ବୌଦ୍ଧ(ସିମୁନ୍ ନାଏକ) ; ସବୁ ଅଂଚଳକୁ ମାଗଣାରେ ରୋଗୀଙ୍କୁ ଯାତାୟାତ ସୁବିଧା ଯୋଗାଇ ଦେବା ପାଇଁ ଜାତୀୟ ସ୍ୱାସ୍ଥୟ ମିଶନ ସହାୟତାରେ ଓଡିଶା ଜରୁରି କାଳିନ ଆମ୍ବୁଲାନ୍ସ ସେବା ଆଉ ୪ ଟି ୧୦୮ ଆମ୍ବୁଲାନ୍ସ ବୌଦ୍ଧ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଦ୍ୱାରା ଲୋକାର୍ପିତ ହୋଇଛି । ପୁର୍ବରୁ ଜିଲ୍ଲାର ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ, ମନମୁଣ୍ଡା , କଣ୍ଟାମାଳ, ପୁରୁଣାକଟକ ଏହିପରି ୪ ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦୮ ଆମ୍ବୁଲାନ୍ସ ରହିଥିବା ବେଳେ ନୂଆ ଆସିଥିବା ୪ ଟି ଆମ୍ବୁଲାନ୍ସ ହରଭଙ୍ଗା, ଜହ୍ନାପଙ୍ଗ, ବାଉଁଶୁଣି, ଘଣ୍ଟାପଡା ଡାକ୍ତରଖାନା ମାନଙ୍କରେ ରୋଗୀଙ୍କ ସକାଶେ ଲୋକାର୍ପିତ ହୋଇଥିବା ଜଣାପଡିଛି । ଏହି ଅବସରରେ ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଧିକାରୀ , ଡା ମନରଂଜନ ସତପଥି, ଡା. ସୁଜାତା ମିଶ୍ର, ଡା. କିଶୋର ପଟ୍ଟନାୟକ, ଡିପିଏମ୍ ସୋନାଲି ପ୍ରିୟଦର୍ଶନୀ ଓ ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ କର୍ମଚାରି ଉପସ୍ଥିତ ଥିଲେ । ହରଭଙ୍ଗା ଓ ଘଣ୍ଟାପଡା ରେ ଆମ୍ବୁଲାନ୍ସ ନିୟୋଯିତ ହେବା କଥା ଜାଣି ଜିଲ୍ଲାର ଉପାନ୍ତ ଅଂଚଳରେ ବସବାସ କରୁଥିବା ଅନ୍ତେବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।