ହେଡଲାଇନସ୍:

ଓଡିଶା ରିଅଲ ଇଷ୍ଟେଟ୍ ଆପିଲେଟ୍ ଟ୍ରିବ୍ୟୁନାଲ ସ୍ଥାୟୀ କାର୍ଯ୍ୟାଳୟ ଉଦ୍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ): ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସତ୍ୟନଗରସ୍ଥିତ ତୋଷାଳୀ ଭବନର ଏ-୧ ବ୍ଲକ,୭ମ ମହଲାରେ ଓଡିଶା ସ୍ଥାବର ସଂପତି ପୁନର୍ବିଚାର ନ୍ୟାୟାଧିକରଣ ( ରିଅଲ ଇଷ୍ଟେଟ୍ ଆପିଲେଟ୍ ଟ୍ରିବ୍ୟୁନାଲ) ର ସ୍ଥାୟୀ କାର୍ଯ୍ୟାଳୟ ସୁପ୍ରିମ କୋର୍ଟର ମାନ୍ୟବର ବିଚାରପତି ନ୍ୟାୟମୂର୍ତି ଶ୍ରୀ ବିନୀତ ସରଣଙ୍କ ଦ୍ୱାରା ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମାନ୍ୟବର ନ୍ୟାୟାମୂର୍ତି ଡଃ.ଏସ୍. ମୂରଲୀଧର ଏବଂ ରିଅଲ ଇଷ୍ଟେଟ୍ ଆପିଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ମାନ୍ୟବର ନ୍ୟାୟମୂର୍ତି ଏସ୍.ସି.ପରିଜାଙ୍କ ଉପସ୍ଥିତିରେ ଉଦ୍ଘାଟିତ ହୋଇଯାଇଛି ।
ପୂର୍ବରୁ ଏହି ରିଅଲ୍ ଇଷ୍ଟେଟ ଟ୍ରିବ୍ୟୁନାଲ କାର୍ଯ୍ୟାଳୟ ତା.୨.୦୯.୨୦୨୦ ଠାରୁ ଚନ୍ଦ୍ରଶେଖରପୁରସ୍ଥିତ ଫଚୁ୍ୟନ୍ ଟାୱାରର ୪ର୍ଥ ମହଲା, ଜୋନ୍-ଏ-୨ରେ କାର୍ଯ୍ୟ କରୁଥିଲା । ଏହି ଟ୍ରିବ୍ୟୁନାଲର କୋର୍ଟ କାର୍ଯ୍ୟ ନୂତନ କାର୍ଯ୍ୟାଳୟରେ ଆରମ୍ଭ ହେବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବା ବେଳେ କାର୍ଯ୍ୟାଳୟ ସ୍ଥାନାନ୍ତରଣ ଆନୁଷଙ୍ଗିକ କାର୍ଯ୍ୟ ପରେ ଚଳିତ ମାସ ୨୭ ତାରିଖରୁ ଏହା ନୂତନ କାର୍ଯ୍ୟାଳୟରେ ଆରମ୍ଭ କରାଯିବ ବୋଲି ଜଣାଯାଇଛିା
ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ମାଥିଭାଥନନ୍ , ଆଇନ୍ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ରାଧାକୃଷ୍ଣ ପଟ୍ଟନାୟକ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବ,ପୂର୍ତ ବିଭାଗ କମିଶନର ତଥା ଶାସନ ସଚିବ ତଥା ଇଡକୋର ପରିଚାଳନା ନିର୍ଦ୍ଦେଶକ ଡା. କ୍ରିଷନ୍ କୁମାର, ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ଦଳାଇ, ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ସଂଜୟ କୁମାର ସିଂହ, ପଂଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କେ.ମିନା,ଇଡକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ, ଓଡିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର ଶ୍ରୀ ଚିତରଂଜନ ଦାଶ,ଆଡଭୋକେଟ୍ ଜେନେରାଲ, ଓଡିଶା ଶ୍ରୀ ଅଶୋକ ପରିଜା ଏବଂ ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଉପସ୍ଥିତ ଥିଲେ ।
ଟ୍ରିବ୍ୟନାଲର ଅଧିକାରୀବୃନ୍ଦ ଶ୍ରୀ ଇଶାନ କୁମାର ଦାସ, ଜୁଡିସିଆଲ ସଦସ୍ୟ,ବୈଷୟିକ ତଥା ପ୍ରଶାସନିକ ସଦସ୍ୟ ଶ୍ରୀ ମଳୟ ଚାଟ୍ଟାର୍ଜୀ, ରେଜିଷ୍ଟ୍ରାର ଶ୍ରୀ ଅଖିଳ କୁମାର ପଶ୍ଚିମକବାଟ, ଆକାଉଣ୍ଟସ ଅଫିସର ଶ୍ରୀ ମଧୁସୂଦନ ରାଉତ ଏବଂ ଟିବ୍ୟୁନାଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନଙ୍କ ସହଯୋଗରେ ଏହି ନୂତନ କୋର୍ଟ କାର୍ଯ୍ୟାଳୟର ଉଦ୍ଘାଟନ କାର୍ଯ୍ୟ ସଫଳତାର ସହ ଅନୁଷ୍ଟିତ ହୋଇଥିଲା ।
ସୂଚନାଯୋଗ୍ୟ ଯେ, ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ, ଏହାର ଅର୍ବାନ ହାଉସିଂ ମିଶନ ଜରିଆରେ ଟି୍ରବୁ୍ୟନାଲର ଏହି ସ୍ଥାୟୀ ନୂତନ କାର୍ଯ୍ୟାଳୟ ପ୍ରକୋଷ୍ଠଗୁଡିକର ନବୀକରଣ ପାଇଁ ସମସ୍ତ ପ୍ରକାର ପ୍ରଶାସନିକ, ଆର୍ଥିକ ଓ ଆନୁଷଙ୍ଗିକ ସହଯୋଗ ପ୍ରଦାନ କରିଥିଲେ ଏବଂ ଇଡ୍କୋ ତରଫରୁ କରୋନା ମହାମାରୀ ଲକ୍ ଡାଉନ୍, ସଟ୍ ଡାଉନ୍ ସ୍ଥିତିରେ ମଧ୍ୟ ନିର୍ମାଣ କାର୍ଯ୍ୟ ସୁଚାରୁରୂପେ ସଂପନ୍ନ କରାଯାଇଛି ।
ଏଣିକି ଏହି କୋର୍ଟରୁ ଆଇନ୍ ସହାୟତା ପାଇଁ ଅପେକ୍ଷାରତ ବ୍ୟକ୍ତି, ଆଇନଜୀବୀ, ସାଧାରଣ ଜନତା, ସରକାରୀ ଓ ବେସରକାରୀ ସଂସ୍ଥାର କର୍ତୃପକ୍ଷମାନେ ଟ୍ରିବ୍ୟୁନାଲର ନୂତନ ଠିକଣା-ଏ-୧ ବ୍ଲକ, ୭ମ ମହଲା, ତୋଷାଳୀ ଭବନ,ସତ୍ୟନଗର ଭୁବନେଶ୍ୱର,ଜିଲ୍ଲା-ଖୋର୍ଦ୍ଧା,ଓଡିଶା-ପିନ୍ -୭୫୧୦୦୭ ସହିତ e-mail- This email address is being protected from spambots. You need JavaScript enabled to view it./oreat.bbsr/gmail.comରେ ଯୋଗାଯୋଗ କରିପାରିବେ ।

0
0
0
s2sdefault