ହେଡଲାଇନସ୍:

କନବାଗେରୀ ଠାରେ ସ୍କୁଟି ଦୁର୍ଘଟଣାଗ୍ରସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ କନବାଗେରୀ ଠାରେ ଆଜି ଅପରାହ୍ନ ୨ ଘଣ୍ଟିକା ସମୟରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଛି I ଏହି ଦୁର୍ଘଟଣାରେ ସ୍କୁଟି ଚାଳକ ଗୁରୁତର ଆହତ ହୋଇ ଥିବା ବେଳେ ପଛରେ ବସିଥିବା ଜଣେ ଯୁବକଙ୍କୁ ସାମାନ୍ୟ ଆଘାତ ଲାଗିଛି I ଘଟଣା ଅନୁସାରେ ଘୁ.ଉଦୟଗିରି ବ୍ଲକ ରାଇକଲା ଗ୍ରାମପଞ୍ଚାୟତ ରାଇପଲି ଗ୍ରାମର ନିରାକାର ପ୍ରଧାନ ଓ ମିକୁ ପ୍ରଧାନ ନାମକ ଯୁବକ ନାମକ ଦୁଇ ଜଣ ଯୁବକ OD12-B-4872 ନମ୍ବର ଏକ ସ୍କୁଟି ଯୋଗେ ଘୁ.ଉଦୟଗିରି ଯାଉ ଥିଲେ I ଏହି ସମୟରେ କନବାଗେରି ଠାରେ ସ୍କୁଟି ଭାରସାମ୍ୟ ହରାଇ ରାଜ୍ୟରାଜପଥ ପାର୍ଶ୍ୱକୁ ଖସି ପଡ଼ି ଥିଲା I ଯାହାରି ଫଳରେ ନିରାକାର ପ୍ରଧାନଙ୍କ ମୁହଁ, ମୁଣ୍ଡ ଏବଂ ଦେହର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା I ଖବର ପାଇ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଆହତ ଙ୍କୁ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲା I

0
0
0
s2sdefault