ଦୈବୀ ଆଶୀର୍ବାଦ ହେଉ ବା କାକତାଳୀୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନବଜାତ ଶିଶୁ ପୁତ୍ର ଜନ୍ମ କରିଥିବା ସ୍ତ୍ରୀଙ୍କ ପାଇଁ ରକ୍ତ ଯୋଗଯୋଗ କରିବାକୁ ଯାଇ ହତାଶ ହେବାପରେ ମାଁ ସମଲେଇଙ୍କ ଦ୍ୱାରସ୍ଥ ହେଲା ସ୍ୱାମୀ : ଘଣ୍ଟାକ ଭିତରେ ଭିତରେ ଦେବଦୂତ ସାଜି ପହଞ୍ଚିଲେ ରକ୍ତଦାତା ।

ବରଗଡ :- ବରଗଡ଼ ଜିଲ୍ଲା ମୁଖ୍ୟ ଚିକତ୍ସା ଲୟରେ ନବଜାତ ଶିଶୁ ପୁତ୍ର କୁ ଜନ୍ମ ଦେଇଥିବା ଜଣେ ସ୍ତ୍ରୀ ଲୋକ ପାଇଁ ଆଜି A-VE ରକ୍ତ ଯୋଗାଡ଼ କରିବାକୁ ଯାଇ ଚାରି ଆଡୁ ହତାଶ ହେବା ପରେ ଶେଷରେ ମାଁ ସମଲେଶ୍ବେରିଙ୍କ ଦ୍ୱାରସ୍ଥ ହୋଇଥିଲା ଅସହାୟ ସ୍ୱାମୀ । ଶେଷରେ ମାଁ ସମଳେଇଙ୍କ କୃପାରୁ ଗୋଟିଏ ଘଣ୍ଟା ମଧ୍ୟରେ ଦେବଦୂତ ସାଜି ପହଞ୍ଚିଥିଲେ ରକ୍ତଦାତା । ଘଟଣା ଟି ଅଜିବ ଲାଗୁଥିଲେ ମଧ୍ୟ ସତ ଆଜି ଜଣେ ଅସହାୟ ମହିଳା ଅମ୍ଭାଭୋନା ଚିଚଳି ଅଞ୍ଚଳର ଭୁବନେସ୍ବେରି ସୁନା ଯିଏକି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ନବଜାତ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ତାଙ୍କ ଶରୀରରେ ରକ୍ତର ପରିମାଣ ୬ଗ୍ରାମ ରହିଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ୩ୟୁନିଟ ରକ୍ତ ଦେବାକୁ ବିଭାଗୀୟ ଡାକ୍ତର ପରାମର୍ଶ ଦେଇଥିଲେ । ଏପଟେ ତାଙ୍କର ରକ୍ତ ବର୍ଗ A-VE ହୋଇଥିବାରୁ ଚାରି ଆଡ଼େ ଖୋଜା ଖୋଜି କରିସାରିଲା ପରେ ମଧ୍ୟ ଏକ ୟୁନିଟ ରକ୍ତ ଯୋଗାଡ଼ କରିପାରିନଥିଲେ ତାଙ୍କର ପରିବାର ଲୋକେ । କାରଣ ଏହା ଏକ ବିରଳ ରକ୍ତ ଅଟେ ଖୁବ କମ ଲୋକଙ୍କ ଠାରେ ଉକ୍ତ ବର୍ଗର ରକ୍ତ ଦେଖିବାକୁ ମିଳିଥାଏ । ଶେଷରେ ମାଁ ସମଲେଶ୍ବେରି ମନ୍ଦିର ପ୍ରାଙ୍ଗଣରେ ସଷ୍ଟାଙ୍ଗ ଦଣ୍ଡବତ ହୋଇ ମାଁ ଙ୍କୁ ଗୁହାରି କରିଥିଲେ ଭୁବନେଶ୍ବେରିଙ୍କ ସ୍ୱାମୀ ଜନ୍ମେଜୟ ସୁନା । ଓ ତାର ଠିକ କେଇ ମିନିଟ ମଧ୍ୟରେ ଫୋଟ ସହିତ ଆମ ପାଖକୁ ଖବର ଆସିଥିଲା ଯେ ଜଣେ ମହିଳାଙ୍କୁ A-VE ରକ୍ତର ଅବଶ୍ୟକତା ଅଛି ଓ ତାଙ୍କର ସ୍ୱାମୀ ଚାରିଆଡୁ ଖୋଜା ଖୋଜି କଲାପରେ ମଧ୍ୟ ରକ୍ତନପାଇଁ ମାଁ ସମଳେଇ ଙ୍କ ଠାରେ ପ୍ରାର୍ଥନା କରୁଛନ୍ତି । ସଙ୍ଗେ ସଙ୍ଗେ ଆମେ ବିଭିନ୍ନ ଲୋକଙ୍କୁ ଖବର ଦେଇଥିଲୁ ଓ ଶେଷରେ ବ୍ଲୋଡ଼ ବ୍ୟାଙ୍କ କର୍ମଚାରୀ ଶ୍ରୀବଛ ସେଠ ଙ୍କ ସହାୟତା ରେ ବରଗଡ଼ ୱାର୍ଡ ନମ୍ବର ଏକ ର ବାସିନ୍ଦା ପ୍ରମୋଦ ସେଠ ଆଜ୍ଞାଙ୍କ ସହିତ ଯୋଗାଯଗ ହୋଇଥିଲା । ପ୍ରମୋଦ ସେଠଙ୍କ ରକ୍ତ ବର୍ଗ A-VE ହୋଇଥିବାରୁ ସମ୍ପୂର୍ଣ ଘଟଣା ଶୁଣିବା ପରେ ବରଗଡ଼ ରକ୍ତଭଣ୍ଡାରକୁ ଆସି ସେ ତାଙ୍କର ବହୁମୂଲ୍ୟ ରକ୍ତଦାନ କରିଥିଲେ । ଉକ୍ତ ରକ୍ତକୁ ଭୁବନେଶ୍ୱରୀ ଙ୍କ ପାଇଁ ତାଙ୍କର ସ୍ୱାମୀ ଜନ୍ମେଜୟ ସୁନାଙ୍କୁ ଦିଇଆଯାଇଥିଲା । ପ୍ରକୃତରେ ଏହା ମାଁ ସମଳେଇଙ୍କ ଅସୀମ କୃପା କୁହାଯାଉ ବା ରକ୍ତଦାତାଙ୍କ ମହାନତା କୁହାଯାଉ । ସଠିକ ସମୟରେ ଦେବଦୂତ ସାଜି ପ୍ରମୋଦ ସେଠା ଆଜ୍ଞା ରକ୍ତଦାନ କରିଥିବାରୁ ଆଜି ଜଣେ ଅସହାୟ ଜୀବନ ବଞ୍ଚି ଯାଇଥିଲା । ଏଣୁ ସଂକଲ୍ପ ପରିବାରର ତରଫରୁ ରକ୍ତଦାତା ଜୀବନ ଦାତା ସାଜିଥିବା ପ୍ରମୋଦ ସେଠଙ୍କୁ ଧନ୍ୟବାଦ ଦିଆଯାଇଥିଲା ।
ରକ୍ତ ପାଇବା ପରେ ଜନ୍ମେଞ୍ଜୟ ସୁନା ମାଁ ସମଲେଶ୍ୱେରିଙ୍କୁ କୋଟି କୋଟି ପ୍ରଣାମ କରିବା ସହିତ ରକ୍ତଦାତାଙ୍କ ଠାରେ କୃତଜ୍ଞତା ଜଣାଇଥିଲେ ।

0
0
0
s2sdefault