ହେଡଲାଇନସ୍:

ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନିଙ୍କ ଇସ୍ତଫା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗାନ୍ଧିନଗର :ଆସନ୍ତା ବର୍ଷ ପ୍ରାରମ୍ଭରେ ଗୁଜୁରାଟରେ ବିଧାନ ସଭା ନିର୍ବାଚନ ଥିବାବେଳେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଇସ୍ତଫା ଦେଇଥିବା ଏଜେନ୍ସି ସୂତ୍ରରୁ ଜଣାପଡିଛି | ହେଲେ ଶ୍ରୀ ରୁପାନୀଙ୍କ ଇସ୍ତଫାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ | ଶ୍ରୀ ରୁପାନୀ ନିଜେ ଇସ୍ତଫା ଦେଇଥିବା ସ୍ପଷ୍ଟ କରିଛନ୍ତି ଓ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଗୁଜୁରାଟର ବିକାଶ ଜାରି ରହିବ |
ଗତ କିଛି ମାସ ମଧ୍ୟରେ ଶ୍ରୀ ରୁପାନୀ ହେଉଛନ୍ତି ଚତୁର୍ଥ ବିଜେପି ମୁଖ୍ୟମନ୍ତ୍ରୀ | ଜୁଲାଇରେ ବି.ଏସ୍ ୟେଡୁରପ୍ପା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ | ସେହିପରି ଉତ୍ତରାଖଣ୍ଡରେ ଦୁଇଜଣ ମୁଖ୍ୟମନ୍ତ୍ରୀ ସ୍ୱଳ୍ପ ସମୟ ବ୍ୟବଧାନରେ ଇସ୍ତଫା ଦେଇଥଲେ |

0
0
0
s2sdefault