ହେଡଲାଇନସ୍:

ପାନୀୟ ଜଳଯୋଗାଣ ଓ ପରିମଳ ବ୍ୟବସ୍ଥା ସଂପର୍କିତ ତାଲିମ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା(ସରୋଜ ସାହୁ) – ସୋସାଇଟି ଫର ୱେଲଫର ଅଫି ୱିକେର ସେକ୍ସନ (ଏସଡବ୍ଲୁ୍ୟଡବ୍ଲ୍ୟୁଏସ) ପାରାଳାଖେମୁଣ୍ଡି କାର୍ଯ୍ୟକାରୀ ସହାୟକ ସଂସ୍ଥା ଦ୍ୱାରା ଆରଡବ୍ଲ୍ୟୁଏସଏସ କୋରାପୁଟ ସର୍କଲ ଅନ୍ତର୍ଗତ ପଂଚାୟତରାଜ ଓ ପାନୀୟ ଜଳ ବିଭାଗର ସହାୟତାରେ ରାୟଗଡା ଜିଲ୍ଲା ସଦର ବ୍ଲକ ଜାପଖାଲ ସ୍ଥିତ ଓପିଡିଏସସି ସଂସ୍ଥାର ଆର.ଆର.ଟିସି ସମ୍ମିଳନୀ କକ୍ଷ ଠାରେ ସ୍ୱଳ୍ପ ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା ଉପରେ ସ୍ଥାନୀୟ ପଂଚାୟତ ସଂଯୋଜକ ଓ ଗ୍ରାମ ସ୍ୱେଚ୍ଛାସେବୀ ମାନଙ୍କ ପାଇଁ ଏକ ତାଲିମ ଶିବିର ଆୟୋଜନ କରାଯାଇଥିଲା । ଉକ୍ତ ତାଲିମ କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାର ୧୧ଗୋଟି ବ୍ଲକର ୬୦ଜଣ ଗ୍ରାମ ପଂଚାୟତ ସଂଯୋଜକ ଓ ସ୍ୱେଚ୍ଛାସେବୀମାନେ ଯୋଗଦାନ କରିଥିଲେ । ଏସଡବ୍ଲୁ୍ୟଡବ୍ଲ୍ୟୁଏସର ସଭାପତି ଜଗନ୍ନାଥ ରାଜୁ ସ୍ୱାଗତ ଭାଷଣରେ ଯୋଜନାର ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଅବଗତ କରାଇଥିଲେ । ଆରଡବ୍ଲ୍ୟୁଏସଏସ ବିଭାଗର ଅଧିକ୍ଷକ ଯନ୍ତ୍ରୀ ଚିତରଂଜନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଓଡିଶା ସରକାରଙ୍କ ଦ୍ୱାରା ପ୍ରତ୍ୟେକ ଘରକୁ କିପରି ଟେପ୍ ମାଧ୍ୟମରେ ପାନୀୟ ଜଳ ଆସନ୍ତା ୨୦୨୪ ସୁଦ୍ଧା ଯୋଗାଇ ଦିଆଯିବ ସେ ନେଇ ଉଦ୍ୟମ ଜାରୀ ରହିଛି ବୋଲି ପ୍ରକାଶ କରିଥିଲେ । ଆରଡବ୍ଲ୍ୟୁଏସଏସ ର ସହକାରୀ ଯନ୍ତ୍ରୀ ରିତେଶ ସାହୁ ଗ୍ରାମ ପଂଚାୟତ ସଂଯୋଜକ ମାନଙ୍କର ଏହି କାର୍ଯ୍ୟକ୍ରମ ଓ ଗ୍ରାମର ପାନୀୟ ଜଳ ଓ ପରିମଳ ସମ୍ବନ୍ଧୀୟ ପ୍ରସ୍ତୁତ କରିବାରେ ବିଭିନ୍ନ ପ୍ରଶ୍ନର ଉତର ପ୍ରଦାନ କରିଥିଲେ । ଉକ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ମାନେ ଏହି ତାଲିମ ଶିବିର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ରାୟଗଡା ଜିଲ୍ଲା ସଂଯୋଜକ କୈଳାସ ଚନ୍ଦ୍ର ପାଳ, ସହ ସଂଯୋଜକ ପ୍ରମୋଦ କୁମାର ପ୍ରଧାନ କାର୍ଯ୍ୟକ୍ରମର ଅଗ୍ରଗତି ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ । ଏସଡବ୍ଲୁ୍ୟଡବ୍ଲ୍ୟୁଏସର ପରାମର୍ଶଦାତା ପ୍ରମୋଦ କୁମାର ଦାସ, ପଂଚାୟତ ସଂଯୋଜକ ମାନଙ୍କୁ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଉପଦେଶ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଜଗନ୍ନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault