ଭୁବନେଶ୍ୱର(ଶାସକ ପ୍ରଶାସକ): ଓଡ଼ିଶାର ଆଡଭୋକେଟ ଏବଂ ନ୍ୟାୟାଳୟର ଅଧିକାରୀମାନଙ୍କର ସୁବିଧା ନିମନ୍ତେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ତଥା ଇ-କମିଟିର ଅଧ୍ୟକ୍ଷ ମାନ୍ୟବର ଜଷ୍ଟିସ୍ ଡ. ଡି. ଓ୍ୱାଇ. ଚନ୍ଦ୍ରଚୂଡ଼ ୫ଟି ଇ-ସେବାର ଉନ୍ମୋଚନ କରିଛନ୍ତିା
ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମାନ୍ୟବର ଜଷ୍ଟିସ୍ ଏସ୍. ମୁରଲୀଧର ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ବିଭିନ୍ନ ଇ-ସେବା କାର୍ଯ୍ୟର ଶୁଭାରମ୍ଭ କରାଯାଇଛିା ଉଦ୍ଘାଟିତ ହୋଇଥିବା ଇ-ସେବା କାର୍ଯ୍ୟ ମଧ୍ୟରେ ଅଛି ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ଓକିଲମାନଙ୍କ ପାଇଁ ଇ-ଫାଇଲିଂ ଷ୍ଟେସନ୍/ଓଡ଼ିଶା ହାଇକୋର୍ଟ ରେକର୍ଡରୁମ୍ ଡିଜିଟାଇଜେସନ୍ କେନ୍ଦ୍ର/ଓଡ଼ିଶା ହାଇକୋର୍ଟରେ ପେପରଲେସ୍ ବେଞ୍ଚ ପ୍ରତିଷ୍ଠା/ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କୋର୍ଟ କାର୍ଯ୍ୟକ୍ରମକୁ କରାଯିବା ପାଇଁ ଓଡ଼ିଶା ଜୁଡ଼ିସିଆଲ୍ ଏକାଡେମୀ, କଟକରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ/କଟକ ଜିଲ୍ଲା ବାର୍ ଆସୋସିଏସନ ଓକିଲମାନଙ୍କର ଜିଲ୍ଲା କୋର୍ଟର ଇ-ଫାଇଲିଂ, ଇ-ପେମେଣ୍ଟ ଏବଂ ଅନ୍ୟାନ୍ୟ ଇ-ସେବାର ପ୍ରଶିକ୍ଷଣ କାର୍ଯ୍ୟକ୍ରମା
ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ହାଇକୋର୍ଟର ମାନ୍ୟବର ଜଷ୍ଟିସ୍ ସଂଜୟ କୁମାର ମିଶ୍ର, ମାନ୍ୟବର ଜଷ୍ଟିସ ବିଶ୍ୱଜିତ ମହାନ୍ତି, ମାନ୍ୟବର ଜଷ୍ଟିସ୍ ସଂଗ୍ରାମ କୁମାର ସାହୁ, ମାନ୍ୟବର ଜଷ୍ଟିସ ବି.ଆର୍. ଷଡଙ୍ଗୀ, ମାନ୍ୟବର ଜଷ୍ଟିସ୍ ଦେବବ୍ରତ ଦାଶ, ମାନ୍ୟବର ଜଷ୍ଟିସ୍ ଏସ୍. ପୂଜାହାରୀ, ମାନ୍ୟବର ଜଷ୍ଟିସ୍ ବିଶ୍ୱନାଥ ରଥ, ମାନ୍ୟବର ଜଷ୍ଟିସ୍ କେ. ଆର୍. ମହାପାତ୍ର, ମାନ୍ୟବର ଜଷ୍ଟିସ ବି.ପି. ରାଉତରାଏ, ମାନ୍ୟବର ଜଷ୍ଟିସ୍ ଏସ୍.କେ. ପାଣିଗ୍ରାହୀ, ମାନ୍ୟବର ଜଷ୍ଟିସ ସାବିତ୍ରୀ ରଥୋ ଏବଂ ଓଡ଼ିଶାର ଆଡଭୋକେଟ ଜେନେରାଲ୍ ଏ.କେ. ପରିଜା, ହାଇକୋର୍ଟ ବାର ଆସୋସିଏସନ ସଭାପତି ଜଗବନ୍ଧୁ ସାହୁ ଯୋଗଦାନ କରିଥିଲୋ











