ହେଡଲାଇନସ୍:

ଜଳ ସଂପଦ ବିଭାଗ ତରଫରୁ ବନ୍ୟା ନିୟନ୍ତ୍ରଣ ସ୍ଥିତି ସମୀକ୍ଷା:ବ୍ୟାପକ ରାତ୍ରିକାଳୀନ ପାଟ୍ରୋଲିଂ ବ୍ୟବସ୍ଥା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ): ସଂପ୍ରତି ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ସୃଷ୍ଟି ହୋଇଥିବା ମଧ୍ୟମ ଧରଣର ବନ୍ୟା ପରିସ୍ଥିତିରେ ରାଜ୍ୟ ଜଳସଂପଦ ବିଭାଗ ସଜାଗ ରହି ଏହାର ମୁକାବିଲା କରୁଛି । ବିଶେଷ କରି ବିଭିନ୍ନ ନଦୀ ଅବବାହିକାରେ ଥିବା ଜଳ ଭଣ୍ଡାରର ଜଳପତ୍ତନ ନିୟନ୍ତ୍ରଣାଧୀନ ରହିବା ଓ ନଦୀରେ ବିପଦ ସଂକେତ ସ୍ତରରୁ କମ୍ ଜଳପତ୍ତନ ମଧ୍ୟରେ ଜଳ ପ୍ରବାହ ହେବା ନେଇ ବିଭାଗର କନିଷ୍ଟ ଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଠାରୁ ଆରମ୍ବ କରି ମୁଖ୍ୟ ଯନ୍ତ୍ରୀ , ସର୍ବୋଚ୍ଚ ଯନ୍ତ୍ରୀ ଏବଂ ବିଭାଗର ପ୍ରମୁଖ ଶାସନ ସଚିବ ତଥା ବିଭାଗୀୟ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ସଚେତନ ରହି ପରିସ୍ଥିତିର ମୁକାବିଲା କରୁଛନ୍ତି । କୌଣସି ପରିସ୍ଥିତିରେ ଯେପରି ବିଭାଗର ଅବହେଳାରୁ ବଡ ଧରଣର ବନ୍ୟା ବା ଘାଇ ସଂଘଟିତ ନହୁଏ, ସେଥିପ୍ରତି ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଜଳ ସଂପଦ ବିଭାଗ ତରଫରୁ ରାତ୍ରିକାଳୀନ ପାଟ୍ରୋଲିଂ( ତଦାରଖ ବ୍ୟବସ୍ଥା) କୁ ବ୍ୟାପକ କରାଯାଇଛି ।

ପାଟ୍ରୋଲିଂ କାର୍ଯ୍ୟରେ ନିୟୋଜିତ ସମସ୍ତ ଯନ୍ତ୍ରୀମାନେ ସେମାନଙ୍କ କାର୍ଯ୍ୟ ସୁଚାରୁରୂପେ ସଂପାଦନ କରୁଛନ୍ତି । ଏପରିକି କ୍ଷେତ୍ର ସ୍ତରରେ କାର୍ଯ୍ୟକରୁଥିବା ମହିଳା ଯନ୍ତ୍ରୀମାନେ ମଧ୍ୟ ରାତି ଡ୍ୟୁଟି କରି ତଦାରଖ, ବନ୍ଧ ନିରାପତ୍ତା, ଜଳ ପତନ ସ୍ତର ସ୍ଥିିତି ସଂପର୍କରେ ସଜାଗ ଦୃଷ୍ଟି ରଖି ନିୟମିତ ସୂଚନା ପ୍ରଦାନ କରିଆସୁଛନ୍ତି । ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି । ଜଳ ସଂପଦ ବିଭାଗର ବନ୍ୟା ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟିଆ କାର୍ଯ୍ୟ କରୁଛି ।

ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ପ୍ରତିଦିନ ବିଭିନ୍ନ ଜଳ ଭଣ୍ଡାରର ସ୍ଥିତି, ବନ୍ଧ ନିରାପତ୍ତା, ନଦୀରେ ସୃଷ୍ଟି ହୋଇଥିବା ଘାଇ ଓ ଘଳିଆ ମରାମତି ସଂପର୍କରେ ନିୟମିତ ସମୀକ୍ଷା କରିବା ସହି ଜଗତସିଂହପୁର, ଯାଜପୁର, ବାଲେଶ୍ୱର, କଟକ କେନ୍ଦ୍ରାପଡା ଜିଲ୍ଲା ଆଦି ବିଭିନ୍ନ ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ତଥା ଜଳ ସଂପଦ ବିଭାଗ ତରଫରୁ ବନ୍ୟା ପ୍ରାକ୍ ଓ ପରବର୍ତ୍ତୀ ବ୍ୟବସ୍ଥା ତଦାରଖ କରିବାକୁ ଯାଇଥିବା ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀଙ୍କ ସହିତ କଥା ହୋଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।

 

0
0
0
s2sdefault