ହେଡଲାଇନସ୍:

ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନର ସିଟ ସଂଖ୍ୟା ୬୦କୁ ବୃଦ୍ଧି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ଼ ଜିଲ୍ଲାର ପ୍ରତିଷ୍ଠିତ ଆୟୁର୍ବେଦ ମେଡିକାଲ କଲେଜ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ରେ ଚଳିତ ବର୍ଷ 60 ଜଣ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ । ଭାରତୀୟ ଚିକିତ୍ସା ପଦ୍ଧତି ରାଷ୍ଟ୍ରୀୟ ଆୟୋଗ ( ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ) ଙ୍କର ଚିଠି ନମ୍ବର ୨୬-୪୪/21-କଲେଜ ,ଅନୁସାରେ ସିଟ ସଂଖ୍ୟା ଵୃଦ୍ଧି ବାବଦରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଭାରତ ସରକାରଙ୍କ ତରଫରୁ ଏହି ସୂଚନା ପ୍ରଦାନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ , ବିଶ୍ୱ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ , ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ନିକଟରେ ଅବସ୍ଥିତ । ଆୟୁର୍ବେଦ ଶିକ୍ଷାଦାନ ସହିତ ଆୟୁର୍ବେଦ ପଦ୍ଧତିରେ ଅନେକ ପୁରୁଣା ରୋଗର ସଫଳ ଚିକିତ୍ସା ମଧ୍ୟ କରାଯାଉଛି । ଅନୁଷ୍ଠାନ ର ଡାକ୍ତର , ପ୍ରଫେସର, ତଥା ଅନ୍ୟାନ୍ୟ କର୍ମଚାରୀ ମାନେ ଶିକ୍ଷାଦାନ ସହିତ ରୋଗୀ ସେବାରେ ସମ୍ପୁର୍ଣ୍ଣ ଭାବରେ ସମର୍ପିତ । ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତ୍ୟେକ ଦିନ ବହୁ ସଂଖ୍ୟା ରେ ରୋଗୀ ଏଠାକୁ ଆସିଥାନ୍ତି । ଆୟୁର୍ବେଦ ଶିକ୍ଷାଦାନ ବିଭାଗ ରେ ରହିଥିବା ପ୍ରଫେସର ଓ ଡାକ୍ତର ମାନେ ଶିକ୍ଷାଦାନ ପାଇଁ ଜାତୀୟ ସ୍ତରରେ ପ୍ରଶଂସିତ ହୋଇ ସାରିଛନ୍ତି । ସିଟ ସଂଖ୍ୟା ବୃଦ୍ଧି କରାଯାଇଥିବା କାରଣରୁ ଆହୁରି ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ବିଶ୍ୱର ସବୁଠାରୁ ପୁରୁଣା ଚିକିତ୍ସା ପଦ୍ଧତି ବାବଦରେ ଶିକ୍ଷା ଲାଭ କରି ରୋଗୀଙ୍କର ସେବା କରି ପାରିବେ । ସିଟ ସଂଖ୍ୟା ବୃଦ୍ଧି ବାବଦରେ ଜାଣିବା ପରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ, ପ୍ରଫେସର, ଡାକ୍ତର, ଅନ୍ୟାନ୍ୟ କର୍ମଚାରୀ ତଥା ସ୍ଥାନୀୟ ଅଂଚଳ ବାସୀଙ୍କର ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି । ସିଟ ସଂଖ୍ୟା ବୃଦ୍ଧି କରିଥିବାରୁ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ମହାବିଦ୍ୟାଳୟ ର ପ୍ରଶାସକ ତଥା ପରିଚାଳନା କମିଟିର ସମ୍ପାଦକ ଶ୍ରୀ ମନୋଜ କୁମାର ତ୍ରିବେଦୀ ଓ ଅନୁଷ୍ଠାନ ର ଅଧ୍ୟକ୍ଷା ଡାକ୍ତର କେ ଟି ରାଉତରାୟ ।

 

0
0
0
s2sdefault