ନିଷ୍ଠା ପରିବାର ତରଫ ରୁ ଉଦ୍ଧାର ହୋଇଥିବା ବୃଦ୍ଧାଙ୍କର ମୃତ୍ୟୁ ପରେ ଶବଦାହ କଲା ନିଷ୍ଠା ପରିବାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଗତ ଜୁଲାଇ ମାସର ସାତ ତାରିଖ ଦିନ ବରଗଡ଼ ରୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ୧୦୮ କର୍ମଚାରୀ ଙ୍କ ଦ୍ଵାରା ଉଦ୍ଧାର ହୋଇଥିଲେ ବୃଦ୍ଧା । କୌଣସି ଏକ ଅଜଣା ଗାଡ଼ି ତାଙ୍କୁ ଯୋରରେ ଧକ୍କା ଦେଇ ଚାଲି ଯାଇଥିଲା । ବରଗଡ଼ ମୁଖ୍ୟ ଚିକିତ୍ସାଳୟ ରେ ପ୍ରାଥମିକ ଚିକିତ୍ସା ରୁ ଜଣା ପଡିଲା ଯେ ତାଙ୍କ ର ଡାହାଣ ଗୋଡ଼ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିଲା ଓ ଶରୀର ର ବିଭିନ୍ନ ସ୍ଥାନ ରେ କ୍ଷତ ଚିହ୍ନ ରହିଥିଲା। ସେ ତାଙ୍କ ଘର ବିରମହାରଜ ପୁର ବୋଲି କହିଥିଲେ।ସେ ତାଙ୍କ ପରିଚୟ ସମ୍ପୂର୍ଣ୍ଣ ଭାବରେ ଦେଇ ପାରିନଥିଲେ। ନିଷ୍ଠା ପରିବାର ର ଦୀର୍ଘ ଏକ ମାସ ଏଗାର ଦିନ ର ସେବା ପରେ ଚିକିତ୍ସାଧିନ ଅବସ୍ଥା ରେ ତାଙ୍କର ମୃତ୍ୟୁ ହୋଇଗଲା। ତାଙ୍କର କେହି ନ ଥିବାରୁ ସରକାର ଙ୍କର ନିୟମ ମୁତାବକ ୭୨ଘଣ୍ଟା ଶବ ସଂରକ୍ଷଣ କକ୍ଷ ରେ ରଖିବା ପରେ ଆଜି ରେ ପୋଲିସ ର ଅନୁମତି କ୍ରମେ ସମ୍ମାନ ର ସହ ଶବ ସତ୍କାର କରିଥିଲେ ନିଷ୍ଠା ପରିବାର । ଏହି ମହତ କାମ ରେ ନିଷ୍ଠା ର କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ,ମାନସ ମେହେର,ସଚିନ ରାଉତ, କ୍ଷୀର ବନଛୋର, ଅତିଶ ଦାସ ପ୍ରମୁଖୁ ଉପସ୍ଥିତ ଥିଲେ।

0
0
0
s2sdefault