ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଶୁକ୍ରବାର ଆନ୍ଧ୍ର ପ୍ରଦେଶ ସୀମାନ୍ତ ଦୂର୍ଗାପାଡୁ ପଞ୍ଚାୟତ ଅନ୍ତର୍ଗତ ଦୁଇଟି ଗ୍ରାମରେ ଏକ ସ୍ୱତନ୍ତ୍ର ଆଇନ ସଚେତନତା ଶିବିର ଏବଂ ଆଇନ ସହାୟତା କେନ୍ଦ୍ର ଜିଲ୍ଲା ଆଇନସେବା ପ୍ରାଧିକରଣର ସଂପାଦକ ଶ୍ରୀ ମନୋରଞ୍ଜନ ମିଶ୍ରଙ୍କର ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପ୍ୟାନେଲ ଓକିଲ ଶ୍ରୀ ସାମୁଲେ ତାଣ୍ଡି, ପାରା ଲିଗାଲ ଭଲ୍ୟୁଣ୍ଟର ଶ୍ରୀ ସଂଞ୍ଜୟ କୁମାର ବିଡିକା, ଜଗନ୍ନାଥ ମାଠାଙ୍ଗୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ନାୟକ, ସରପଞ୍ଚ ଶ୍ରୀ ମୋହନ ପୁଆଲ, ସମିତି ସଭ୍ୟ ଶ୍ରୀ ପେଣ୍ଟା ଟୀଆକା ଯୋଗ ଦେଇଥିଲେ । ଆଦିବାସୀ ଅଞ୍ଚଳରେ ଲୋକେ କିପରି ମାଗଣାରେ ଆଇନ ସେବା ପାଇପାରିବେ ସେ ସମ୍ପର୍କରେ ଆଇନସେବା ପ୍ରାଧିକରଣର ସଂପାଦକ ଶ୍ରୀ ମନୋରଞ୍ଜନ ମିଶ୍ର ଗୁରୁତ୍ୱ ଆରୋପ କରିଥିଲେ । କୌଣସି ମକଦ୍ଦମାର ବିଚାର ଦୀର୍ଘଦିନ ଧରି ଚାଲିଥିଲେ, ୩ ଲକ୍ଷରୁ କମ୍ ବାର୍ଷିକ ଆୟ କରୁଥିବା ବ୍ୟକ୍ତିଙ୍କୁ ମାଗଣାରେ ଆଇନ ସେବା ମିଳିଥାଏ । କୌଣସି ବିବାଦର ଆପୋସ ସହମତିରେ ସମାଧାନ ଲୋକ ଅଦାଲତରେ ହୋଇଥାଏ ଏବଂ ଏଥିପାଇଁ କୌଣସି ଅର୍ଥ ଖର୍ଚ୍ଚ କରିବାକୁ ପଡିନଥାଏ । ଏଥିସହ ବାଲ୍ୟ ବିବାହ, ଜଙ୍ଗଲ ଅଧିକାର ଆଇନ, ଖାଉଟି ସୁରକ୍ଷା, ନାରୀ ନିର୍ଯ୍ୟାତନା, ଯୌତୁକ ନିର୍ଯ୍ୟାତନା ଇତ୍ୟାଦି ଅନ୍ୟାନ୍ୟ ଆଇନ ସଂମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆଇନ ସହାୟତା କେନ୍ଦ୍ର ମଧ୍ୟ ଆୟୋଜନ କରାଯାଇ ଲୋକ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ନିମିତ୍ତ ଆଇନ ପରାମର୍ଶ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନା ରେ ଜିଲ୍ଲା ଆଇନସେବା ପ୍ରାଧିକରଣ ର କର୍ମଚାରୀ ଶ୍ରୀ ପ୍ରେମ ଲୋଚନ ସ୍ୱାଇଁ, ଶ୍ରୀ ଜନକ ମିର୍ଦ୍ଧା ଓ ଶ୍ରୀ ସନାତନ ଦାସ ସହଯୋଗ କରିଥିଲେ । ।
ରାଜ୍ୟ
ସୀମାନ୍ତ ଗ୍ରାମରେ ଆଇନ ସଚେତନତା କାର୍ଯ୍ୟକ୍ରମ
- Hits: 398











