ପଢନ୍ତୁ କେମିତି ଜାଣିବେ ଆପଣଙ୍କ ନାମରେ ଅଛି କେତୋଟି ନମ୍ବର
ଭୁବନେଶ୍ୱର : ଆପଣଙ୍କ ଆଧାରକାର୍ଡ଼ରେ ଆପଣଙ୍କ ନାଁରେ କେତୋଟି ସିମ କିଣିଛନ୍ତି ଆପଣ ଜାଣିଛନ୍ତି କି | ଆପଣଙ୍କ ପାଖରେ ଥିବା ସିମ ବ୍ୟତୀତ ଆଉ କେହି ଆପଣଙ୍କ ଆଧାର କାର୍ଡର ଅପବ୍ୟବହାର କରି ନମ୍ବର ବ୍ୟବହାର କରୁଛନ୍ତି କି ! କାରଣ ଆପଣଙ୍କ ଆଧାର କାର୍ଡ ଅପବ୍ୟବହାର ହେବାର ଆଶଙ୍କାକୁ ଏଡାଇଦିଆଯାଇନପାରେ | ଆପଣ ଆଧାର କାର୍ଡର ଜେରକ୍ସ ଦେଇ ସିମ କିଣି ଆଣିବା ପରେ କେହି ଅସାଧୁ ଦୋକାନୀଙ୍କ ଦ୍ୱାରା ଆପଣଙ୍କଆଧାରକାର୍ଡ଼ ଜେରକ୍ସ ହୋଇ ଅପବ୍ୟବହାର ହୋଇପାରେ ଓ ଅନ୍ୟ କେହି ଆପଙ୍କ ଆଧାରକାର୍ଡ଼ରେ ସିମ ନେଇପାରନ୍ତି | ତାହା ଭବିଷ୍ୟତରେ ସମସ୍ୟା ସୃଷ୍ଟି କରିପାରେ | ତେଣୁ ଆପଣ ଯାଞ୍ଚ କରିନିଅନ୍ତୁ କି ଆପଣଙ୍କ ଆଧାରକାର୍ଡ଼ରେ ଆପଣ ବ୍ୟବହାର କରିଥିବା ସିମ ବ୍ୟତୀତ ଆଉ କୌଣସି ସିମ ଆକ୍ଟିଭ ଅଛି କି !
ଯଦି ଅଛି ତେବେ ତାକୁ ବ୍ଲକ କରନ୍ତୁ ନିମ୍ନରେ ଦିଆଯାଇଥିବା ଏହି ୱେବ୍ସାଇଟକୁ ଯାଇ ବା ଏହି ଲିଙ୍କରେ କ୍ଲିକ କରି | ଭୁବନେଶ୍ୱର ଡ଼ିସିପିଙ୍କ ପକ୍ଷରୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜାରି ହୋଇଛି ଏହି ୱେବସାଇଟ ବା ଲିଙ୍କ |











