ହେଡଲାଇନସ୍:

ଭୟଭୀତ ଜନସାଧାରଣ : ଗୋଟେ ପଟେ ହାତୀ , ଆଉ ଗୋଟେ ଆଡେ ଚିତା ବାଘ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ର ନୃସିଂହନାଥ ଓ ପାଇକମାଲ ରେଞ୍ଜ ଅଂଚଳରେ ବିଗତ ପ୍ରାୟ ଏକ ମାସ ହେଲା ହାତୀ ଆତଙ୍କ ରହିଥିବା ବେଳେ ଗତ ପ୍ରାୟ ପନ୍ଦର ଦିନ ହେଲା ନୃସିଂହନାଥ , ଜର୍ଜଗଡ଼ ,ଅଂଚଳରେ ଏକ ଚିତ ବାଘ ବୁଲୁଥିବା ଲୋକଙ୍କୁ ଆତଙ୍କିତ କରିଛି । ବିଗତ କିଛି ଦିନ ତଳେ ଦୁଇ ଗୋଟି ଦନ୍ତା ହାତୀ ଜାମସେଠ ଅଂଚଳରେ ଦୁଇ ଦିନ ଧରି ତାଣ୍ଡବ ରଚିବା ପରେ ଗନ୍ଧମାର୍ଦ୍ଦନ ପର୍ବତ କୁ ଫେରି ଯାଇଥିଲେ । ଗତ ଦୁଇ ,ତିନି ଦିନ ତଳେ ବଲାଙ୍ଗୀର ଜିଲ୍ଲାରେ ଧନ ଜୀବନ ନଷ୍ଟ କରି ପୁଣି ଆଜି ପାଇକମାଲ , ମିଠାପାଳି ପଞ୍ଚାୟତ ର ମନବୋଧପାଲି ଠାରେ ରହିଥିବା ସୂଚନା ମିଳିଛି । ଏପଟେ ଗତକାଲି ସନ୍ଧ୍ୟା ସମୟ ରେ ଏକ ବିରାଟ ଚିତା ବାଘ , ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମୁଖରେ ଏକ ଗାଈକୁ ଆକ୍ରମଣ କରିଥିଲା । ଉକ୍ତ ଚିତା ବାଘଟି ଗତକିଛି ଦିନ ହେଲା ଜର୍ଜଗଡ଼ ଗ୍ରାମର ବିଭିନ୍ନ ଲୋକଙ୍କର ଛେଳି , କୁକୁଡ଼ା ର ଶିକାର କରି ସାରିଛି । ଗୋଟେ ପଟେ ହାତୀ ଓ ଅନ୍ୟ ପଟେ ଚିତା ବାଘର ଆତଙ୍କ ରେ ଲୋକେ ଆତଙ୍କିତ ଥିବାବେଳେ କିଛି ଖଲ ପ୍ରକୃତିର ଲୋକ ଏକ ମହାବଳ ବାଘର ଭିଡିଓ ଭାଇରାଲ କରି ଭିଡିଓ ଟି ଗୁରୁକୂଳ ନିକଟସ୍ଥ ସାଗୁନ ବୁରେଇ ର ବୋଲି ପ୍ରଚାର କରୁଛନ୍ତି । ଏହି ଭିଡିଓ ଟି ଅନେକ ଲୋକଙ୍କର ମନରେ ଆତଙ୍କ ସୃଷ୍ଟି କରୁଛି । ତେଣୁ ଅପପ୍ରଚାର ପ୍ରତି ଧ୍ୟାନ ନ ଦେବାକୁ ଓ ଅପପ୍ରଚାର ନ କରିବାକୁ ଜଙ୍ଗଲ ବିଭାଗ ତରଫରୁ ଅନୁରୋଧ କରାଯାଇଥିବା ବେଳେ ବର୍ତ୍ତମାନ ଚିତା ବାଘ ଓ ହାତୀ ମାନଙ୍କର ଉପରେ ବିଭାଗ ନଜର ରଖିଛି ବୋଲି ନୃସିଂହନାଥ ଫରେଷ୍ଟ ରେଞ୍ଜର ଶ୍ରୀ ଗିରିଧାରୀ ପ୍ରଧାନ ଜଣାଇ ଥିବା ବେଳେ ଚିତା ବାଘ ର ଆକ୍ରମଣ ରୋକିବା ପାଇଁ ଜଙ୍ଗଲ ବିଭାଗ ତରଫରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଲୋକେ ଦାବି କରିଛନ୍ତି ।

0
0
0
s2sdefault