ହେଡଲାଇନସ୍:

ମହିୟସୀ ମହିଳା ସୁକାନ୍ତି ଦେବୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗନ୍ନାଥ ପ୍ରସାଦ : (ଡ଼ଃ.କୁମୁଦ ଚନ୍ଦ୍ର ବେହେରା):  ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପୁର ପଞ୍ଚାୟତ ପାଟରାପଲ୍ଲୀରେ ଆଜି ସପ୍ତମ ଶ୍ରାଦ୍ଧ ବାର୍ଷିକରେ ସୁକାନ୍ତି ଦେବୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ନାୟକ ପରିବାର ପକ୍ଷରୁ ପାଟରାପଲ୍ଲୀ ରେ ଏକ ସାଧାରଣ ସଭା ଆୟୋଜନ କରି ସୁକାନ୍ତି ଦେବୀଙ୍କ ସ୍ମୃତି କୁ ମନେପକାଯାଇଛି । ସାମାଜିକ କର୍ମୀ, ରାଜନୀତି ରେ ପଦାର୍ପଣ କରି ଲୋକଙ୍କ ସେବା କରିବା ସହ ସେ କବିତା ଲେଖିବା ପ୍ରତି ରୁଚି ରଖିଥିଲେ । ତାଙ୍କ ସ୍ୱାମୀ ସୋମନାଥ ନାୟକ , ପୁଅ ସମୀର ନାୟକ ଆଇନଜୀବୀ ଭାବେ ବେଶ ପରିଚିତ । ନିଜ ଗାଁ ପାଟରାପଲ୍ଲୀ ଠାରେ ଥିବା ସ୍ଥାନରେ ଏକ ସୁନ୍ଦର ଗୃହ ପ୍ରସ୍ତୁତ କରି ସେଠାରେ ଶ୍ରୀମତୀ ସୁକାନ୍ତି ଦେବୀଙ୍କ ଏକ ମୃଣ୍ମୟ ପ୍ରତିମୂର୍ତି ସ୍ଥାପନା କରିଛନ୍ତି । ଏଥିରେ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ ଦେଇ ଆୟୋଜିତ ସାଧାରଣ ସଭାରେ ସୁକାନ୍ତିଙ୍କ ସ୍ମୃତି ଚାରଣ ରୂପକ ତାଙ୍କ ପ୍ରତ୍ୟକ କଥାକୁ ମନେ ପକାଇଥିଲେ । କମ୍ବୁପାଣି ସାମନ୍ତଙ୍କ ସଭାପତିତ୍ୱ ରେ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଶିବାନନ୍ଦ ପଣ୍ଡା, ସାହିତ୍ୟିକ ପ୍ରଶାନ୍ତ କୁମାର ମହାନ୍ତି, ଡ଼ଃ. କୁମୁଦ ଚନ୍ଦ୍ର ବେହେରା, ରବିନ୍ଦ୍ର ଆଚାର୍ଯ୍ୟ, ଗୌରହରି ସ୍ୱାଇଁ, ଲିଙ୍ଗରାଜ ଜେନା, ପୃଥ୍ୱୀରାଜ ସିଂ ଙ୍କ ସମେତ ଶତାଧିକ ଭଦ୍ର ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ । ପ୍ରତାପୁର, କୁଡୁତାଇ ଅଂଚଳର ଅନେକ ବ୍ୟକ୍ତି ଯୋଗଦାନ ଦେଇ ଥିଲେ । ଶେଷରେ ସୋମନାଥ ନାୟକ ତାଙ୍କ ଉଧେଷ୍ୟରେ ରଚିତ କବିତା ଛଳ ଛଳ ନୟନରେ ପାଠ କରିଥିଲେ । ଏଥିରେ ତାଙ୍କ ପରିବାରର ଅନ୍ୟ ପୁଅ, ବୋହୁ ଓ ସମ୍ପର୍କୀୟ ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ ।

0
0
0
s2sdefault