ହେଡଲାଇନସ୍:

ପୁରୀରେ ଅଗ୍ରପୂଜ୍ୟ ଗଜାନନଙ୍କ ନିଆରା କଳାକୃତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୀ/ଅନିମେଷ ପଟ୍ଟନାୟକ: ନିଆରା କଳାକୃତିରେ ଅଗ୍ରପୂଜ୍ୟଙ୍କୁ ସ୍ୱାଗତ କଲେ ଦୁଇ ଚିତ୍ରଶିଳ୍ପୀ ।
ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବେଳାଭୂମିରେ ଏକ ଗଣେଶଙ୍କ ବାଲୁକା କଳା କରିଛନ୍ତି । ଏହି ବାଲୁକା କଳାରେ ସେ ପାଖାପାଖି ୭ ହଜାରରୁ ଉର୍ଧ୍ଵ ଶାମୁକା ବ୍ୟବହାର କରିଛନ୍ତି, ଯାହା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଛି ।
ଅନ୍ୟପଟେ ଯୁବ କଳାକାର ସାସ୍ୱତ ରଞ୍ଜନ ମିଶ୍ର ଦିଆସିଲି କାଠିରେ ଗଜାନନ ଙ୍କ କଳାକୃତି ବନେଇଛନ୍ତି । ଯାହା ବେଶ ଆକର୍ଷଣୀୟ ହୋଇଛି । ଏହା କରିବାକୁ ସାସ୍ୱତଙ୍କୁ ୮ ଦିନ ସମୟ ଲାଗିଥିବା ବେଳେ ଏଥିରେ ୫୬୨୧ ଦିଆସିଲି କାଠି ବ୍ୟବହାର କରାଯାଇଛି ।

0
0
0
s2sdefault