ହେଡଲାଇନସ୍:

ଖବର ବାଜିଲା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଛନକା ପସିଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଉପରୁ ଅର୍ଡର ଆସିଲାପରେ ଠିକାଦାର-ଯନ୍ତ୍ରୀ ତତ୍ପର

ପଦ୍ମପୁର(ଶାସକ ପ୍ରଶାସକ)- ଖବର ବାଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଛନକା ପସିଲା । ପଦ୍ମପୁର ଉପଖଣ୍ଡ ଭେଉଁରିଆ ପଞ୍ଚାୟତ ଦେଉଲି ଠାରେ ଅଙ୍ଗନଦୀ ଉପରେ ନିର୍ମାଣ ହୋଇଥିବା ବିଜୁ ସେତୁ ନିମ୍ନମାନର କାମ ଯୋଗୁଁ ଗୋଟେ ବର୍ଷାରେ ସ୍ଥିତି ବେହାଲ ହୋଇଥିବା ନେଇ ଅଭିଯୋଗ ହେବା ପରେ ଶାସକପ୍ରଶାସକରେ ଖବର ପରିବେଷଣ ହୋଇଥିଲା । ଖବର ପରିବେଷଣ ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଠିକାଦାରଙ୍କ ଛନକା ପଶିଥିଲା । ଶାସକପ୍ରଶାସକରେ ପ୍ରକାଶିତ ଖବରକୁ ସାମାଜିକ କର୍ମୀ ଦୀପା ବାରିକ ଟ୍ବିଟ କରି ବିଭାଗକୁ ସିଧାସଳଖ ଅଭିଯୋଗ କରିଥିଲେ । ଏ ବିଷୟରେ ତଦନ୍ତ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ପ୍ରବଳ ବର୍ଷା ଯୋଗୁଁ ପୋଲର ଏପରି ଅବସ୍ଥା ଏବଂ ସମ୍ପୄକ୍ତ ଠିକାଦାରକୁ କାମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହି ତଦନ୍ତ କାରୀ ଅଫିସର ବିଭାଗକୁ ଉତ୍ତର ଦେଇଛନ୍ତି । ବିଭାଗୀୟ ଅଧିକାରୀ ସମ୍ପୄକ୍ତ ଠିକାଦାରଙ୍କ ନିମ୍ନମାନର କାମକୁ ଲୁଚାଇବା ପାଇଁ ବର୍ଷା ଯୋଗୁଁ ଧୋଇଗଲା ବୋଲି କହୁଥିବା ଲୋକମାନେ ଚର୍ଚ୍ଚା କରୁଛନ୍ତି । ଏହି ବିଜୁ ସେତୁର ମରାମତି କାମ ଉନ୍ନତ ମାନର କରିବା ପାଇଁ ଅଞ୍ଚଳର ଜନସାଧାରଣ ଦାବୀ କରିଛନ୍ତି ।

0
0
0
s2sdefault