ହେଡଲାଇନସ୍:

ଭଟଲି ମହାବିଦ୍ୟାଳୟ ର ନୂତନ ପ୍ରଶାସନିକ କୋଠାର ଶୁଭ ଉଦ୍ଘାଟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଆଜି ପବିତ୍ର ଶ୍ରୀ ଗଣେଶ ପୂଜା ଅବସରରେ ଭଟଲି ଦଧିବାମନ ମହାବିଦ୍ୟାଳୟର ନବନିର୍ମିତ ପ୍ରଶାସନିକ କୋଠାକୁ ରାଜ୍ୟ ସରକାରଙ୍କ  ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଶ୍ରୀ ସୁଶାନ୍ତ ସିଂ ବିଧିବଦ୍ଧ ଭାବରେ ପୂଜାଅର୍ଚନା କରି ଉଦ୍ଘାଟନ କରିଥିଲେ । ଏହା ସହିତ କଲେଜ ପରିସରରେ ନିର୍ମାଣାଧୀନ ଏକାଡେମୀକ ବିଲ୍ଡିଂ,କେଣ୍ଟିନ ଗୃହ ଓ ହଷ୍ଟେଲ ସମ୍ପ୍ରସାରଣ କାର୍ଯ୍ୟ ମଧ୍ୟ ପରିଦର୍ଶନ କରି ଉପସ୍ଥିତ ଅଧିକାରୀ ମାନଙ୍କର ସହିତ ଆଲୋଚନା କରି ବିଭିନ୍ନ ନିର୍ଦେଶ ଦେଇଥିଲେ ।ଏହା ସହିତ ମନ୍ତ୍ରୀ ମହାବିଦ୍ୟାଳୟ ପରିସରରେ କିଛି ବୃକ୍ଷରୋପଣ କରଥିଲେ । ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଶ୍ରୀ ଜୟସେନ ଭୋଇ, ମେନେଜିଙ୍ଗ କମିଟିର ସନ୍ତୋଷ ସେଠ,ସୁଶାନ୍ତ ପଧାନ, ସତ୍ୟ ନାରାୟଣ ପଧାନ,ଗୋବିନ୍ଦ ସାହୁ,ବ୍ଲକ ଭାଇସ ଚେୟାରମ୍ୟାନ ମଦନ ସାହୁ ପ୍ରମୁଖ ମନ୍ତ୍ରୀ ଙ୍କର ସହିତ ଉପସ୍ଥିତ ଥିଲେ ଉପସ୍ଥିତ ଥିଲେ ।

0
0
0
s2sdefault