ପଦ୍ମପୁର(ଶାସକପ୍ରଶାସକ)-ରାଜବୋଡସମ୍ୱର ଉଚ୍ଚ ବିଦ୍ୟାଳୟ ରେ ନୂତନ ପ୍ରଧାନ ଶିକ୍ଷକ ଭାବେ ଶ୍ରୀମାନ ଧର୍ମକୁମାର ଶତପଥୀ(O.E.S-ll) ଯୋଗଦାନ କରିଛନ୍ତି l ଶ୍ରୀମାନ ଶତପଥୀ ଏହା ପୃର୍ବରୁ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଲୁଥୁରବନ୍ଧରେ ସିନିୟର୍ ଏସ.ଇ.ଏସ ଭାବେ କାର୍ଯ୍ୟ ତୁଲାଇଥିଲେ lଓଡିଶା ସରକାର ଙ୍କ ନିର୍ଦେଶନାମାନୁଯାୟୀ (O.E.S-ll) ପଦବୀ କୁ ପଦୋନ୍ନତି ପାଇଛନ୍ତି lନୂତନ ପ୍ରଧାନ ଶିକ୍ଷକ ଙ୍କୁ ପାଇ ବିଦ୍ୟାଳୟ ର ଶିକ୍ଷକ ରାଜେଶ କୁମାର ଖମାରୀ,ମୋହନ ବନଛୋର୍, ପ୍ରଶାନ୍ତ କୁମାର ସାହୁ, ଅଭିଳାଷ ସାହୁ, ହରେକୃଷ୍ଣ ମେହେର ଏବଂ କିରାଣି ଦିପକ୍ କୁମାର ତିୱାରୀ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ କୃଷ୍ଣ ଚନ୍ଦ୍ର ପ୍ରଧାନ, ପଦ୍ମନାଭ ବୁଡେକ ଓ ନନ୍ଦଗୋପାଳ ବନଛୋର ସ୍ୱାଗତ କରି ସ୍କୁଲ ପରିସର କୁ ଆଣିଥିଲେ lଜମଲା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର କୁମାର ପଣ୍ଡା ଏବଂ ଅବସରପ୍ରାପ୍ତ ଶିକ୍ଷକ ଗଙ୍ଗାଧର ମହାନ୍ତି ଏବଂ କାର୍ତ୍ତିକ ଦାଶ ମଧ୍ୟ ଏହି ସ୍ୱାଗତ ପର୍ବରେ ସାମିଲ ଥିଲେ l ବିଦ୍ୟାଳୟ ର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଶ୍ରୀମାନ ଶତପଥୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି l
ରାଜ୍ୟ
ରାଜବୋଡାସମ୍ବର ହାଇସ୍କୁଲରେ ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ ।
- Hits: 1285