ପୁରୀ/ଅନିମେଷ ପଟ୍ଟନାୟକ: ଶୁକ୍ରବାର ଭାର୍ଗବୀ ନଦୀ ସୁଅରେ ଭାସିଯାଇଥିଲେ ଜଣେ ବୃଦ୍ଧା । ବୟସ ପ୍ରାୟ ୬୩ ହେବ । ସାକ୍ଷୀଗୋପାଳ ସ୍ଥିତ ସୁଆଣ୍ଡୋ ବ୍ରିଜ ପାଖରେ ଜଣେ ବୃଦ୍ଧା ଭାସି ଯାଉଥିବା ଦେଖିଥିଲେ ବଳପୁର ଗ୍ରାମର ଲୋକମାନେ । ନଦୀ ବନ୍ଧ ଉପରୁ ଭାର୍ଗବୀ ର ବନ୍ୟା ପରିସ୍ଥିତି ଦେଖୁଥିବା କିଛି ସ୍ଥାନୀୟ ଯୁବକ ଏହି ଵୃଦ୍ଧା ନଦୀ ସୁଅରେ ଭାସି ଯାଉଥିବା ଦେଖିବା କ୍ଷଣି ତାଙ୍କୁ ନୀରିକ୍ଷଣ କରି ପିଛା କରିଥିଲେ। ବଳପୁର ଘାଟରେ ଡ଼ଙ୍ଗା ରଖିଥିବା ସେହି ଗ୍ରାମର ନାଉରିଆ ଧବଳେଶ୍ୱର ବେହେରା ଓ ବ୍ରଜକିଶୋର ବେହେରା ଏହି ଅଘଟଣ ଦେଖି ଯୁବକ ମାନଙ୍କ ସହ ମିଶି ଗଭୀର ପାଣିରୁ ଉଦ୍ଧାର କରିବାପାଇଁ ଆଗେଇ ଆସିଥିଲେ । ଶେଷରେ ସୁଅ ମୁହଁରୁ ଭାସି ଯାଉଥିବା ଵୃଦ୍ଧାଙ୍କୁ ଉଦ୍ଧାର କରିଥିଲେ । ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ଡକାଇ ତାଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନା କୁ ଚିକିତ୍ସା ନିମନ୍ତେ ପଠାଇ ଥିଲେ । ଚିକିତ୍ସା ପରେ ବୃଦ୍ଧା ଜଣକ ସୁସ୍ଥ ଥିବା ଜଣା ପଡିଛି ।
ବୃଦ୍ଧା ଜଣକ ବଳଙ୍ଗା ଥାନା ଅନ୍ତର୍ଗତ ବାଲିଗାଁର ସ୍ବର୍ଗତ ଜଦୁଆ ବେହେରାଙ୍କ ପତ୍ନୀ କନକ ବେହେରା ବୋଲି ଜଣା ପଡିଛି । ଛତାଟିଏ ଧରି ନଈକୂଳକୁ ଆସିଥିବା ଥିଲେ ବୋଲି ଵୃଦ୍ଧା ଜଣକ କହୁଥିବା ବେଳେ କିପରି ସୁଅ ମୁହଁ କୁ ଗଲେ ଜଣିନଥିବା କହିଛନ୍ତି। ଖବର ପାଇ ତାଙ୍କ ପୁଅ ସନାତନ ସାକ୍ଷୀଗୋପାଳ ଡାକ୍ତରଖାନାରେ ପହଞ୍ଚି ମା' ଙ୍କୁ ଘରକୁ ନେଇଛନ୍ତି।












