ତ୍ତୃପକ୍ଷ କୌଣସି ଦୃଷ୍ଟି ନ ଦେବା ରାୟଗଡା ଜିଲ୍ଲାବାସୀଙ୍କ ପାଇଁ ଦୁର୍ଭାଗ୍ୟଜନକ ବୋଲି ଜିଲ୍ଲା ବିକାଶ ମଂଚ ମତବ୍ୟକ୍ତ କରିଛି । ଓଭରବ୍ରିଜର ସ୍ଥାୟୀ ସମାଧାନ ନେଇ ରାୟଗଡା ଜିଲ୍ଲା ବିକାଶ ମଂଚର ସଭାପତି ଦୟାନନ୍ଦ ଖାଡଙ୍ଗାଙ୍କ ନେତୃତ୍ୱର ଏକ ଟିମ ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ସାକ୍ଷାତ କରି ଓଭରବ୍ରିଜର ସ୍ଥାୟୀ ମରାମତି ସହ ଓଭରବ୍ରିଜରେ କ୍ଷମତା ଠାରୁ ଅଧିକ ଭାରୀଯାନ ଚଳାଚଳ ଉପରେ ରୋକ ଲଗାଇବା ପାଇଁ ନିବେଦନ କରିଥିଲେ । ରାୟଗଡା ସହରବାସୀଙ୍କ ସୁରକ୍ଷା ଦୃଷ୍ଟିରେ ସ୍ଥାୟୀ ମରାମତି ଶୀଘ୍ର କାର୍ଯ୍ୟକାରୀ କରିବାକୁ ମଧ୍ୟ ଦାବୀ ଦୋହରାଇଛି ।

ଏଥି ସହ ଏନ.ଏଚ ଅଧିକାରୀଙ୍କ ସହ ଆଲୋଚନା କରି ଯଥାଶୀଘ୍ର ଓଭରବ୍ରିଜର ସ୍ଥାୟୀ ମରାମତି କାମ ଆରମ୍ଭ କରିବାକୁ ଦାବୀପତ୍ର ପ୍ରଦାନ କରିଥିଲେ । ଦାବୀପତ୍ର ପ୍ରଦାନ ସମୟରେ ସଂପାଦକ ପ୍ରଶାନ୍ତ ପଟ୍ଟନାୟକ, ସଭ୍ୟ ସୁଶାନ୍ତ ମିଶ୍ର, ସୁରେଶ ସାହୁ, ମନୋଜ କୁମାର ସାହୁ, ସାହୁ କୁଲଦୀପ, ଶ୍ରୀନିବାସ ବଳିୟାର ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault